ରାଉରକେଲା ମାର୍କେଟରେ ବୁଲୁଛି PK, ଲୋକଙ୍କ ମଧ୍ୟରେ ନଜର ଆସିଲା ଜବରଦସ୍ତ କ୍ରେଜ, ଦେଖନ୍ତୁ Video

ବଲିଉଡ ସୁପରଷ୍ଟାର ଅମୀର ଖାନଙ୍କ ଫିଲ୍ମ “ପି.କେ” ଆପଣଙ୍କର ନିଶ୍ଚୟ ମନେଥିବ । ଫିଲ୍ମଟି ରିଲିଜ ହେବା ମାତ୍ରେ ଥିଏଟରରେ ଧୁମ୍ ମଚାଇଥିଲା । ଫିଲ୍ମର କାହାଣୀ ଓ ଅମୀର ଖାନଙ୍କ ନୂଆ ଅବତାରକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମଟି ଏତେ ଭଲ ହୋଇଥିଲା ଯେ ଆଜିବି କେଉଁଠି ଚାଲିଲେ ଟିକେ ଟିକେ ରହି ଦେଖିବାକୁ ମନ ହୁଏ । ତେବେ ଆଜି ଆମେ ଆପଣଙ୍କୁ ପି.କେ ପାର୍ଟ-୨ ସହ ପରିଚିତ କରାଇବାକୁ ଯାଉଛୁ । ସତରେ ଅମୀର ଖାନ ଏହି ଫିଲ୍ମର ସିକ୍ବେଲ କରି ନାହାନ୍ତି ।

ବରଂ ଅମୀର ଖାନ ଫିଲ୍ମ ପି.କେ ର ଗେଟଅଫ ନେଇ ବୁଲୁଥିବା ଏହି ଯୁବ କଳାକାରଙ୍କ କଥା ଆମେ କହୁଛୁ । ଫିଲ୍ମ ପି.କେ ଅମୀର ଖାନ ଯେଉଁ ଭଳି ବେଶ ନେଇଥିଲେ ସେ ସେଭଳି ବେଶ ନେଇ ବୁଲି ଲୋକଙ୍କୁ ମନୋରଞ୍ଜନ କରାଉଛନ୍ତି । ସେଥିପାଇଁ ଲୋକେ ତାଙ୍କୁ ପି.କେ ତାଙ୍କୁ ପାର୍ଟ-୨ ବୋଲି କହୁଛନ୍ତି । ତେବେ ଏହି ଯୁବକଙ୍କ ନାମ ହେଉଛି ଉତ୍ତମ ତାଣ୍ଡି । ଉତ୍ତମ ପି.କେ ଗେଟଅଫ ନେବା ସହ ତାଙ୍କ କଥା, ଚାହାଣି ଓ ରଙ୍ଗଢଙ୍ଗ ସବୁ ଅବିକଳ ପି.କେ ଭଳି ହୋଇଛି ।

ତାଙ୍କୁ ଦେଖିବାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ତେଣୁ ସେ ଥିବା ସ୍ଥାନରେ ଲୋକମାନେ ତାଙ୍କୁ ଦେଖିବାକୁ ଗହଳି କରୁଥିବା ବେଳେ ତାଙ୍କ ସହ ସେଲଫି ମଧ୍ୟ ନେଉଛନ୍ତି । ଉତ୍ତମଙ୍କ ଘର ବରଗଡ ଜିଲ୍ଲା କୁରୁଙ୍ଗା ଅଞ୍ଚଳରେ ଓ ସେ ବର୍ତ୍ତମାନ ରାଉଳକେଳାରେ ପିଜି କରୁଛନ୍ତି । ସେ ଡ୍ରାମାର ଛାତ୍ର ହୋଇଥିବା ବେଳେ ଜଣେ କଳାକାର ମଧ୍ୟ ।

ପ୍ରତ୍ଯେକ ବର୍ଷ ସେ ଜାମସେଦପୁର ସୋନାରୀ ଅଞ୍ଚଳରେ ଦେବାଦେବୀ ଭେଶରେ ନିଜ କଳା ପ୍ରଦର୍ଶନ କରନ୍ତି । ସେଠାରେ ପ୍ରତ୍ଯେକ ରାମନବମୀ ଅବସରରେ ଶୋଭାଯାତ୍ରା କରାଯାଏ ଓ ଉତ୍ତମ ସେଠାରେ ରାମ, ଲକ୍ଷ୍ମଣ, ଶିବ ଭଗବାନ, ହନୁମାନ ଓ କେବେ କୃଷ୍ଣ ଭଗବାନଙ୍କ ଅବତାରରେ ନଜର ଆସନ୍ତି । କିନ୍ତୁ ଏହି ପି.କେ ଗେଟଅଫ ତାଙ୍କୁ ପରିଚୟ ଦେଇଛି । ଲୋକଙ୍କ ମନୋରଞ୍ଜନ ପାଇଁ ପି.କେ ଏହି ଗେଟଅଫ ନେଇଥିବା କହିଛନ୍ତି ।

ଲୋକେ ମଧ୍ୟ ତାଙ୍କ ସହ ମିଶି ଖୁସି ହେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ପି.କେ ପାର୍ଟ-୨ ଭାବେ ଉତ୍ତମ ବେଶ ଜଣାଶୁଣା ହୋଇ ସାରିଲେଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।