ଚାଣକ୍ୟ ନୀତି : ଜୀବନରେ ସଫଳ ହେବା ପାଇଁ କେବେ ବି କରନ୍ତୁ ନାହିଁ ଏହି ୪ ଟି ବିଶେଷ ଜିନିଷର ଅଣଦେଖା

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ନୀତି ଗୁଡିକ ବହୁତ ହିଁ କାର୍ଯ୍ୟକାରୀ ପ୍ରମାଣିତ ହୋଇଥାଏ ଓ ଏହି ନୀତି ଗୁଡିକୁ ଆପଣାଇବା ଦ୍ଵାରା ଜୀବନ ସଫଳ ହୋଇଯାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ଏମିତି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ । ଯାହା ଏହି ଦୁନିଆର ସବୁଠୁ ଧନୀ ଜିନିଷ ଅଟେ ଓ ଜୀବନରେ ଏହି ଜିନିଷକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ ।

ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଏହି ୪ଟି ଦାମୀ ଜିନିଷ ବିଷୟରେ କୁହାଯାଇଛି ଓ ଏହି ଶ୍ଳୋକ ଏହି ପ୍ରକାରର ଅଟେ ।

ଚାଣକ୍ୟ ନୀତି ଶ୍ଳୋକ

ନାତ୍ରୋଦକ ସମଂ ଦାନଂ ନ ତିଥି ଦ୍ୱାଦଶୀ ସମା।

ନ ଗାୟତ୍ର୍ୟା: ପରୋ ମଂତ୍ରୋ ନ ମାତୁଦେଵତଂ ପରମ୍।।

କେବେ ବି କରନ୍ତୁ ନାହିଁ ଏହି ୪ଟି ଦାମୀ ଜିନିଷକୁ ଅଣଦେଖା

ସମୟ ସମୟରେ ଦାନ କରନ୍ତୁ

ଦାନ କରିବା ସବୁଠୁ ବଡ ପୂଣ୍ୟ ହୋଇଥାଏ ଓ ଯେଉଁ ଲୋକମାନେ ଦାନ କରନ୍ତି ତାଙ୍କୁ ସମସ୍ତ ପାପରୁ ମୁକ୍ତି ବି ମିଳିଯାଏ । ଜଳ ଓ ଭୋଜନ ଦାନ ବହୁତ ମହାନ ଦାନ ଅଟେ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଦାନ କରିବା ବହୁତ ଦାମୀ ଜିନିଷ ଅଟେ ଓ ସମସ୍ତଙ୍କୁ ସମୟ ସମୟରେ ଦାନ କରିବା ଉଚିତ । ଏହା ଦ୍ଵାରା ଆତ୍ମାକୁ ଶାନ୍ତି ମିଳିଥାଏ ।

ଏକାଦଶୀ ତିଥିରେ କରନ୍ତୁ ପୂଜା

ଏକାଦଶୀ ତିଥି ବହୁତ ହିଁ ପବିତ୍ର ତିଥି ହୋଇଥାଏ ଓ ଏହି ତିଥିରେ କରାଯାଇଥିବା କାର୍ଯ୍ୟ ସର୍ବଦା ସଫଳ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସମସ୍ତ ମନୁଷ୍ୟକୁ ଏକାଦଶୀ ତିଥିରେ ବ୍ରତ ରଖିବା ଉଚିତ ଓ ପୂଜା ଆରାଧନା କରିବା ଉଚିତ । ଏକାଦଶୀ ତିଥି ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଦ୍ଵାରା ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଗାୟତ୍ରୀ ମନ୍ତ୍ରର ଜପ କରିବା

ଗାୟତ୍ରୀ ମନ୍ତ୍ର ମହାନ ମନ୍ତ୍ର ଅଟେ । ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ଦୁନିଆରେ ଗାୟତ୍ରୀ ମନ୍ତ୍ର ଠାରୁ ବଡ ଅନ୍ୟ କୌଣସି ମନ୍ତ୍ର ନାହିଁ । ସେଥିପାଇଁ ସମସ୍ତଙ୍କୁ ସବୁଦିନ ତିନି ଥର ଗାୟତ୍ରୀ ମନ୍ତ୍ର ପଢିବା ଉଚିତ ।

ପିତା – ମାତାଙ୍କୁ ପ୍ରେମ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପିତା ମାତାଙ୍କୁ ଭଲ ପାଇବା ବି ସବୁଠୁ ଦାମୀ ଜିନିଷ ଅଟେ । ଏହି ଦୁନିଆରେ ପିତା ମାତାଙ୍କର ସ୍ଥାନ ସବୁଠୁ ଉଚ୍ଚ ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ମାତା ପିତାଙ୍କର ସେବା କରିଥାଏ ଓ ସମସ୍ତ କଥା ମାନିଥାଏ ସେ ଜୀବନରେ ସୁଖୀ ରହିଥାଏ । ସେଥିପାଇଁ ଆପଣ ବି ଏହି ଦାମୀ ଜିନିଷକୁ ଆଦର କରନ୍ତୁ ଓ ନିଜ ମାତା ପିତାଙ୍କର ହୃଦୟକୁ ଭାଙ୍ଗନ୍ତୁ ନାହିଁ ।