ଚାଣକ୍ୟଙ୍କ ଅନୁସାରେ ନିଜର ଏହି ୩ ଟି ରାଜ ଭୁଲରେ ବି କାହାକୁ କହିବା ଉଚିତ ନୁହେଁ, ନେହେଲେ

ରାଜନୀତି ଓ ଅର୍ଥଶାସ୍ତ୍ରର ପିତାମହ ଚାଣକ୍ୟ ନିଜ ଜୀବନରେ ପ୍ରାପ୍ତ କରିଥିବା ଅନୁଭୂତିକୁ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ସବୁ ନୀତିକୁ ମାନିଲେ ବ୍ୟକ୍ତିର ଜୀବନରେ କୌଣସି ସମସ୍ୟା ଆସିବ ନାହିଁ । ଆଜି ଆମେ ଆପଣମାନଙ୍କୁ ଏମିତି କିଛି କଥା କହିବୁ ଯାହାକୁ ଚାଣକ୍ୟଙ୍କ ମତରେ ଆପଣଙ୍କୁ ଗୁପ୍ତ ରଖିବା ଉଚିତ । ସେହି କଥା ଗୁଡିକ ବିଷୟରେ ଭୁଲ ରେ ମଧ୍ୟ କାହାକୁ କହିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ସବୁ କଥା ଗୁଡିକ ବିଷୟରେ ।

ନିଜର ଅପମାନ-

ଚାଣକ୍ୟଙ୍କ ଅନୁସାରେ ନିଜର ଅପମାନ ବିଷୟରେ କୌଣସି ବ୍ୟକ୍ତିକୁ କହିବା ଉଚିତ ନୁହେଁ । ଏହି ଅପମାନ ସହ ଜଡିତ କଥା ଗୁଡିକୁ ମଣିଷ ଗୁପ୍ତ ରଖିବା ଉଚିତ । ଯଦି ବ୍ୟକ୍ତି ନିଜ ଅପମାନ ବିଷୟରେ ଅନ୍ୟ କାହାକୁ କହିବ ତେବେ, ଅନ୍ୟ ଲୋକ ସେହି ବ୍ୟକ୍ତିର ମଜାକ ଉଡେଇବ । ଦୁନିଆରେ ବହୁତ କମ ଲୋକ ଥାଆନ୍ତି ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି, ଅଧିକାଂଶ ଲୋକ କେବଳ ଈର୍ଷାରେ ରୁହନ୍ତି ।

ଧନର ହାନି-

ଚାଣକ୍ୟଙ୍କ ମତରେ ଯଦି ଧନ ହାନି ହେବ ତେବେ ଆପଣ ଏହି ବିଷୟରେ କୌଣସି ବ୍ୟକ୍ତିକୁ କହିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ବ୍ୟକ୍ତିର ମାନ ସମ୍ମାନ ହାନି ହୋଇଥାଏ । ଲୋକମାନେ ସେହି ବ୍ୟକ୍ତିର ସମ୍ମାନ କରନ୍ତି ନାହିଁ । ଲୋକମାନେ ଆପଣଙ୍କୁ ସାହାର୍ଯ୍ୟ ନକରି ଆପଣଙ୍କ ମଜାକ ଉଡାଇଥାନ୍ତି । ତେଣୁ ଭୁଲ ରେ ମଧ୍ୟ ନିଜ ଧନ ହାନି ବିଷୟରେ କାହାକୁ କହିବେ ନାହିଁ ।

ନିଜ ଘର କଥା-

ଚାଣକ୍ୟଙ୍କ ଅନୁସାରେ ନିଜ ଘର ସହ ଜଡିତ କୌଣସି କଥା ଅନ୍ୟ କୌଣସି ବ୍ୟକ୍ତିକୁ କହିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଅତ୍ୟଧିକ ଅଶାନ୍ତି ସୃଷ୍ଟି ହୋଇପାରେ । ବିଶେଷ କରି ପୁରୁଷକୁ ନିଜ ପତ୍ନୀର ଚରିତ୍ର ବିଷୟରେ ଅନ୍ୟ କେଉଁ ବ୍ୟକ୍ତିକୁ କହିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ପୁରୁଷର ମାନ-ସମାନ, ପ୍ରତିଷ୍ଠା ନଷ୍ଟ ହୋଇଥାଏ ଓ ଭବିଷ୍ୟତରେ ତାକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।