ସ୍କୁଲ ଯିବା ପୂର୍ବରୁ ପିଲାଙ୍କୁ କଣ ଶିଖାଇବେ ? ଦେଖନ୍ତୁ ଏନେଇ କଣ କହୁଛନ୍ତି ବିଶିଷ୍ଟ ମନସ୍ତତ୍ଵବିତ୍ Sambit Nanda

କୋଭିଡ ଯୋଗୁଁ ପିଲାମାନଙ୍କୁ ଅଧିକ ସମୟ ଘରେ ରହିବାକୁ ପଡୁଛି, ଫଳରେ ପିଲା ହଠାତ ବାହାରକୁ ତାକୁ ଭୟ ଏବଂ ନିଃସଙ୍ଗତା ଅନୁଭବ ହେଉଛି । ପିଲାଙ୍କ ମାନସିକ ତଥା ବୌଧିକ ବିକାଶରେ ପ୍ଲେ ସ୍କୁଲର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ତେଣୁ ପିଲା ସ୍କୁଲ ଯିବା ପୂର୍ବରୁ ତାଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ । ଖେଳାଖେଳି ମାଧ୍ୟମରେ ପିଲାଙ୍କୁ ଘରେ ପାଠପଢା ଏବଂ ଲେଖାଲେଖି କେମିତି ଶିଖାଇବେ ? ଚାଲନ୍ତୁ ଏନେଇ ଜାଣିବା ବିଶିଷ୍ଟ ମନସ୍ତତ୍ଵବିତ୍ ସମ୍ବିତ ନନ୍ଦଙ୍କ କଣ କହୁଛନ୍ତି ।

ଆପଣ ଲକ୍ଷ୍ୟ କରିଥିବେ ପ୍ଲେ ସ୍କୁଲ ମାନଙ୍କରେ ପିଲାଙ୍କ ପାଇଁ କାନ୍ଥରେ ବିଭିନ୍ନ ପ୍ରକାର ଚିତ୍ର ସହ ପାଠ ଶିଖିବା ପାଇଁ ଅନେକ ଖେଳନା ମଧ୍ୟ ରହିଥାଏ । କାରଣ ଛୋଟ ପିଲାମାନେ ରଙ୍ଗ ଏବଂ ଆକାର ପ୍ରତି ଖୁବ ଆକ୍ରୁଷ୍ଟ ହୋଇଥାନ୍ତି । ତେଣୁ ପିଲାକୁ ଅଢେଇରୁ ତିନି ବର୍ଷ ହେବା ମାତ୍ରେ ତାଙ୍କ ମାନସିକ ଏବଂ ବୌଧିକ ବିକାଶ ପ୍ରତି ପିତାମାତା ମାନେ ଧ୍ୟାନ ଦେବା ଆବଶ୍ୟକ । ପିଲା ଯେପରି ଖେଳ ମାଧ୍ୟମରେ ବହୁତ ଜିନିଷ ଶିଖିବ, ତା’ର ଶିଖିବାର ଦକ୍ଷତା ଓ ଇଚ୍ଛାଶକ୍ତି ବୃଦ୍ଧି ପାଇବ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ ।

ଯାହାକି ସେ ସ୍କୁଲ ଯିବା ପରେ ପାଠପଢାରେ ତାକୁ ସାହାଯ୍ୟ କରିବ । ପିଲା ପାଇଁ ଖେଳ ଅତ୍ୟନ୍ତ ଜରୁରୀ । କାରଣ ଏହାଦ୍ବାରା ଶାରୀରିକ ବିକାଶ ହେବା ସହ ମାନସିକ ବିକାଶ ମଧ୍ୟ ହୋଇଥାଏ । ଆଜକାଲି ବାପାମା’ ମାନେ ପିଲାକୁ ମୋବାଇଲ ଧରେଇ ଗୋଟିଏ ଜାଗାରେ ବସେଇ ଦେଉଛନ୍ତି । ଯାହାଫଳରେ ଛୋଟପିଲାଙ୍କ ଠାରେ ମଧ୍ୟ ମୋଟାପଣ ବୃଦ୍ଧି ପାଉଛି ଏବଂ ବିଭିନ୍ନ ପ୍ରକାରର ରୋଗ ମାଡି ବସୁଛି ।

କେବଳ ମୋବାଇଲ ଦେଖିବା ଦ୍ଵାରା ମାନସିକ ବିକାଶ ମଧ୍ୟ ସଙ୍କୁଚିତ ହେଉଛି । ପିଲାମାନେ ଏକାଠି ହୋଇ ଖେଳିଲେ ଖେଳର ନିୟମ ଶିକ୍ଷା କରନ୍ତି । ଯାହା ସେମାନଙ୍କ ଶିଖିବା ଅଭ୍ଯାସକୁ ବଢାଏ । ଖେଳିବା ଦ୍ଵାରା ପିଲାର ଶିଖିବା ପ୍ରତି ଧ୍ୟାନ ମଧ୍ୟ ବୃଦ୍ଧି ପାଏ । ପିଲାଙ୍କୁ ପଥ ପଢାଇବା ଶୈଳୀ ଯେତେ ମଜାଦାର ହେବ ତାଙ୍କୁ ସେତେ ମଜା ଲାଗିବ ଶିଖିବା ପାଇଁ ଏବଂ ସେମାନେ ବୋର୍ ହେବେନାହିଁ । ତେଣୁ ପିଲାଙ୍କୁ ଲେଖାଲେଖି ଶିଖାଇବା ବେଳେ ସିଲଟ ଏବଂ ଚକ୍ ଖଡିର ବ୍ୟବହାର କରନ୍ତୁ ।

ଆଜିକାଲି ହ୍ଵାଇଟ ବୋର୍ଡ ଏବଂ ମାର୍କର ପେନ୍ ମଧ୍ୟ ମିଳୁଛି । ବିଭିନ୍ନ ରଙ୍ଗର ମାର୍କର ପେନ୍ ଦେଖି ପିଲା ମଧ୍ୟ ପାଠ ପଢିବାକୁ ଆଗ୍ରହ କରିବେ । ପ୍ରଥମେ ତାଙ୍କ ହାତ ଧରି ଲେଖା ଶିଖାନ୍ତୁ ଓ ପରେ ତାଙ୍କୁ ନିଜେ ଲେଖିବାକୁ କୁହନ୍ତୁ । ପିଲାକୁ ପ୍ରଥମେ ଗୋଲାକାର ଚିହ୍ନ, ବର୍ଗାକାର ଚିହ୍ନ ଓ ତ୍ରିଭୁଜ ଚିହ୍ନରୁ ଲେଖିବା ଶିଖାନ୍ତୁ ।

ଏହିପରି ଗାର ଟାଣିବା ଦ୍ଵାରା, ତିଆରି କରିବା ଦ୍ଵାରା ଓ ରଙ୍ଗ ଦେବା ଦ୍ଵାରା ପିଲାର ଲେଖାଲେଖି ପ୍ରତି ରୁଚି ବଢିବ ଓ ଧିରେ ଧିରେ ଆପଣ ତାକୁ ଆଲ୍ଫାବେଟ ଚିହ୍ନିବା ଓ ଲେଖିବା ମଧ୍ୟ ଶିଖାଇପାରିବେ । ଏହାସହ ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ସାଙ୍ଗ ହେବାକୁ ଓ ଖେଳିବାକୁ ଛାଡନ୍ତୁ । ଏହା ମଧ୍ୟ ଅତ୍ୟନ୍ତ ଜରୁରୀ ।

ଏହାସହ ପିତାମାତା ମଧ୍ୟ ପିଲାଙ୍କୁ ଯଥେଷ୍ଟ ସମୟ ଦିଅନ୍ତୁ । ତାଙ୍କ ସହ କଥା ହୁଅନ୍ତୁ ଓ ଖେଳନ୍ତୁ ଦେଖିବେ ଆପଣଙ୍କ ପିଲାର ବିକାଶ ଆପେ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।