କେଉଁ କାର୍ଡ ଆପଣଙ୍କୁ ଆକର୍ଷିତ କରୁଛି କୁହନ୍ତୁ ଓ ଜାଣନ୍ତୁ ନିଜ ଆଗାମୀ ଭବିଷ୍ୟତ ବିଷୟରେ

ଭାରତରେ ଜ୍ୟୋତିଷ ଶାସ୍ତ୍ର, ହସ୍ତରେଖା ଶାସ୍ତ୍ର ଓ ଅଙ୍କୁଶ ଶାସ୍ତ୍ର ଆଦି ଖୁବ୍ ପ୍ରସିଦ୍ଧ ଅଟନ୍ତି । କିନ୍ତୁ କାର୍ଡ ପଢି ଭବିଷ୍ୟତ ଜାଣିବା ବିଦ୍ୟା ନିଜ ପାଦ ଠିକ୍ ସେ ଜମାଇ ପାରି ନାହିଁ । କାରଣ ଏହା ଏତେ ଫଳପ୍ରଦ ହୋଇ ପାରି ନାହିଁ । କିନ୍ତୁ ଆଜି ଆମେ କାର୍ଡ ଦ୍ଵାରା ଏକ ଛୋଟ ଟେଷ୍ଟ କରିବା । ଯାହା ଖେଳିବା ଦ୍ଵାରା ଆପଣ ନିଜ ଭବିଷ୍ୟତ ବିଷୟରେ ଜାଣି ପାରିବେ । ଏହି ଠାରେ ଆମେ ଆପଣଙ୍କୁ ୪ଟି ଅଲଗା ଅଲଗା କାର୍ଡ ଦେଖାଉଛୁ । ସେଥିରୁ ଆପଣଙ୍କୁ ଯେଉଁଟି ପସନ୍ଦ ହେଉଛି ସେଇଟା ମନରେ ବାଛନ୍ତୁ ଓ ତଳେ ତାର ଫଳ ପଢନ୍ତୁ ।

କାର୍ଡ ନଂ-୧

୪ଟି କାର୍ଡ ମଧ୍ୟରୁ ଯଦି ଆପଣ ପ୍ରଥମ କାର୍ଡ କୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ ଏହା ପ୍ରେମର କାର୍ଡ ଅଟେ । ଯଦି ଆପଣ ଏହି ପ୍ରେମ କାର୍ଡ କୁ ବାଛିଛନ୍ତି ତେବେ ଆପଣଙ୍କୁ କହି ରଖୁଛୁ କି ଆସୁଥିବା ସମୟରେ ଆପଣଙ୍କୁ କିଏ ପ୍ରେମ ନିବେଦନ କରି ପାରନ୍ତି । ଯଦି ପୂର୍ବରୁ ଆପଣଙ୍କ ଜୀବନରେ କିଏ ଅଛନ୍ତି ତେବେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରେମ ବୃଦ୍ଧି ପାଇବ । ହୋଇପାରେ ଆପଣଙ୍କ ପ୍ରେମ ଆପଣଙ୍କ ନିକଟ ସମ୍ପର୍କୀୟ, ପରିବାର ଓ ମିତ୍ର ମାନଙ୍କୁ ଆପଣଙ୍କ ନିକଟତର କରିବ ।

 

କାର୍ଡ ନଂ-୨

ଯଦି ଆପଣ ଦ୍ଵିତୀୟ କାର୍ଡ ବାଛିଛନ୍ତି ତେବେ ଏହା ନୂତନ ଆବିଷ୍କାର କୁ ଦର୍ଶାଏ । ଅର୍ଥାତ୍ ଆସୁଥିବା ସମୟରେ ଆପଣଙ୍କ ଜୀବନରେ କିଛି ନୂଆ ହେବାକୁ ଯାଉଛି । କିଛି ଏପରି ପରିସ୍ଥିତି ସହ ଆପଣଙ୍କ ସାମନା ହେବ ଯାହା ଆପଣଙ୍କ ଜୀବନକୁ ନୂତନ ମୋଡ଼ ଦେଇ ପାରେ । ଏହା ମଧ୍ୟ ସମ୍ଭବ କି ଆପଣଙ୍କ ଜୀବନରେ କେଉଁ ନୂତନ ବ୍ୟକ୍ତି ଆସି ପାରନ୍ତି, ଯିଏ ଆପଣଙ୍କର ଖୁବ୍ ଘନିଷ୍ଠ ହୋଇ ପାରନ୍ତି । କିନ୍ତୁ ଯଦି ପ୍ରଥମରୁ କିଏ ଆପଣଙ୍କ ଜୀବନରେ ଅଛନ୍ତି ତେବେ ସମ୍ଭବପର ଆପଣଙ୍କ ସମ୍ପର୍କରେ କିଛି ନୂତନ ସୋପାନ ଆସିପାରେ ।

କାର୍ଡ ନଂ-୩

ତୃତୀୟ କାର୍ଡ ବାଛି ଥିବା ଲୋକଙ୍କୁ ଭାଗ୍ୟଶାଳୀ ମାନା ଯାଏ । କାରଣ ଏହି କାର୍ଡ ସ୍ଥିରତା ବା ଦୃଢ଼ତା ର କାର୍ଡ ଅଟେ । ଅର୍ଥାତ୍ ଜୀବନର ସ୍ଥିରତାକୁ ଦର୍ଶାଉ ଥିବା କାର୍ଡ । ଆମେ ସମସ୍ତେ ନିଜ ଜୀବନରେ କିଛି ପାଇବାର ଦିଗରେ ଲାଗି ଥାଉ ଓ ଦୌଡା ଦୌଡି କରୁଥାଉ । କିନ୍ତୁ କେଉଁଠି ନା କେଉଁଠୁ ଚାହିଁ ଥାଉ କି ଜୀବନରେ ଶାନ୍ତି ଓ ସ୍ଥିରତା ଆସୁ । ଯଦି ଆପଣ ଏହି କାର୍ଡ ବାଛିଛନ୍ତି ତେବେ ଅତି ଶୀଘ୍ର ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ ।

କାର୍ଡ ନଂ-୪

ଚତୁର୍ଥ ବା ଶେଷ ଲୋକପ୍ରିୟତା ବା ପ୍ରସିଦ୍ଧତାର କାର୍ଡ ଅଟେ । ଏହି କାର୍ଡ କୁ ବାଛିବାର ଅର୍ଥ ହେଉଛି ନିଶ୍ଚୟ ଆପଣଙ୍କ ଜୀବନରେ କିଛି ଏମିତି ଘଟିବ ଯାହା ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ, ମିତ୍ର ମାନଙ୍କ ମଧ୍ୟରେ ଅବା ଆପଣଙ୍କ ଆଖ ପାଖରେ ଥିବା ଲୋକଙ୍କ ମଧ୍ୟରେ ଆପଣଙ୍କୁ ପ୍ରସିଦ୍ଧ କରାଇବ । ଲୋକମାନେ ଆପଣଙ୍କ ବିଷୟରେ ଚର୍ଚ୍ଚା କରିବେ ଓ ଆପଣଙ୍କ କାର୍ଯ୍ୟରେ ଧ୍ୟାନ ଦେବେ । କିନ୍ତୁ ଏଠାରେ ପରିସ୍ଥିତି ସକାରାତ୍ମକ ରହିବ । ଯାହା ଦ୍ଵାରା ନୂଆ ମିତ୍ର ମଧ୍ୟ ଲାଭ କରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।