ସଚୀନ ତେନ୍ଦୁଲକରଙ୍କ ସମ୍ପତ୍ତି ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ସଚିନ ତେନ୍ଦୁଲକର ୧୪ ବର୍ଷ ବୟସରେ ରଞ୍ଜି ଟ୍ରଫିରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ସେ ମାତ୍ର ୧୬ ବର୍ଷ ବୟସରେ ଇଣ୍ଟର୍ନେସ୍ନାଲ ରେ ଭାରତ ତରଫରୁ ଖେଳିଥିଲେ । ସେ ବିଶ୍ୱରେ ଏକମାତ୍ର ଖେଳାଳି ଯିଏକି , କ୍ରିକେଟରେ ୧୦୦ଟି ଶତକ ଓ ୩୫ ହଜାରରୁ ଅଧିକ ରନ କରିଛନ୍ତି । ସେ ଗୁଜୁରାଟର ଜଣେ ଡାକ୍ତର ଅଞ୍ଜଳି ମେହେତାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେମାନେ ହେଲେ ଅର୍ଜୁନ ଓ ସାରା ।

ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ଜଣେ ବହୁତ ଭଲ କ୍ରିକେଟ ଖେଳାଳି ଅଟନ୍ତି । ସାରା ପୃଥିବୀରେ ସଚୀନଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି ଓ ସେ ତାଙ୍କୁ କ୍ରିକେଟର ଭଗବାନ ମାନିଥାନ୍ତି । ଆମ ଭାରତରେ ସବୁଠାରୁ ଧନୀ ଖେଳାଳି ହେଉଛନ୍ତି ସଚିନ ତେନ୍ଦୁଲକର । ସେ କ୍ରିକେଟରୁ ରିଟାଇୟାର ହେଲା ପରେ ସେ ପ୍ରତି ମାସରେ ବିସିସିଆଇ ରୁ ପାଞ୍ଚହଜାର ଟଙ୍କା ପେନସନ ପାଇଥାନ୍ତି ।

ସେ ଭାରତ ରତ୍ନ ଉପାଧିରେ ବିଭୂଷିତ ହୋଇଛନ୍ତି । ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ଦରମାର ୫୦ ପ୍ରତିଶତ ବା ୧ ଲକ୍ଷ ୩୦ ହଜାର ଟଙ୍କା ପାଇଥାନ୍ତି । ଏହା ସହିତ ସେ ମଧ୍ୟ ରାଜ୍ୟ ସଭାର ସାଂସଦ ମଧ୍ୟ ଅଟନ୍ତି । ବର୍ତ୍ତମାନ ସେ ୩୦ ରୁ ୩୫ ଟି ବ୍ରାଣ୍ଡର ଆମ୍ବାସଟର ଅଛନ୍ତି । ସେ ଆଦିଦାସ ,ଏମ ଆର ଏଫ ଭଳି ବଡ଼ବଡ଼ ବ୍ରାଣ୍ଡର ଆମ୍ବାସଡର ଅଛନ୍ତି ।

ସେ ଗୋଟିଏ ବ୍ରାଣ୍ଡର ପ୍ରମୋସନ କରିବାପାଇଁ ସେ ୭ କୋଟି ଟଙ୍କା ନେଇଥାନ୍ତି । ଆଉ କିଛି ସ୍ପେଶାଲ ବ୍ରାଣ୍ଡ ପାଇଁ ସେ ୨୦ ରୁ ୩୦ କୋଟି ଟଙ୍କା ନେଇଥାନ୍ତି। ତାଙ୍କର ମୁମ୍ବାଇ ରେ ୭୦ କୋଟି ଓ ୮୦ କୋଟି ଟଙ୍କାର ଦୁଇଟି ଘର ଅଛି । ଆହୁରି ମଧ୍ୟ ତାଙ୍କର ମୁମ୍ବାଇରେ ୭ ଟି ବଡ ହୋଟେଲ ଅଛି । ଏହା ବ୍ୟତୀତ ତାଙ୍କର ପୃଥିବୀର ସବୁ ଦେଶରେ ମଧ୍ୟ ଦାମୀ ହୋଟେଲ ମାନ ରହିଛି ।

ସେ ପ୍ରତିବର୍ଷ ୫୦ ରୁ ୬୦ କୋଟି ଟଙ୍କା ତାଙ୍କ ରିଏଲଷ୍ଟେଟ ବିଜିନେସରେ ଲଗାଇଥାନ୍ତି । ତାଙ୍କ ପାଖରେ ପାଖାପାଖି ୧୦ ରୁ ୧୫ ଟି ଦାମୀ କାର ରହିଛି । ଯେପରିକି ଅଡି, ବିଏମଡବ୍ଲୁ, ଫେରାରୀ ଭଳି ଅନେକ ଦାମୀ କାମ୍ପାନୀର ଗାଡି ସେ ବ୍ୟବହାର କରିଥାନ୍ତି । ଯାହାର ମୂଲ୍ୟ ପାଞ୍ଚ କୋଟି ଟଙ୍କା । ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ସମ୍ପତିର ମୂଲ୍ୟ ୧ ହଜାର ୯୨ କୋଟି ବା ୧୭୦ ମିଲିୟନ ଡ଼ଲାର ଅଟେ ।

ତାଙ୍କର ବହୁତ ଏନଜିଓ ସଂସ୍ଥା ଅଛି ଯାହାକି ସେ ଗରିବ ମାନଙ୍କୁ ଦାନ କରିଥାନ୍ତି । ସେ ଜଣେ ଭଲ କ୍ରିକେଟର ହେବା ସହିତ ଜଣେ ଭଲ ଲେଖକ ମଧ୍ୟ । ତାଙ୍କୁ ଏକ ମଦର ପ୍ରମୋସନ ପାଇଁ ମଧ୍ୟ ଅଫର ଆସିଥିଲା । ସେ ଏହାକୁ କରିବାପାଇଁ ମନା କରିଦେଇଥିଲେ । ଏଥିରୁ ତାଙ୍କର ମହାନ ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ । ସେ ଅନେକ ପୁସ୍ତକ ମଧ୍ୟ୍ୟ ଲେଖିଛନ୍ତି । ସେ ଆହୁରି ମଧ୍ୟ ଜଣେ ଭଲ ମଣିଷ ଓ ଜଣେ ମାତାଙ୍କର ଆଜ୍ଞାକାରୀ ପୁତ୍ର ମଧ୍ୟ ଅଟନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।