ଝିଅ ଜଣକ ବାପ ଓ ଭାଇ ଉପରେ ଲଗାଇଲା ରେପର ଆରୋପ, କହିଲା ଟଙ୍କା ନେଇ ଅନ୍ୟ ଲୋକଙ୍କୁ ମଧ୍ୟ ଦେଲେ

ଆଜିକାଲି ଏମିତି କିଛି ଘଟଣା ଘଟୁଛି ଯାହା ବହୁ ସମୟ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହିପରି ଏକ ଘଟଣା ଘଟିଛି ଦିଲ୍ଲୀର ଉନ୍ନାଵ ଜିଲ୍ଲାରେ । ଉନ୍ନାଵ ଜିଲ୍ଲାର ଜଣେ ଝିଅ ନିଜ ପିତା ଓ ଭାଇ ଉପରେ ରେପର ଆରୋପ ଲଗାଇଛି । ଯେତେବେଳେ ସେ ଗର୍ଭବତୀ ହୋଇଗଲେ ସେତେବେଳେ ତାଙ୍କର ବିବାହ କରାଇ ଦେଲେ । ବିବାହର ଗୋଟିଏ ମାସ ପରେ ପୀଡିତା ଜଣକ ଏକ ପିଲାକୁ ଜନ୍ମ ଦେଇଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଲକ୍ଷ୍ନୌର ବନ୍ଥରା ଥାନା କ୍ଷେତ୍ରରେ ଏକ ଗାଁରେ ରହୁଥିବା ପୀଡିତା ଝିଅଟି ସିଏମ ୟୋଗୀ ଆଦିତ୍ୟନାଥ ଜନଶୁଣାଣୀ ପୋର୍ଟଲ ରେ ଅଭିଯୋଗ କରି କହିଛି କି ତାଙ୍କର ବାପା ଜଗଦିଶ ପ୍ରସାଦ ଓ ନିଜ ଭାଇ ରାହୁଲ ମିଶି ତାକୁ ମାରିଦେବାର ଧମକ ଦେଇଥିଲେ ଓ ତାକୁ ରେପ କରିଥିଲେ । ଏତିକି ନୁହେଁ ପଇସାର ଲାଳସାରେ ସେମାନେ ଦଦାଙ୍କର ପୁଅ ସୌରଭ ଶର୍ମା, ସଚିନ, ରାଜେନ୍ଦ୍ର, ସାନି ୟାଦବ, ରାଜପାଲ, ଦିଲୀପ ଓ ସୁମିତ ଆଦି ବ୍ୟକ୍ତିମାନଙ୍କ ଦ୍ଵାରା ରେପ କରାଇଥିଲେ ।

ଯେତେବେଳେ ସେ ଗର୍ଭବତୀ ହୋଇଗଲା ସେତେବେଳେ ବାପା ତାଙ୍କର ସଡୁ ଈଶ୍ଵରଦିନଙ୍କ ସହ ମିଶି ୧୯ ଏପ୍ରିଲ ୨୦୧୯ରେ ଉନ୍ନାଵ ର ଜଣେ ଯୁବକ ସହିତ ତାର ବିବାହ କରାଇଥିଲେ । ପାଖା ପାଖି ଗୋଟେ ମାସ ପରେ ସେ ୬ ମେ ୨୦୧୯ରେ ୭ ମାସର ଏକ ପିଲାକୁ ଜନ୍ମ ଦେଇଥିଲେ । ଏଥିପାଇଁ ଶଶୁର ଘର ଲୋକ ପଚରା ଉଚରା କରିବାରୁ ଝିଅଟି ଶଶୁର ଘର ଲୋକଙ୍କୁ ସବୁ ସତ କଥା କହିଦେଇଥିଲେ । ଶଶୁର ଘର ଲୋକ ଏହା ଜାଣି ଝିଅର ବାପାକୁ ଏ ବିଷୟରେ ପଚାରିଥିଲେ, କିନ୍ତୁ ଝିଅର ବାପା ସବୁ କଥାରୁ ମୁକୁରୀ ଗଲେ ।

ଝିଅଟିକୁ କୌଣସି ପ୍ରକାରର କାରବାଇ ନକରିବା ପାଇଁ ହତ୍ୟାର ଧମକ ଦିଆଗଲା । ଝିଅଟି ପଖାପାଖି ସାତ ମାସ ହେଲାଣି ପୋଲିସ ଷ୍ଟେସନର ଚକର କାଟୁଥିଲେ, କିନ୍ତୁ କିଛି ଫଳ ମିଳିନଥିଲା । ସେଥିପାଇଁ ସେ ଜନଶୁଣାଣୀ ପୋର୍ଟାଲରେ କମ୍ପ୍ଲେନ କରିଥିଲେ । ଏହାପରେ ପୋଲିସ ଝିଅଟିର କମ୍ପ୍ଲେନ ଅନୁଯାୟୀ ଝିଅର ବାପା, ଭାଇ ସହ ଅନ୍ୟ ୧୦ ଜଣଙ୍କ ବିରୁଦ୍ଧରେ କେସ ଫାଇଲ କରିଥିଲା ।