ଏଣିକି ଗାଡିରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇବା ବାଧ୍ୟତାମୂଳକ କଲେ ସରକାର, କିନ୍ତୁ ସାଧାରଣ ଓ ହାଇ ସିକ୍ଯୁରିଟି ନମ୍ବର ପ୍ଲେଟ ମଧ୍ୟରେ ପାର୍ଥକ୍ଯ କଣ ? ଜାଣନ୍ତୁ

ଗାଡି ଚୋରି ହେବାକୁ ନେଇ ଏଥର ଆଉ ବ୍ୟସ୍ତ ହେବାକୁ ପଡିବନି । କାରଣ ଚୋରକୁ ଧରାଇ ଦେବ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ । ଗାଡିରେ ସାଧାରଣ ନମ୍ବର ପ୍ଳେଟ ବଦଳରେ ଏବେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇବା ପାଇଁ ସରକାର ନିୟମ ଜାରି କରିଛନ୍ତି । ଏହି ନମ୍ବର ପ୍ଳେଟ ଗାଡି ଚୋରକୁ ଧରେଇ ଦେବ ଓ ନିୟମ ଉଲ୍ଲଂଘନ କରୁଥିବା ଲୋକେ ମଧ୍ୟ ଦଣ୍ଡ ପାଇବେ । ଏହି ହାଇ ସିକ୍ଯୁରିଟି ନମ୍ବର ପ୍ଳେଟରେ ଛୋଟ ଛୋଟ ଅକ୍ଷରରେ ଭର୍ତ୍ତି କରି ଇଣ୍ଡିଆ ଲେଖାଯାଇଛି।

ଏଥିରେ ଏକ ଲେଜର କୋଡ ସାଙ୍ଗକୁ ଏକ ହୋଲୋଗ୍ରାମ ମଧ୍ୟ ଅଛି, ଯାହା ସାଧାରଣ ନମ୍ବର ପ୍ଳେଟ ଠାରୁ ଏକଦମ ଭିନ୍ନ ରହିଛି । ନମ୍ବର ପ୍ଳେଟରେ ଲେଖା ଯାଉଥିବା ଅକ୍ଷର ସାଇଜ ଏବଂ ସ୍ପେସ ମଧ୍ୟ ୟୁନିକ ରହିଛି । ଏହାସହ ନମ୍ବର ପ୍ଳେଟକୁ ଗାଡି ସହ ଏମିତି ଏକ ଲକରେ ଲଗାଯାଉଛି ଯାହା କେହି ମଧ୍ୟ ଖୋଲିପାରିବେ ନାହିଁ । କାରଣ ଏହା ଇରିଭର୍ସିବଲ ସ୍ନାପ ଲକ । ଯଦି କୌଣସି କାରଣବଶତଃ ଏହା ଭାଙ୍ଗି ଯାଉଛି ତେବେ ଡୁପ୍ଳିକେଟ ନମ୍ବର ପ୍ଳେଟ ପାଇଁ ଆପଣ ଥାନାରେ ଏଫଆଇଆର ଦେବେ ଓ ନଲାଇନ ଆବେଦନ କରିବେ ।

ପୂର୍ବରୁ ଗାଡିର ନମ୍ବର ପ୍ଳେଟ ସବୁ ନଟବୋଲ୍ଟ ଦ୍ଵାରା ଲଗା ଯାଉଥିଲା । ନୂଆ ନିୟମ ଜାରି ହେବା ପରେ ଯଦି କେହି ଡିଲର କିମ୍ବା ଭେଣ୍ଡର ଏହାଦ୍ବାରା ନମ୍ବର ପ୍ଳେଟ ଲଗାନ୍ତି ତେବେ ଏହା ଆଇନର ବିରୁଦ୍ଧାଚରଣ ହେବ ବୋଲି କୁହାଯାଇଛି । ସରକାରଙ୍କ ନଜରରେ ଏହା ପଡିଲେ ଯେଉଁ ଭେଣ୍ଡର ଏପରି କାର୍ଯ୍ୟ କରିଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଚାରିଚକିଆ ଗାଡିର ପଛରେ ଏବଂ ଆଗରେ ନମନର ପ୍ଳେଟ ଲାଗିଥାଏ ।

କିନ୍ତୁ ଏବେ ଠାରୁ ଗାଡିର ଆଗ କାଚରେ ମଧ୍ୟ ନମ୍ବର ପ୍ଳେଟ ଲଗାଯିବ ଓ ସେଥିରେ ମଧ୍ୟ ଲେଜର କୋଡ ଇନବିଲ୍ଟ ରହିବ । ଏହାକୁ ଗାଡିର ଭିତର ପଟୁ ଲଗାଯାଉଛି ତେଣୁ ଏହି ନମ୍ବର ପ୍ଳେଟକୁ ମଧ୍ୟ ଟାଣିକି ଛଡେଇବା ସହଜ ହେବନାହିଁ । ଏବେ ଠାରୁ ଗାଡି ମାନଙ୍କରେ ଆଉ ସାଧାରଣ ନମ୍ବର ପ୍ଳେଟ ଲଗାଯିବ ନାହିଁ । ବରଂ ନୂଆ ଓ ପୁରୁଣା ସବୁ ଗାଡିରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇବା ବାଧ୍ୟତାମୂଳକ କରିଛନ୍ତି ସରକାର ।

ଡିସେମ୍ବର ସେଶ ସୁଦ୍ଧା ରାଜ୍ୟର ସବୁ ଗାଡିରେ ନୂଆ ନମ୍ବର ପ୍ଳେଟ ଲଗାଇବାକୁ ରାଜ୍ୟ ପରିବହନ କତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଇନ ଉଲ୍ଲଂଘନକାରୀଙ୍କୁ ୧୦ ହାଜାତ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯିବ । ଏହି ନମ୍ବର ଯୋଗାଇବା ପାଇଁ ବର୍ତ୍ତନ ରାଜ୍ୟରେ ୪ଟି ସଂସ୍ଥା ରହିଛି । ଗାଡି ନିର୍ମାଣକାରୀ କମ୍ପାନୀ ଲୋକଙ୍କୁ ଏହି ନମ୍ବର ପ୍ଳେଟ ଯୋଗାଇଦେବେ । ଏଥିପାଇଁ ଆବେଦନ କରିବାକୁ ସ୍ଵତନ୍ତ୍ର ପୋର୍ଟାଲ ଆପ ମଧ୍ୟ ରଖାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।