ଶକ୍ତି କପୁରଙ୍କ ସହ ବିବାହ କରିବା ପାଇଁ ଘରୁ ପଳାଇଥିଲେ ଶିବାଙ୍ଗୀ କୋଲ୍ହାପୁରୀ, ଜାଣନ୍ତୁ କେମିତି ଥିଲା ଏମାନଙ୍କର ଲଭ ଷ୍ଟୋରି

୮୦ ଓ ୯୦ ଦଶକରେ ବଲୀଉଡର ଲୋକପ୍ରିୟ ଅଭିନେତା ଶକ୍ତି କପୁର ନିଜର ଖଳନାୟକ ଅଭିନୟ ଦ୍ଵାରା ଲୋକମାନଙ୍କ ହୃଦୟରେ ଛାପ ଛାଡି ଦେଇଥିଲେ । ଏହା ପରେ ସେ ‘ରାଜା ବାବୁ ଓ ଅନ୍ଦାଜ ଅପନା ଅପନା’ ଭଳି ଫିଲ୍ମରେ କମେଡି ରୋଲ ବି କରିଲେ । କିନ୍ତୁ ଯେତେବେଳ ତାଙ୍କର ପର୍ସନାଲ ଲାଇଫ କଥା ଆସେ ତେବେ ତାଙ୍କର ଲାଇଫ ଅନସ୍କ୍ରୀନ ଲାଇଫଠାରୁ ବିଲକୁଲ ଅଲଗା ଅଟେ ।

ଏମିତିରେ ଆଜି ଆମେ ଆପଣଙ୍କୁ ଶକ୍ତି କପୁର ଓ ତାଙ୍କର ପତ୍ନୀ ଶିବାଙ୍ଗିଙ୍କର ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ । ଯାହାକି କୌଣସି ବଲୀଉଡ ଫିଲ୍ମର ସିନ ଠାରୁ କମ ନୁହେଁ ।

ଶକ୍ତି କପୁର ଦିଲ୍ଲୀର ଏକ ପଞ୍ଜାବୀ ପରିବାରର ଅଟନ୍ତି । ଯେତେବେଳେ କି ଶିବାଙ୍ଗୀ ଏକ ସାଧାରଣ ମରାଠୀ ପରିବାରର ଅଟନ୍ତି । ଶକ୍ତି କପୁର ପୁନେର FTII ଇଂଷ୍ଟିଚ୍ୟୁଟରୁ ଅଭିନୟର ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ ସେ ମୁମ୍ବାଇରେ କାମ ଖୋଜିବା ପାଇଁ ଆସିଲେ । କହିବାକୁ ଗଲେ ଶକ୍ତି କପୁରଙ୍କର ଅସଲ ନାମ ସୁନୀଲ ସିକଂଦରଲାଲ କପୂର ଅଟେ । କିନ୍ତୁ ଯେତେବେଳେ ସେ ନିଜର ପ୍ରଥମ ଫିଲ୍ମରେ ଖଳନାୟକର ଅଭିନୟ କରିଲେ ତେବେ ତାଙ୍କର ନାମ ବଦଳାଇ ଶକ୍ତି ରଖା ଦିଆଗଲା ।

ଶିବାଙ୍ଗୀ ଓ ଶକ୍ତିଙ୍କର ପ୍ରଥମ ଦେଖା ୧୯୮୦ରେ ଏକ ଫିଲ୍ମ ଶୁଟ ସମୟରେ ହୋଇ ଥିଲା । ଆପଣଙ୍କୁ କହିଦେଉଛୁ କି ଶିବାଙ୍ଗୀ ପଦ୍ମିନୀ ତେଜସ୍ୱିନୀ କୋଲ୍ହାପୁରୀଙ୍କର ବଡ ଭଉଣୀ ଅଟନ୍ତି । ଫିଲ୍ମ ‘କିସ୍ମତ’ରେ ପ୍ରଥମେ ପଦ୍ମିନୀ ମିଥୁନ ଚକ୍ରବର୍ତୀଙ୍କ ସହ କାମ କରିଥାନ୍ତେ କିନ୍ତୁ ପଦ୍ମିନୀଙ୍କର ଡେଟ ର ସମସ୍ୟା ଥିବାରୁ ଡାୟରେକ୍ଟର ଏହି ରୋଲକୁ ଶିବାଙ୍ଗୀଙ୍କୁ ଦେଇଦେଲେ ।

ଏହି ଫିଲ୍ମ ଜରିଆରେ ହିଁ ପ୍ରଥମ ଥର ଦୁଇ ଜଣ ପରସ୍ପର ସହ ମିଶି ପାରିଥିଲେ । ଶିବାଙ୍ଗୀଙ୍କୁ ପ୍ରଥମ ନଜରରେ ହିଁ ଶକ୍ତି କପୁରଙ୍କ ସହ ପ୍ରେମ ହୋଇଗଲା । କିନ୍ତୁ ଯେତେବେଳ ଶିବାଙ୍ଗୀ ଶକ୍ତି କପୁରଙ୍କ ସହ ବିବାହ କରିବାର କଥା ଘରେ କହିଲେ ତେବେ ସେମାନେ ଏହି ସମ୍ପର୍କକୁ ମନା କରିଦେଲେ ।

ଶିବାଙ୍ଗୀଙ୍କର ପରିବାର ପୁରୁଣା ଚିନ୍ତାଧାରର ପରିବାର ଥିଲା ସେଥିପାଇଁ ସେମାନେ ସଫା ସଫା ଏହି ସମ୍ପର୍କକୁ ମନା କରିଦେଲେ ଓ କହିଲେ କି ଯଦି ସେ ଶକ୍ତିଙ୍କ ସହ ବିବାହ କରିବେ ତେବେ ତାଙ୍କୁ ପରିବାରରୁ ଅଲଗା କରି ଦିଆଯିବ ।

ଏହା ପରେ ଶିବାଙ୍ଗୀ ଯେତେବେଳେ ୧୮ ବର୍ଷର ହେଲେ ତେବେ ସେ ଶକ୍ତିଙ୍କ ସହ ଘରୁ ପଳାଇ ୧୯୮୨ ମସିହାରେ କୋର୍ଟରେ ବିବାହ କରିନେଲେ । ଶକ୍ତିଙ୍କର ପରିବାର ଶିବାଙ୍ଗୀଙ୍କୁ ଖୁସି ଖୁସି ଆପଣାଇ ନେଲେ ।

ବାହାଘର ପରେ ବହୁ ବର୍ଷ ପର୍ଯ୍ୟନ୍ତ ଶିବାଙ୍ଗୀ ଓ ତାଙ୍କ ପରିବାରମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଉ ନ ଥିଲା । କିନ୍ତୁ ଯେତେବେଳେ ଶିବାଙ୍ଗୀ ଶ୍ରଦ୍ଧା ଓ ସିଦ୍ଧାନ୍ତଙ୍କୁ ଜନ୍ମ ଦେଲେ ତେବେ ଯାଇ ତାଙ୍କର ପରିବାର ତାଙ୍କ ସହିତ କଥାବାର୍ତ୍ତା କଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।