ମୁଖ୍ୟମନ୍ତ୍ରୀ Naveen Patnaik ଙ୍କୁ ଭେଟିଲେ ବଲିଉଡ ଆକ୍ଟର ତଥା କରୋନା ହିରୋ Sonu Sood, ଜାଣନ୍ତୁ କଣ ରହିଛି କାରଣ, ଦେଖନ୍ତୁ Video

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍ । ସୋନୁ ସୁଦ୍ ପରଦା ଉପରେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ ମଧ୍ୟ ରିୟଲ ଲାଇଫରେ ତାଙ୍କର ଭୂମିକା ଜଣେ ହିରୋ ଭଳି । ସୋନୁଙ୍କୁ କାରୋନା ମହାମାରୀ ସମୟର ହିରୋ ଓ ମସିହା ଆଦି ଅନେକ ନାମରେ ଡାକନ୍ତି ଲୋକ । କାରଣ ଯେତେବେଳେ ହଠାତ ଦେଶରେ ଲକଡାଉନ ଘୋଷଣା ହୋଇ ଯାଇଥିଲା ନିଜ ଘର ତଥା ରାଜ୍ୟ ବାହାରେ ରହି ପାଠ ପଢୁଥିବା ଏବଂ କାମ କରୁଥିବା ଲୋକମାନେ ବହୁତ ଅସୁବିଧାର ସମୁଖୀନ ହୋଇଥିଲେ ।

ଏକଥା ଆପଣ ସମସ୍ତଙ୍କୁ ଭଲ ଭାବେ ଜଣା । ନଖାଇ ନପିଇ ଲୋକେ ଘର ଚାଲି ଚାଲି ଘରକୁ ଯିବାକୁ ଚେଷ୍ଟା କରିବା ବେଳେ ଏବଂ ଅନେକ ଲୋକ ଭିଡିଓ ବନେଇ ସାହାଯ୍ୟ ମାଗୁଥିବା ବେଳେ ସୋନୁ ସୁଦ୍ ଅନେକ ଲୋକଙ୍କୁ ଉଦ୍ଧାର କରିଥିଲେ କହିଲେ ଭୁଲ ହେବନାହିଁ । ହଜାର ହଜାର ଲୋକଙ୍କ ଘରକୁ ଫେରିବା ବ୍ୟବସ୍ଥା କରିବା ସହ ସେମନଙ୍କୁ ଦାନାପାଣି ମଧ୍ୟ ଯୋଗାଇଥିଲେ ସୋନୁ । ତାଙ୍କର ଏଭଳି କାର୍ଯ୍ୟ ପାଇଁ ସାରା ଦେଶ ତାଙ୍କୁ ଏବେବି ପ୍ରଶଂସା କରୁଛି ।

ସେହି ସମୟରେ ଆମ ରାଜ୍ୟ ଓଡିଶାର କେନ୍ଦ୍ରପଡାରୁ ମଧ୍ୟ 70ରୁ ଅଧିକ ଲୋକଙ୍କୁ ଓଡିଶା ଆସିବାରେ ସାହାଯ୍ୟ କେରିଥିଲେ ସୋନୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ତାଙ୍କୁ ଟ୍ବିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ସୋନୁ ସୁଦ୍ ।

ତେବେ ସେମିତି କୌଣସି ନେଇ ସୋନୁ ଆସି ନଥିଲେ ବରଂ କେବଳ ନବୀନ ପଟ୍ଟନାୟକଙ୍କୁ କେବଳ ଭେଟିବା ପାଇଁ ଆସିଥିଲେ ବୋଲି କହିଛନ୍ତି ସୋନୁ । ଏହାସହ ସୋନୁ କହିଛନ୍ତି ସେ ଓଡିଶା ପାଇଁ ଆଗକୁ ମଧ୍ୟ ଭଲ କାର୍ଯ୍ୟ କରିବାକୁ ଚାହାନ୍ତି ଓ ଯେତେବେଳେ ବି ଓଡିଶା ତାଙ୍କୁ ଦରକାର କରିବ ସେ ଆଗେଇ ଆସିବେ । ତାଲାବନ୍ଦ ସମୟରେ ଦେଶର ପ୍ରାୟ ସବ୍ୟ ରାଜ୍ୟରୁ ଲୋକଙ୍କୁ ସେ ନିଜ ଘରକୁ ଫେରିବାରେ ସାହାଯ୍ୟ କରିଥିଲେ । ଯେଉଁଥି ପାଇଁ ସୋନୁ ଅଧିକ ଲୋକପ୍ରିୟତା ହାସଲ କରି ପାରିଛନ୍ତି ।

ସେ ଫିଲ୍ମ ମାନଙ୍କରେ ନେଗେଟିଭ ରୋଲ ନିଭାଉଥିଲେ ମଧ୍ୟ ଲୋକଙ୍କ ହୃଦୟରେ ସବୁଦିନ ପାଇଁ ଜଣେ ରିୟଲ ଲାଇଫ ହିରୋ ହୋଇ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।