କ୍ଷୀର ହାଣ୍ଡିରୁ ଉତୁରି ପଡ଼ିବାର ଅର୍ଥ ? ଶୁଭ ନା ଅଶୁଭ ସଂକେତ ଜାଣନ୍ତୁ

କ୍ଷୀର ହେଉଛି ଏକ ଅପ୍ରଷ୍ଠ ଧଳା ତରଳ ପଦାର୍ଥ । ଯାହା କ୍ଷୀର ଗ୍ରନ୍ଥି ଦ୍ଵାରା ଗଠିତ । ଯେତେବେଳେ ବି କୌଣସି ପ୍ରାଣୀ ଜନ୍ମ ହୋଇଥାଏ ସେ ପ୍ରଥମେ ତାର ମା ର କ୍ଷୀର ପ୍ରଥମ ଖାଦ୍ୟ ବା ପାନୀୟ ଭାବରେ ଗ୍ରହଣ କରିଥାଏ । ତେଣୁ କ୍ଷୀରକୁ ଅମୃତ ସହିତ ସମାନ କରାଯାଇଅଛି । ଯାହାକୁ ଆମେ ଦେବକାର୍ଯ୍ୟ କରିବା ସମୟରେ ପଞ୍ଚାମୃତ ତିଆରି କରିବା ପାଇଁ ବ୍ୟବହାର କରିଥାଉ । ସାଧାରଣତଃ କ୍ଷୀରରେ ୭୫ ଭାଗ ଜଳ ରହିଥାଏ ।

ଏବଂ ଅବଶିଷ୍ଟ ରେ କଠିନ ଉପାଦାନ ଯେମିତିକି ଖାଦ୍ୟ ସର ଏବଂ ଖଣିଯ୍ୟ ଲବଣ ରହିଥାଏ । ଦୈନନ୍ଦିନ ଜୀବନରେ ଆମେ ସାଧାରଣତଃ ଗାଈ ବା ମଇଁଷି ର କ୍ଷୀର ବ୍ୟବହାର କରିଥାଉ । ଶାସ୍ତ୍ର ଅନୁସାରେ କ୍ଷୀର କୁ ନେଇ ଅନେକ ତତ୍ତ୍ଵ ଉଲେଖ ରହିଛି । ଯେମିତିକି କ୍ଷୀର ହାତରୁ ଖସି ପଡିବା, ହାଣ୍ଡିରୁ କ୍ଷୀର ଉତୁରି ପଡ଼ିବା ଏବଂ ସିକ୍କା ରୁ କ୍ଷୀର ଠେକି ଛିଡି ଖସି ପଡିବା ।

ଏହା ପଛରେ ରହିଛି କିଛି ରହସ୍ୟମୟ କଥା । ତେବେ ଆଜି ଆମେ ଜାଣିବା ଯେ କ୍ଷୀର ଫୁଟାଇବା ସମୟରେ କ୍ଷୀର ଉତୁରି ତଳେ ପଡିଯିବାର ଅର୍ଥ କଣ ହୋଇଥାଏ । ଏହା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

କ୍ଷୀର ଉତୁରି ତଳେ ପଡିଯିବାରୁ ଏହାର ୪ ଟି ଅର୍ଥ ରହିଛି-

୧- ଶାସ୍ତ୍ର ଅନୁସାରେ ଯଦି କ୍ଷୀର ଉତୁରି ତଳେ ପଡ଼ିଯାଏ ତେବେ ଏହା ଧନ ଏବଂ ସମ୍ମାନ ଉପରେ ସିଧା ସଳକ ପ୍ରଭାବ ପକାଇଥାଏ । ଧନ ହାନି ସମ୍ମାନ ହାନି ର ପୂର୍ବ ସୂଚନା ଦେଇଥାଏ ।

୨- ଯଦି କ୍ଷୀର ଉତୁରୀବା ଆରମ୍ଭ କରେ ତେବେ ଘରେ ଝଗଡ଼ା ଏବଂ ବିତର୍କ ହେବାର ସୂଚନା ଦେଇଥାଏ । ବିଶେଷ କରି ଏହାର ପ୍ରଭାବ ପତି ପତ୍ନୀ ଙ୍କ ସମ୍ପର୍କ ଉପରେ ପଡ଼ିଥାଏ ।

୩- ଶାସ୍ତ୍ର ଅନୁସାରେ ଯଦି କ୍ଷୀର ଫୁଟିବା ସମୟରେ ତଳେ ପଡ଼ିଯାଏ ତେବେ ଏହାର ଅର୍ଥ ହେଉଛି ଘର ଉପରେ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି ।

୪- କ୍ଷୀର ହାଣ୍ଡି ରୁ ଉତୁରି ପଡ଼ିବା ର ଅର୍ଥ ଘରେ ଟଙ୍କା ସହିତ ଜଡ଼ିତ କୌଣସି ବଡ଼ ସମସ୍ୟା ହୋଇପାରେ । ପରିବାରରେ କୌଣସି ବୟସ୍କ ବ୍ୟକ୍ତି ଙ୍କ ସ୍ବାସ୍ଥ୍ୟ ଏବଂ ପରିବାରରେ କୌଣସି ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।