ପାଦର ଆଙ୍ଗୁଳିରୁ ଜାଣନ୍ତୁ ଆପଣ କେତେ ଭାଗ୍ୟଶାଳୀ, ଦେଖନ୍ତୁ କେମିତି 

ଆଜି ଆମେ ଜାଣିବା ବ୍ୟକ୍ତିର ପାଦ ଆଙ୍ଗୁଳିର ଆକୃତିରୁ ସେ କେତେ ଭାଗ୍ୟଶାଳୀ ଅଟେ । ଆପଣମାନେ ଜାଣିଥିବେ କି ମନୁଷ୍ୟ ଶରୀରର ବିଭିନ୍ନ ପ୍ରକାର ଆକୃତିର ହୋଇଥାଏ । ଶରୀର ଆକୃତି ଅନୁସାରେ ମନୁଷ୍ୟର ଆଚାର ବ୍ୟବହାରରେ ବି ପାର୍ଥକ୍ୟ ଦେଖା ଯାଇଥାଏ । ଶାସ୍ତ୍ର ଅନୁସାରେ ମନୁଷ୍ୟର ପାଦର ୫ ପ୍ରକାରର ଆକୃତି ଥାଏ ତେବେ ଆସନ୍ତୁ ଜାଣିବା ପାଦର ଆକୃତି ଅନୁସାରେ ବ୍ୟକ୍ତିର ଭାଗ୍ୟ କେତେ ଦୂର ଭଲ ହୋଇଥାଏ ।

ପ୍ରଥମ ସେଲଟିକ ଆକୃତି

ଆପଣଙ୍କର ଯଦି ପାଦର ମଝି ଆଂଘୁଳି ଅର୍ଥାତ ବୁଢା ଆଙ୍ଗୁଠିର ପାଖରେ ଥିବା ସବୁ ଆଙ୍ଗୁଳି ଠାରୁ ଯଦି ବଡ ଅଟେ ଓ ପାଦର ଶେଷ ଦୁଇଟି ଆଙ୍ଗୁଳି ସମାନ ହୋଇଥାଏ ତେବେ ଏହି ପାଦକୁ ସେଲଟିକ କୁହାଯାଏ । ଏହି ପାଦର ବ୍ୟକ୍ତି ସାଧାରଣ ଅଟନ୍ତି ଏହି ବ୍ୟକ୍ତିଙ୍କ ଜୀବନରେ ସଫଳତା ପାଇଁ ଥାନ୍ତି । କିନ୍ତୁ ଏହା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ । ଏହି ବ୍ୟକ୍ତି ସବୁ କାମକୁ ଠିକ ଭାବେ ବୁଝି ବିଚାରି କରିଥାନ୍ତି । ଏମାନଙ୍କର ବୈବାହିକ ଜୀବନ ବହୁତ ଭଲ ଥାଏ । ଏମାନଙ୍କର ସନ୍ତାନମାନେ ଆଜ୍ଞାକାରୀ ଅଟନ୍ତି । କର୍ମ କ୍ଷେତ୍ରରେ ମାନସିକ ଦୃଢତା ପ୍ରକାଶ କରନ୍ତି ।

ଦ୍ଵିତୀୟ ଜର୍ମାନିକ ଆକୃତି

ଏହି ବ୍ୟକ୍ତିଙ୍କର ବୁଢା ଆଙ୍ଗୁଳି ବଡ ଥାଏ ଓ ଚାରୋଟି ଆଙ୍ଗୁଳି ସମାନ ଥାଏ । ଏହି ବ୍ୟକ୍ତି ଶାନ୍ତି ପ୍ରିୟ ଅଟନ୍ତି । ସବୁ କାମକୁ ଭାବି ଚିନ୍ତି କରିଥାନ୍ତି । ଏମାନେ ସବୁ କାମକୁ ତତ୍ପରତା ସହ କରିଥାନ୍ତି । ଏମାନେ ନିଜ ଦାଇତ୍ୱ ପ୍ରତି ସର୍ବଦା ସଚେତନ ରୁହନ୍ତି । ଏମାନେ ସବୁ କାର୍ଯ୍ୟରେ ନିଜକୁ ସନ୍ତୁଳନ ରଖିଥାନ୍ତି । ଏମାନେ ବହୁତ ସୁନ୍ଦର ଦେଖାଯାନ୍ତି । ଏମାନେ ସାମାନ୍ୟ ଭାଗ୍ୟ ଶାଳୀ ଅଟନ୍ତି ।

ତୃତୀୟ ଗ୍ରୀକ ଆକୃତି

ଏହି ବ୍ୟକ୍ତିର ପାଦର ମଝି ଆଙ୍ଗୁଳି ଅନ୍ୟ ଆଙ୍ଗୁଳି ଠାରୁ ବଡ ହୋଇଥାଏ ଓ ଶେଷ ଆଙ୍ଗୁଳି ଦୁଇଟି ଛୋଟ ବଡ ହୋଇଥାଏ । ଏହି ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ କମ କଥା କୁହନ୍ତି । ନିଜ କର୍ମ ଦ୍ୱାରା ଅନ୍ୟକୁ ଆଚମ୍ବିତ କରିଥାନ୍ତି । ଏମାନେ ନିଜ ଶୈଳୀରେ କାମ କରିଥାନ୍ତି । ସମାଜରେ ମାନ ସମ୍ମାନ ପାଇଥାନ୍ତି । ଏମାନେ ବଡ ପୋଜିସନରେ ଥାଆନ୍ତି ।

ଚତୁର୍ଥ ଏଜିପସନ ପାଦ

ଏହି ବ୍ୟକ୍ତିର ପାଦର ବୁଢା ଆଙ୍ଗୁଳି ଠାରୁ ଛୋଟ ଆଙ୍ଗୁଳି ପର୍ଯ୍ୟନ୍ତ ସବୁ ଆଙ୍ଗୁଳି ବଡ଼ରୁ ଛୋଟ ଯାଏ ରହିଥାଏ । ଏହି ବ୍ୟକ୍ତି ବହୁତ ସାମାଜିକ ବ୍ୟକ୍ତି ହୋଇଥାନ୍ତି । ଏମାନେ ବହୁତ ଚତୁର ଥାନ୍ତି । ଏମାନେ ସହଜରେ ବଡ ବ୍ୟକ୍ତିଙ୍କ ସହ ମିତ୍ରତା କରିପାରନ୍ତି । ଏମାନେ ରାଜନୀତି କ୍ଷେତ୍ରରେ ବି ସଫଳତା ପାଇଁ ଥାନ୍ତି । ସତର୍କତାର ସହିତ ସବୁ କାମ କରିଥାନ୍ତି । ଏମାନେ ବହୁତ ଧାର୍ମିକ ହୋଇଥାନ୍ତି ।

ପଞ୍ଚମ ରୋମାନ ଆକୃତି

ଏହି ବ୍ୟକ୍ତିର ବୁଢା ଆଙ୍ଗୁଳି ସହ ପାଖରେ ଥିବା ଦୁଇଟି ଆଙ୍ଗୁଳି ସମାନ ଥାଏ । ଏମାନେ ବହୁତ ଆତ୍ମା ବିଶ୍ୱାସୀ ହୋଇ ଥାନ୍ତି । ଏମାନେ କମ ପରିଶ୍ରମ କରି ବହୁତ ସଫଳତ ପାଆନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।