ଘରକୁ ଆସିଲା ପାର୍ସଲ ତ ଖୋଲିବା ମାତ୍ରେ ହିଁ ଆଶ୍ଚର୍ଯ୍ୟ ହୋଇଗଲେ ପିତା, ବହୁତ ବର୍ଷ ପୂର୍ବେ ହଜିଯାଇଥିବା ପୁଅ ପଠାଇଛି ଜିତିଥିବା ମେଡାଲ

ଅହମଦାବାଦ ରୌନକ ର କାହାଣୀ ଅଜବ ଗଜବ ଅଟେ । ଏଠାରେ ପିଲା ଘରୁ ବାରମ୍ବାର ଗାୟବ କାହିଁକି ହୋଇ ଯାଉଛି, ଏହାର କାରଣ କାହାକୁ ବି ଜଣା ନାହିଁ । ୨୦୧୨ରେ ପ୍ରଥମ ଥର ଘରୁ ଗାୟବ ହେଲା ତ ପରିଜନମାନେ ବହୁତ ଖୋଜିଥିଲେ । ପୁଣି ୨୦୧୫ରେ ରୌନକ ନିଜେ ହିଁ ଘରକୁ ଫେରି ଆସିଲା । ଏହା ପରେ ପୁଣି ଥରେ ୨୦୧୬ରେ ଗାୟବ ହୋଇଗଲା ଓ ଏଥର ବି ଘର ଲୋକମାନେ ଖୋଜିଲେ କିନ୍ତୁ ସେ ରୌନକକୁ ପାଇଲେ ନାହିଁ ।

ଏହା ପରେ ଅଚାନକ ଏକ ସପ୍ତାହ ମଧ୍ୟରେ ଘରକୁ ପାର୍ସଲ ଆସିଲା । ତା’ର ପିତା ପାର୍ସଲ ଖୋଲିଲେ ତ ତାଙ୍କୁ ପୁଅ ରୌନକ ଜିତିଥିବା ମେଡାଲ, ସାର୍ଟିଫିକେଟ ଓ ବହି ପଠାଇ ଥିଲା । ପାର୍ସଲ ଦେଖି ପୁଣି ଥରେ ଘର ଲୋକମାନଙ୍କୁ ଲାଗିଲା କି ରୌନକ ଯେଉଁଠି ବି ଅଛି, ସେଠାରେ ସେ ଭଲରେ ଅଛି ଓ ତାଙ୍କ ମନରେ ପୁଅ ଫେରି ଆସିବ ବୋଲି ଆଶା ଜାଗି ଉଠିଲା ।

ପାର୍ସଲ ମିଳିବା ପରେ କୋରିୟର କମ୍ପାନୀ ସହ କଲେ ସମ୍ପର୍କ

ହଜି ଯାଇଥିବା ରୌନକ ର ପାର୍ସଲ ମିଳିବା ପରେ ପିତା ନରେନ୍ଦ୍ର ପଞ୍ଚାଲ ମହେସାଣା ର କୋରିୟର କମ୍ପାନୀ ସହ ସମ୍ପର୍କ କରିଲେ । ପିତା ଯେତେବେଳେ ପୁରା କାହାଣୀ କହିଲେ ତେବେ କୋରିୟର କମ୍ପାନୀର କର୍ମଚାରୀମାନେ ପଠାଇଥିବା ବ୍ୟକ୍ତିର ଆଧାର କାର୍ଡ ଦେଲେ ଯେଉଁଥିରେ ଫଟୋ ରୌନକ ର ଲାଗିଥିଲା କିନ୍ତୁ ନାମ ସୂର୍ୟା ଲେଖା ହୋଇଥିଲା । ସେଥିରେ ଦିଆ ଯାଇଥିବା ଠିକଣା ରାଜସ୍ଥାନର ସଂକଳ୍ପ ବାଳଗୃହର ଥିଲା । ଏହି ପରେ ନରେନ୍ଦ୍ର ଭାଇ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଗଲେ । କିନ୍ତୁ ସେଠାରେ ଜଣା ପଡିଲା କି ରୌନକ ଅକ୍ଟୋବର ମାସରୁ ସେଠାରୁ ଫେରାର ହୋଇ ଯାଇଛି ।

୨୦୧୨ରେ ପ୍ରଥମ ଥର ଗାୟବ ହୋଇଥିଲା ରୌନକ

୨୩ ଫେବୃୟାରୀରେ ୨୦୧୨ରେ ରୌନକ ସାଇକେଲ ନେଇ ଘରୁ ବାହାରି ଥିଲା । ସେ ନିଜ ସହିତ ୫୦୦ ଟଙ୍କା ନେଇ ଘରୁ ଫେରାର ହୋଇଥିଲା । ଏହା ପରେ ପରିଜନମାନେ ତାକୁ ବହୁତ ଖୋଜିଲେ କିନ୍ତୁ ତାହା ବିଷୟରେ କିଛି ଜଣା ପଡିଲା ନାହିଁ । ପରେ ସେ ୧୫ ମେ ୨୦୧୫ରେ ନିଜ ପିତାଙ୍କୁ କଲ କରିଲା ଓ କହିଲା କି ତାକୁ କେହି ଚକଲେଟ ର ଲୋଭ ଦେଇ ଉଠାଇ ନେଇଥିଲା । ଯାହା ପରେ ସେ ଗୋଟିଏ ଦୋକାନରେ କାମ କରିବା ସହିତ ପଢୁଥିଲା । ଏହା ପରେ ସେ ଘରକୁ ଫେରି ଆସିଲା କିନ୍ତୁ ତାହାର ବ୍ୟବହାର ବହୁତ ବଦଳି ଯାଇଥିଲା ।

୨୦୧୫ରେ ଘରକୁ ଫେରିଥିଲା ରୌନକ, କିନ୍ତୁ ୨୦୧୬ରେ ଗାୟବ

୨୦୧୫ରେ ଘରକୁ ଫେରିବା ପରେ ରୌନକ ର କଥାବାର୍ତ୍ତା ଓ ବ୍ୟବହାର ବହୁତ ବଦଳି ଯାଇଥିଲା । ସେ ଗୁଜୁରାଟି ଜାଗାରେ ହିନ୍ଦୀରେ କଥାବାର୍ତ୍ତା କରୁଥିଲା ଓ ଘରେ ସମସ୍ତଙ୍କ ସାମ୍ନାରେ ବିଡି ବି ପିଇବାକୁ ଲାଗିଲା । ୧୭ ମାର୍ଚ୍ଚ ୨୦୧୬ରେ ୧୦ ମ ପଢୁଥିବା ସମୟରେ ସେ ପୁଣି ଥରେ ଫେରାର ହୋଇଗଲା । ଏହା ପରେ ତାହା ବିଷୟରେ କିଛି ବି ଜଣା ନ ଥିଲା । କିନ୍ତୁ ଅଚାନକ ତାହାର ପଠାଯାଇଥିବା ପାର୍ସଲ ଆସିଲା ତ ପରିଜନମାନେ ତାହାର ଫେରିବା ରାସ୍ତାକୁ ଚାହିଁ ବସିଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।