ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 5 ଟି ଖାଦ୍ଯ, ନଚେତ ଭୋଗିବାକୁ ପଡିପାରେ ଭୟଙ୍କର ପରିଣାମ

ସକାଳର ଜଳଖିଆ ଆମ ଶରୀରକୁ ଦିନସାରା ଆକ୍ଟିଭ ରଖିଥାଏ । କିନ୍ତୁ ଅନେକ ସମୟରେ ସ୍କୁଲ, କଲେଜ କିମ୍ବା ଅଫିସ ଯିବା ବ୍ୟସ୍ତତା ମଧ୍ୟରେ ଆମେ ଜଳଖିଆ କରି ନଥାଉ । ଏହାପରେ ଭୋକ ଲାଗିଲେ ଖାଲି ପେଟରେ ବାହାରର ଜଙ୍କ ଫୁଡ ଖାଇ ଦେଇଥାଉ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହା ଖାଲି ପେଟରେ ଖାଇବା ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଖାଲି ପେଟରେ ଖାଇବା ଉଚିତ ନୁହେଁ ।

ପ୍ରଥମରେ ହେଉଛି ସଫ୍ଟ ଡ୍ରିଙ୍କସ୍ ବା ବାହାରେ ମିଳୁଥିବା କୋଲ୍ଡ ଡ୍ରିଙ୍କସ୍ । ଖାଲି ପେଟରେ କୋଲ୍ଡ ଡ୍ରିଙ୍କସ୍ ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଖାଲି ପେଟରେ ଏହା ପିଇବା ଦ୍ଵାରା ଗ୍ଯାସ ସମସ୍ଯା ହେବା ସହ ବାନ୍ତି ମଧ୍ୟ ହୋଇପାରେ । ସଫ୍ଟ ଡ୍ରିଙ୍କସ୍ ରେ ବହୁତ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ ରହିଥାଏ । ଯାହା ଆମ ପେଟରେ ପାଇଁ ବିଷ ଭଳି କାମ କରିଥାଏ ।

ଦ୍ବିତୀୟରେ ହେଉଛି ମସଲା ଜାତୀୟ ଖାଦ୍ଯ । ମସଲା ଜାତୀୟ ଖାଦ୍ଯ ଖାଇବା ଠାରୁ କୌଣସି ସମୟରେ ବି ଦୂରେଇ ରହିବା ଉଚିତ । କିନ୍ତୁ ଜଳଖିଆରେ ଏଭଳି ଖାଦ୍ଯ ସେବନ ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ହାନିକାରକ ହୋଇପାରେ । ମସଲା ଖାଦ୍ୟ ଦ୍ଵାରା ଗ୍ଯାସ ଓ ଏସିଡିଟି ସମସ୍ଯା ସୃଷ୍ଟି ହୋଇପାରେ । ନିୟମିତ ଭାବେ ଏଭଳି ଖାଦ୍ୟ ଖାଇବା ଦ୍ଵାରା ଅଲସର ଭଳି ଗମ୍ଭୀର ରୋଗ ମଧ୍ୟ ହୋଇପାରେ ।

ତୃତୀୟରେ ହେଉଛି କୋଲ୍ଡ ବେଭରେଜେସ ବା ଥଣ୍ଡା ଜାତୀୟ ପଦାର୍ଥ । ଥଣ୍ଡା ଜୁସ୍, ଲେମ୍ବୁ ପାଣି କିମ୍ବା ଫ୍ରିଜର ରଖା ଯାଇଥିବା ଖାଦ୍ୟ ମଧ୍ୟ ସକାଳୁ ଖାଲି ପେଟରେ ଖାଇବା ଉଚିତ ନୁହେଁ । ଏହା ଆମ ଶରୀରର ପାଚନ ଶକ୍ତିକୁ ଦୁର୍ବଳ କରି ଦେଇଥାଏ, ଯାହାଫଳରେ ବିଭିନ୍ନ ଶାରୀରିକ ସମସ୍ଯା ଦେଖା ଦେଇଥାଏ । ଏହା ବଦଳରେ ଗ୍ରୀନ ଟି କିମ୍ବା ଅନ୍ୟ କୌଣସି ଉଷୁମ ଖାଦ୍ୟ ଆପଣ ଖାଇପାରିବେ ।

ଚତୁର୍ଥରେ ହେଉଛି ଖଟାଜାତୀୟ ଫଳ । ଖାଲି ପେଟରେ କେବେବି ଖଟା ଫଳ ଖାଇବା ଉଚିତ ନୁହେଁ । ଲେମ୍ବୁ, କମଳା ଓ ପିଜୁଳି ଆଦିରେ ଭରପୁର ମାତ୍ରାରେ ପୋଷକତତ୍ତ୍ଵ ରହିଥାଏ । କିନ୍ତୁ ଖାଲି ପେଟରେ ଏହିସବୁ ସେବନ କରିବା ଆମ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ । ଖାଦ୍ଯ ଖାଇବା ପରେ ଅପ୍ନା ଏହି ଫଳସବୁ ଖାଇ ପାରିବେ ।

ପଞ୍ଚମରେ ହେଉଛି କଫି । ଆଜିକାଲିର ଯୁବପିଢି ସକାଳୁ ଉଠିବା କଫି କିମ୍ବା ଚାହା ପିଇବାକୁ ପସନ୍ଦ କରିଥାନ୍ତି । ଖାଲି ପେଟରେ ଚାହା କିମ୍ବା କଫି ପିଇବା ଦ୍ଵାରା ମଧ୍ୟ ପେଟରେ ଏସିଡିଟି ସମସ୍ଯା ଉତ୍ପନ୍ନ ହୁଏ ଓ ପେଟ ରୋଗ ସମସ୍ଯା ଭୋଗିବାକୁ ପଡିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।