ତିଳକ ଲଗାଇବାର ମହତ୍ଵ, ଜାଣନ୍ତୁ କେଉଁ ଦିନ କେଉଁ ତିଳକ ଲଗାଇବା ଉଚିତ

ହିନ୍ଦୁ ଧର୍ମରେ କୌଣସି ପ୍ରକରାର ଶୁଭ କାର୍ଯ୍ୟ କରିବା ପୂର୍ବରୁ ମଥାରେ ତିଳକ ଲଗାଯାଇଥାଏ । ହିନ୍ଦୁ ଧର୍ମରେ ତିଳକ ଲଗାଇବାକୁ ଶୁଭ ମାନିଥାନ୍ତି । ହେଲେ ସବୁ ଦେବତାଙ୍କ ଦିନରେ ଅଲଗା ଅଲଗା ତିଳକ ଲଗାଇବା ଶୁଭ ହୋଇଥାଏ । ଆଜି ଆମେ ଆପଣମାନଙ୍କୁ କେଉଁ ଦିନରେ କେଉଁ ତିଳକ ଲଗାଇବା ଉଚିତ ସେହି ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା କେଉଁ ଦିନରେ କେଉଁ ତିଳକ ଲଗାଇବା ଉଚିତ ।

ସୋମବାର- ଏହି ଦିନଟି ହେଉଛି ଭଗବାନ ଶିବଙ୍କ ଦିନ । ମନ ଓ ମସ୍ତିସ୍କକୁ ଶାନ୍ତ ରଖିବା ପାଇଁ ଆପଣ ଏହି ଦିନରେ ଧଳା ଚନ୍ଦନର ତିଳକ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ଦିନ ବହୁତ ଭଲ ଯିବ ।

ମଙ୍ଗଳବାର- ମଙ୍ଗଳବାର ଦିନଟି ହେଉଛି ପବନପୁତ୍ର ହନୁମାନଙ୍କ ଦିନ । ଏହି ଦିନରେ ଲାଲ ଚନ୍ଦନର ତିଳକ ମଥାରେ ଲଗାଇବା ଉଚିତ । ହେଲେ ଲାଲ ଚନ୍ଦନ ତେଲରେ ଗୋଳା ହୋଇଥିବା ଉଚିତ । ଏହା ଦ୍ଵାରା ଆପଣ ଏହି ଦିନରେ ଊର୍ଜାରେ ଭରପୁର ରହିବେ ।

ବୁଧବାର- ବୁଧବାର ଦିନଟି ହେଉଛି ମହାପ୍ରଭୁ ଗଣେଶଙ୍କ ଦିନ । ଏହି ଦିନର ଗ୍ରହ ସ୍ଵାମୀ ବୁଧ ଗ୍ରହ ହୋଇଥାନ୍ତି । ଏହି ଦିନରେ ଶୁଖିଲା ସିନ୍ଦୁରକୁ ତିଳକ କରି ମଥାରେ ଲଗାଇବା ଉଚିତ । ଏହା ଦ୍ଵାରା ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ।

ଗୁରୁବାର- ଗୁରୁବାର ଦିନଟିକୁ ବୃହସ୍ପତି ବାର ମଧ୍ୟ କୁହାଯାଏ ଓ ଏହି ଦିନର ଗ୍ରହ ସ୍ଵାମୀ ହେଉଛନ୍ତି ବୁଧ ଗ୍ରହ । ଏହି ଦିନରେ ଶୁଖିଲା ସିନ୍ଦୁରର ତିଳକ ଲଗାଇବା ଉଚିତ । ଏହା ଦ୍ଵାରା ଆପଣଙ୍କ ପୁରା ଦିନ ବହୁତ ଭଲରେ କଟିବ ।

ଶୁକ୍ରବାର- ଶୁକ୍ରବାର ଦିନଟି ହେଉଛି ମା ଲକ୍ଷ୍ମୀଙ୍କ ବାର । ଏହି ଦିନର ଗ୍ରହ ସ୍ଵାମୀ ହେଉଛନ୍ତି ଶୁକ୍ର ଗ୍ରହ । ଏହି ଦିନରେ ଲାଲ ଚନ୍ଦନର ତିଳକ ମଥାରେ ଲଗାନ୍ତୁ । ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ରହିବ ।

ଶନିବାର- ଏହି ଦିନଟି ହେଉଛି ଭୈରବ, ଶନି ଓ ଯମରାଜାଙ୍କ ଦିନ । ଏହି ଦିନରେ ଭସ୍ମ ବା ଲାଲ ଚନ୍ଦନର ତିଳକ ଲଗାଇବା ଉଚିତ ରହିବ ।

ରବିବାର- ଏହି ଦିନଟି ହେଉଛି ଭଗବାନ ସୂର୍ଯ୍ୟଙ୍କ ଦିନ । ଏହି ଦିନର ଗ୍ରହ ସ୍ଵାମୀ ହେଉଛନ୍ତି ସୂର୍ଯ୍ୟ । ଏହି ଦିନରେ ଆପଣଙ୍କୁ ଲାଲ ଚନ୍ଦନ ଲଗାଇବା ଉଚିତ । ଏହା ଦ୍ଵାରା ଆପଣଙ୍କର ପୁରା ଦିନ ବହୁତ ଭଲ ରହିବ ।