ମାର୍କେଟରୁ 2000 ଟଙ୍କିଆ ନୋଟ ସବୁ କୁଆଡେ ଗଲା ? କଣ ସରକାର ଏହାର ପ୍ରଚଳନ ବନ୍ଦ କରିଦେଲେ କି ? ଜାଣନ୍ତୁ କାହିଁକି ଦିଶୁନାହିଁ ଏହି ନୋଟ

ଏବେ ଆଉ ଦୁଇ ହଜାର ଟଙ୍କିଆ ନୋଟ ବଜାରରେ ଦେଖିବାକୁ ମିଳୁନି । କେବେ ଭାବିଛନ୍ତି କି ଏହା ପଛରେ କଣ କାରଣ ରହିଛି ? ୨୦୧୬ ନଭେମ୍ବର ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନୋଟବନ୍ଦୀ ଘୋଷଣା କରିବା ପରେ ଏଟିଏମରୁ ଖାଲି ଦୁଇ ହଜାର ଟଙ୍କିଆ ନୋଟ ବାହାରୁଥିଲା । କେନ୍ଦ୍ର ସରକାର ଯେବେ ରାତି ୧୨ଟା ପରଠାରୁ ଆଉ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଚଳିବ ନାହିଁ ବୋଲି ଘୋଷଣା କଲେ ଲୋକଙ୍କ ନିଦ ହଜି ଯାଇଥିଲା । ଏହା ବଦଳରେ ଆସିଥିଲା ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ ।

ସେବେଠାରୁ ୫୦୦ ଟଙ୍କିଆ ନୋଟ ତ ଚାଲିଛି କିନ୍ତୁ ୨୦୦୦ ନୋଟ ସତେ ଯେମିତି ବ୍ଯାଙ୍କ ଓ ଏଟିଏମରୁ ଗାୟବ ହୋଇଯାଇଛି । ବର୍ତ୍ତମାନ ୨୦୦୦ ଟଙ୍କିଆ ବଦଳରେ ୫୦୦ ତାଙ୍କର ଟ୍ରାନ୍ସାକ୍ସନକୁ ଗୁରୁତ୍ଵ ଦେଉଛନ୍ତି ସରକାର । ଏହା ସରକାରଙ୍କ ଆର୍ଥିକ ନୀତିର ଏକ ଗୂତ୍ବପୂର୍ଣ୍ଣ ଅଂଶ ବୋଲି କୁହାଯାଉଛି । ଦେଶରେ ଦୁର୍ନୀତିକୁ ରୋକିବା ସହ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୦୦ ଟଙ୍କିଆ ନୋଟ ଛପା ଆରମ୍ଭ ହୋଇଥିଲା । କିନ୍ତୁ ସରକାରଙ୍କ ଏହି ନୀତି କାମ ଦେଲାନି ।

କାରଣ ଦୁର୍ନୀତି କମିବା ବଦଳରେ କଳାବଜାରୀ ଅଧିକ ବଢିଚାଲିଲା । ଅଧିକ ମୂଲ୍ୟର ଟଙ୍କା ଜମାକରି ରଖିବା ଦ୍ଵାରା ଆର୍ଥିକ ଅବ୍ୟବସ୍ଥା ମଧ୍ୟ ଦେଖାଗଲା । ତା’ ସହିତ ଏହି ନୋଟ ଦେଶର ଗରିବ ଶ୍ରେଣୀ ଓ ମଧ୍ୟବିତ୍ତ ପରିବାରର ଲୋକଙ୍କ ପାଇଁ ମଧ୍ୟ ସମସ୍ଯା ସୃଷ୍ଟି କଲା । ଖୁଚୁରା ପାଇଁ ଲୋକେ ହଇରାଣ ହେଉଥିବା ଦେଖି କ୍ରମଶଃ ଏହି ନୋଟର ପ୍ରଚଳନକୁ ରୋକିବା ପାଇଁ ନିଷ୍ପତ୍ତି ନେଲେ ଭାରତୀୟ ରିଜର୍ଭ ବ୍ଯାଙ୍କ ।

ତେଣୁ ୨୦୨୦ ପରଠାରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନକୁ କମାଇବା ପାଇଁ ଆରବିଆଇ ପକ୍ଷରୁ ବ୍ଯାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଗଲା । ୨୦୨୨ ମାର୍ଚ୍ଚ ପରଠାରୁ ଦେଶର ପାଖାପାଖି ୨ ଲକ୍ଷ ୪୦ ହଜାର ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ବାହାରିବା ବନ୍ଦ ହୋଇଗଲା । ମୂଲ୍ୟ ଦୃଷ୍ଟିରୁ ଦେଖିଲେ ଦେଶରେ ମୋଟ ମୁଦ୍ରାରେ ୨୦୦୦ ଟଙ୍କିଆ ନୋଟର ମାତ୍ର ୨୨.୬ ପ୍ରତିଶତ ଥିଲା । ୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶରେ ୨୭୪ କୋଟିର ୨୦୦୦ ଟଙ୍କିଆ ନୋଟ କାରବାର ହେଉଥିଲା ।

ଯାହାକି ମୋଟ ମୁଦ୍ରାର ମାତ୍ର ୨.୪ ପ୍ରତିଶତ ଥିଲା । ୨୦୨୨ ମାର୍ଚ୍ଚ ବେଳକୁ ଏହା ୨୧୪ କୋଟି ଟଙ୍କାକୁ ହ୍ରାସ ପାଇଛି । ଯାହା ମୋଟର ମୃଦରା ପ୍ରଚଳନର ମାତ୍ର ୧.୬ ପ୍ରତିଶତ ଅଟେ । ତେବେ ଗତ ଦୁଇ ବର୍ଷ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ ଛାପିବା ବନ୍ଦ କରି ଦେଇଛନ୍ତି ଅର୍ଥ ମନ୍ତ୍ରଣାଳୟ । କିନ୍ତୁ ସରକାର ଏହି ନୋଟକୁ ସଂପୂର୍ଣ୍ଣ ବନ୍ଦ କରିନାହାନ୍ତି, ଏବେବି ୨୦୦୦ ଟଙ୍କିଆ ନୋଟର କାରବାର ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।