ବରଣ ମାଳା ପିନ୍ଧାଉଥିଲା ବର, ଠିକ ସେହି ସମୟରେ ସ୍ଟେଜ ରେ ପହଞ୍ଚିଗଲା ପ୍ରେମିକ ଓ କରିଲା ଏମିତି କାମ କି….ଶୁଣିଲେ ଆପଣଙ୍କ ହୋସ ଉଡିଯିବ !

ଉତ୍ତର ପ୍ରଦେଶରେ ଗୋଟିଏ ବିବାହ ସମାରୋହରେ କିଛି ଫିଲ୍ମି ସିନ ଦେଖିବାକୁ ମିଳିଲା । ବାହାଘରରେ ବର ଓ କନ୍ୟା ପରସ୍ପରକୁ ଫୁଲ ମାଲା ପିନ୍ଧାଉ ଥିଲେ କି ସେହି ସମୟରେ ପ୍ରେମିକ କିଛି ଏମିତି କରି ଦେଲା କି ଯାହା ପରେ ବରଯାତ୍ରୀ ଠାରୁ ନେଇ ଝିଅ ଘରର ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ । ଜୟମାଳା ସମୟରେ ବର ଯେତେବେଳେ କନ୍ୟାକୁ ଫୁଲମାଲା ପିନ୍ଧାଇବାକୁ ଯାଉ ଥିଲା ସେହି ସମୟରେ ଝିଅର ପ୍ରେମୀ ସ୍ଟେଜ ଉପରେ ଚଢି ଗଲା ଓ ସେ ନିଜର ରକ୍ତକୁ ଝିଅର ମୁଣ୍ଡରେ ମାରି ଦେଲା ।

ଏହାକୁ ଦେଖିବା ପରେ ସମସ୍ତେ ସେହି ଯୁବକକୁ ମାରିବା ଆରମ୍ଭ କରି ଦେଲେ ଓ ବର୍ତ୍ତମାନ ସେ ହସ୍ପିଟାଲରେ ଅଛି । ବର୍ତ୍ତମାନ ଏହି ପୁରା ଘଟଣା ପୁରା ଗାଁରେ ଚର୍ଚିତ ବିଷୟ ହୋଇ ଯାଇଛି ।କହିବାକୁ ଗଲେ ୟୁପି ପ୍ରତାପଗଢ ଜିଲ୍ଲାର ଉଦୟପୁର ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଛି ।

ଯେଉଁ ଝିଅର ବାହାଘର ଚାଲି ଥିଲା ସେ ଅଜୟ ନାମକ ଯୁବକକୁ ଭଲ ପାଉ ଥିଲା । ଯିଏକି ତାଙ୍କ ଅଞ୍ଚଳର ହିଁ ଥିଲା । ୨୧ ବର୍ଷର ଝିଅର ପ୍ରେମ ବିଷୟରେ ଯେତେବେଳେ ଘର ଲୋକମାନଙ୍କୁ ଜଣା ପଡିଲା ତେବେ ଘର ଲୋକମାନେ ସଙ୍ଗେ ସଙ୍ଗେ ଝିଅର ଓ ତାର ଛୋଟ ଭଉଣୀର ବିବାହ ଠିକ କରି ଦେଲେ । ଘର ଲୋକମାନେ ଝିଅକ ଘରୁ ବାହାରିବା ପାଇଁ ମନା କରିଦେଲେ । ଯେଉଁ କାରଣରୁ ଝିଅ ତାର ପ୍ରେମିକ ସହ ସାକ୍ଷାତ କରି ପାରିଲା ନାହିଁ । ଦୁଇ ଝିଅଙ୍କ ବରଯାତ୍ରୀ ବି ପହଞ୍ଚି ଗଲା ।

କିନ୍ତୁ ଏହା ମଧ୍ୟରେ ଝିଅର ପ୍ରେମୀ ଅଜୟ ବି ସେଠି ଆସି ଗଲା । ବର କନ୍ୟାକୁ ଫୁଲମାଳ ପିନ୍ଧାଇବା ପାଇଁ ଯାଉ ଥିଲା କି ଅଜୟ ସ୍ଟେଜ ଉପରେ ଚଢିଗଲା ବ୍ଲେଡରେ ନିଜର ହାତ କାଟି ଫିଲ୍ମ ଷ୍ଟାଇଲରେ ଝିଅର ମୁଣ୍ଡରେ ନିଜର ରକ୍ତ ମାରି ଦେଲା । ଏହି ଘଟଣା ପରେ କନ୍ୟା ଆଶ୍ଚର୍ଯ୍ୟ ହୋଇଗଲା । ବରଯାତ୍ରୀ ଓ ଝିଅ ଘର ଲୋକମାନେ ବି ସଙ୍ଗେ ସଙ୍ଗେ ସ୍ଟେଜ ଉପରେ ଚଢି ଗଲେ ଓ ଅଜୟକୁ ଧରି ନେଲେ । ସମସ୍ତ ମିଶି ଅଜୟକୁ ମାରିବା ଆରମ୍ଭ କରି ଦେଲେ ।

ଏହା ମଧ୍ୟରେ ପୋଲିସ ବି ସେଠି ଆସି ଗଲା । ପୋଲିସ ବରଯାତ୍ରୀ ଓ ଝିଅ ଘର ଠାରୁ ଅଜୟକୁ ବଞ୍ଚାଇ ଥିଲେ । କିନ୍ତୁ ଏହା ମଧ୍ୟରେ ଅଜୟ କ୍ଷତ ବିକ୍ଷତ ହୋଇ ଯାଇ ଥିଲା ଓ ପୋଲିସ ହସ୍ପିଟାଲକୁ ଭର୍ତ୍ତି କରିଲେ । ପୋଲିସର ଉପସ୍ଥିତିରେ ବିବାହର ସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ କରିଲେ ଓ ଝିଅର ବିଦାୟ ବି ହେଲା ।