Savitri Vrat GK: ପବିତ୍ର ସାବିତ୍ରୀ ବ୍ରତ ସହ ଜଡିତ 20 ଟି ପ୍ରଶ୍ନ ଓ ଏହାର ଉତ୍ତର, ଜାଣିଥିଲେ ଉତ୍ତର ଦିଅନ୍ତୁ

ଆସନ୍ତା ମଇ ୩୦ ତାରିଖ ସୋମବାର ଦିନ ପାଳନ ହେବାକୁ ଯାଉଛି ପବିତ୍ର ସାବିତ୍ରୀ ବ୍ରତ । ଏହିଦିନ ସଧବା ନାରୀମାନେ ସକାଳୁ ଉଠି ନିତ୍ୟକର୍ମ ସାରି ନୂଆ ଶାଢୀ ପିନ୍ଧି ସାବିତ୍ରୀ ମାଆଙ୍କ ପୂଜା କରିଥାନ୍ତି । ସ୍ବାମୀଙ୍କ ଦୀର୍ଘ ଆୟୁଷ କାମନା କରି ସ୍ତ୍ରୀ ମାନେ ବ୍ରତ ଉପବାସ ମଧ୍ୟ ରଖିଥାନ୍ତି । ପ୍ରତ୍ଯେକ ସଧବା ନାରୀ ପାଇଁ ଏହିଦିନ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ସାବିତ୍ରୀ ଅମାବାସ୍ୟା ବିଷୟରେ ଅଧିକ ଜାଣିବା ପାଇଁ ଆମେ ଆପଣଙ୍କ ସାବିତ୍ରୀ ବ୍ରତ ସମ୍ବନ୍ଧିତ ପାଇଁ କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

୧- ସାବିତ୍ରୀ ବ୍ରତ କେଉଁ ଓଡିଆ ମାସରେ ପଡିଥାଏ ?

ଉ: ଜ୍ୟେଷ୍ଠ ମାସରେ

୨- ସାବିତ୍ରୀ ବ୍ରତ କେଉଁ ତିଥିରେ ପଡିଥାଏ ?

ଉ: ଅମାବାସ୍ୟା ତିଥିରେ

୩- ସାବିତ୍ରୀଙ୍କ ପିତାଙ୍କ ନାମ କଣ ଥିଲା ?

ଉ: ଅଶ୍ଵପତି

୪- ସାବିତ୍ରୀ ବ୍ରତ ବା ଓଷା କାହା ଅଆଇନ କରା ଯାଇଥାଏ ?

ଉ: ସ୍ବାମୀଙ୍କ ପାଇଁ

୫- ସାବିତ୍ରୀଙ୍କ ମାତାଙ୍କ ନାମ କଣ ଥିଲା ?

ଉ: କୌଶଲ୍ୟା

୬- ସାବିତ୍ରୀଙ୍କ ସ୍ବାମୀଙ୍କ ନାମ କଣ ?

ଉ: ସତ୍ୟବାନ

୭- ସାବିତ୍ରୀ କେଉଁ ଦେଶର ରାଜକୁମାରୀ ଥିଲେ ?

ଉ: ମଦ୍ର ଦେଶର

୮- ସତ୍ୟବାନଙ୍କ ମାତାଙ୍କ ନାମ କଣ ଥିଲା ?

ଉ: ମାଳବିକା

୯- ସତ୍ୟବାନଙ୍କ ପିତା କେଉଁ ରାଜ୍ୟର ରାଜା ଥିଲେ ?

ଉ: ସାଲ୍ଵ ଦେଶ

୧୦- ସାବିତ୍ରୀଙ୍କୁ “ମହାବତୀ” ବୋଲି କିଏ କହିଥିଲେ ?

ଉ: ନାରଦ ମୁନି

୧୧- ସାବିତ୍ରୀ ବ୍ରତ କେଉଁ ପକ୍ଷରେ ପଡେ ?

ଉ: କୃଷ୍ଣପକ୍ଷ

୧୨- ସତ୍ୟବାନଙ୍କ ପିତାଙ୍କ ନାମ କଣ ?

ଉ: ରାଜା ଦୁମରୁତ ସେନ

୧୩- ସାବିତ୍ରୀ କାହାକୁ ବାର ମାଗିଥିଲେ ?

ଉ: ଯମଙ୍କୁ

୧୪- ସାବିତ୍ରୀ ବ୍ରତ କେଉଁ ଉଦ୍ଦେଶ୍ୟରେ ପାଳନ କରାଯାଏ ?

ଉ: ସ୍ବାମୀଙ୍କ ଦୀର୍ଘ ଆୟୁଷ ତଥା ସୁଖଦ ବୈବାହିକ ଜୀବନ ପାଇଁ କାମନା ପାଇଁ

୧୫- ସାବିତ୍ରୀ ବ୍ରତକୁ ଆଉ କଣ କୁହାଯାଏ ?

ଉ: ବଟ ସାବିତ୍ରୀ ବ୍ରତ

୧୬- ସାବିତ୍ରୀକୁ ବଟ ସାବିତ୍ରୀ ବୋଲି କାହିଁକି କୁହାଯାଏ ?

ଉ: ଏହିଦିନ ବରଗଛକୁ ପୂଜା କରା ଯାଉଥିବାରୁ ଏହାର ନାମ ବଟ ସାବିତ୍ରୀ ବୋଲି ମଧ୍ୟ ରଖାଯାଇଛି

୧୭- ସାବିତ୍ରୀ ଦିନ ବରଗଛକୁ କାହିଁକି ପୂଜା କରାଯାଏ ?

ଉ: ବରଗଛରେ ତ୍ରିଦେବ ତଥା ସମସ୍ତଦେବାଦେବୀଙ୍କ ବାସ ରହିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ବରଗଛକୁ ପୂଜା କରିବା ସମସ୍ତ ଦେବାଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଓ ମନସ୍କାମନା ପୂରଣ ହୋଇଥାଏ ।

୧୮- ସାବିତ୍ରୀ ବ୍ରତ କେଉଁମାନେ ପାଳନ କରନ୍ତି ?

ଉ: କେବଳ ସଧବା ନାରୀ ମାନେ

୧୯- ସାବିତ୍ରୀ କଣ ପାଇଁ ଏହି ବ୍ରତ ରଖିଥିଲେ ?

ଉ: ମୃତ ସ୍ଵାମୀ ସତ୍ୟବାନଙ୍କୁ ଯମରାଜଙ୍କ ଠାରୁ ଫେରାଇ ଆଣିବାକୁ

୨୦- ବରଗଛ ପୂଜା କରିବା ସମୟରେ କେତେ ଥର ଏହା ଚାରିପଟେ ପରିକ୍ରମା କରାଯାଏ ?

ଉ: ସାତ ଥର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।