କେଉଁ ପାପ କରିଲେ କେଉଁ ରୋଗ ହୋଇଥାଏ ? Garuda Puran

ଗରୁଡ ପୁରାଣ ଅନୁସାରେ ମନୁଷ୍ୟ ପାପ କର୍ମ କରିଲେ ସେ ନିଶ୍ଚିତ ରୂପରେ ନର୍କକୁ ଯିବ ଓ ପୂଣ୍ୟ କର୍ମ କରିଲେ ସ୍ଵର୍ଗକୁ ଯିବ । ଅନ୍ୟ ପଟେ ଏହା ବି କୁହାଯାଇଛି କି ଯଦି ଭଗବାନଙ୍କ ପାଦରେ ସ୍ଥାନ ପାଇବାକୁ ଚାହୁଁଛନ୍ତି ତେବେ ଭଗବାନଙ୍କ ନାମ ଜପ କରନ୍ତୁ । ଏହା ବିଷୟରେ ସମସ୍ତେ ଜାଣିଛନ୍ତି । ଭଗବାନ ଗରୁଡ ପୁରାଣ ଏହା ବି ଉଲ୍ଲେଖ କରିଛନ୍ତି କି ଯଦି ଆପଣ କୌଣସି ପାପ କରୁଛନ୍ତି ତେବେ ଆପଣଙ୍କୁ ସେହି ଅନୁସାରେ ରୋଗ ଓ ଯନ୍ତ୍ରଣା ବି ସହିବାକୁ ପଡିଥାଏ ।

ଯଦି ବ୍ରାହ୍ମଣର ହତ୍ୟା ଅର୍ଥାତ ବ୍ରହ୍ମ ହତ୍ୟା ଭଳି ପାପ କରିଛନ୍ତି ତେବେ ଜଖମା ରୋଗ ହବ । ଗୋ ହତ୍ୟା ଯଦି କରିଛନ୍ତି ତେବେ କୁଷ୍ଠ ରୋଗ ହେବ । ନିଜ ପୁତ୍ରକୁ ମାରିଛନ୍ତି କିମ୍ବା ପୁତ୍ର ବାପାକୁ ମାରିଛି ତେବେ ଏହିଭଳି ପାପ କରିଲେ ଆପଣଙ୍କ ଶରୀରର ସବୁ ଅଙ୍ଗ ଛିଣ୍ଡି ଯିବ ।

ଗୁରୁର ପତ୍ନୀଙ୍କୁ ହରଣ କରିଛନ୍ତି ତେବେ ନପୁଂସକ ଜନ୍ମ ନେବେ । ଯେଉଁମାନେ ଝିଅ ବୋଲି ଗର୍ଭରେ ଶିଶୁ କନ୍ୟାର ହତ୍ୟା କରି ଦିଅନ୍ତି ସେହିଭଳି ଲୋକମାନେ ଶବର ଘରେ ଜନ୍ମ ନେଇଥାନ୍ତି ଓ ସେମାନଙ୍କ ଶରୀରରେ ଜାଦୁ କାଛୁ କୁଣ୍ଡିଆ ହବ । ଯାହାକି କେବେ ବି ଭଲ ହେବ ନାହିଁ । ଜୀବନ ସାରା ସେହି ଚିହ୍ନକୁ ନେଇ ବଞ୍ଚିବାକୁ ପଡିଥାଏ । ଯେଉଁମାନେ ନିଜେ ଓ ନିଜ ସ୍ଵାମୀଙ୍କୁ ସୁସ୍ଵାଦୁ ଖାଇବା ଦେଉଛନ୍ତି, କିନ୍ତୁ ଶାଶୁ ଶ୍ଵଶୁରଙ୍କୁ ପଖାଳ ଭାତ ଖାଇବାକୁ ଦେଉଛନ୍ତି ସେହିଭଳି ମହିଳାମାନେ ଆସନ୍ତା ଜନ୍ମରେ ଗଳଗଣ୍ଡ ରୋଗର ଶିକାର ହେବେ ।

ଅଶୁଦ୍ଧ ସମୟରେ ପିଣ୍ଡ ଦାନ କରିଲେ ଚିତ୍ରକୁଷ୍ଠ ହେବ । ଗୁରୁ ନିନ୍ଦା କରିଲେ ବି ନାନା ପ୍ରକାରର ରୋଗରେ ପୀଡିତ ହେବେ । ମିଥ୍ୟା ସାକ୍ଷୀ ଦେଉଛନ୍ତି ଆର ଜନ୍ମରେ ମୁକ ହେବେ । ଯେଉଁମାନେ ବାହାଘର ଭାଙ୍ଗି ଦେଉଛନ୍ତି ସେମାନ ଓଠ ନ ଥିବ । ଯେଉଁମାନେ ବହି ଚୋରୀ କରିଥାନ୍ତି ଆର ଜନ୍ମରେ ସେ ଅନ୍ଧ ହୋଇ ଜନ୍ମ ନେଇଥାନ୍ତି । ଗୁରୁ ବ୍ରାହ୍ମଣକୁ ଗୋଇଠା ମାରୁଥିବା ଲୋକମାନେ ପଙ୍ଗୁ ହୋଇଯିବେ । ଭୋଜନରେ ବିଷ ମିଶ୍ରିତ କରୁଥିବା ଲୋକ ଜଡ ହୋଇ ଜନ୍ମ ଗ୍ରହଣ କରିବେ ।

ଯିଏ ଠାକୁରଙ୍କ ପଇସା ଖାଇଥାଏ କିମବା ଠାକୁରନାକ ଜିନିଷ ଚୋରୀ କରିଥାଏ ସେ ଆର ଜନ୍ମରେ ଚୁଚୁନ୍ଦ୍ରା ରୂପରେ ଜନ୍ମ ନେଇଥାଏ । ନିଜ ସ୍ତ୍ରୀ ଥାଇ ଯଦି ପର ନାରୀ ସହ ମିଶୁଛନ୍ତି ତେବେ ଚକ୍ଷୁ ରୋଗ ହବ । ଅନ୍ୟର ଉନ୍ନତି ଦେଖି ହିଂସା କରୁଛନ୍ତି କିମ୍ବା ଦୁଃଖିତ ହେଉଛନ୍ତି ତେବେ ବାତ ରୋଗର ଶିକାର ହେବେ । ବିଶ୍ଵାସଘାତକତା କରିଲେ ସବୁବେଳେ ମୁଣ୍ଡବିନ୍ଧା ହବ । କିନ୍ତୁ ଆପଣ ବ୍ରାହ୍ମଣଙ୍କୁ କିଛି ଜିନିଷ ଦାନ କରି ଏହି ସବୁ ପାପରୁ ମୁକ୍ତି ପାଇ ପାରିବେ ।