କରୋନା ପରେ ଏହି ଭୁଲ କାରଣରୁ ହେଉଛି ବ୍ଲାକ ଫଙ୍ଗସ- Dr Prolima Thackar

ଆମ ଦେଶରେ କରୋନାରେ ମୃ-ତ୍ୟୁହାର ୧.୩% ଥିବା ବେଳେ, ଅର୍ଥାତ୍ ୧୦୦ ରୁ ଜଣେ କି ଦୁଇ ଜଣ ମୃ-ତ୍ୟୁବରଣ କରୁଥିବା ବେଳେ, ବ୍ଲାକ ଫଙ୍ଗସ୍ ରେ ଏହାର ପ୍ରତିଶତ ୫୦% ।

ଅର୍ଥାତ୍ ୧୦୦ରୁ ୫୦ ଜଣ ପ୍ରାଣ ହରାଉଛନ୍ତି । ଏବେ ଦେଶରେ ୯ ହଜାରରୁ ଅଧିକ ବ୍ଲାକ ଫଙ୍ଗସ୍ ମାମଲା ଆସି ସାରିଲାଣି । ତେବେ କରୋନାରୁ ସୁସ୍ଥ ହୋଇ ସାରିଥିବା ଲୋକଙ୍କ ପାଇଁ କଣ ବ୍ଲାକ ଫଙ୍ଗସ୍ ଘାତକ ଅଟେ ବା କରୋନା ସମୟରେ ଔଷଧ ଗୁଡ଼ିକର ମିଶ୍ରଣ ଏହାର କାରଣ ? କରୋନା ସହ ଏବେ ଦେଶରେ ବ୍ଲାକ ଫଙ୍ଗସ୍ ଚିନ୍ତା ବଢ଼ାଉଛି । ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି ଯେଉଁମାନଙ୍କୁ ଏବେ ପର୍ଯ୍ୟନ୍ତ କରୋନା ହୋଇନାହିଁ, କଣ ସେମାନେ ମଧ୍ୟ ବ୍ଲାକ ଫଙ୍ଗସ୍ ର ଶିକାର ହୋଇପାରନ୍ତି?

ତେବେ ଏମ୍ସ ଡାଇରେକ୍ଟର ରଣଦୀପ ଗୁଲରିଆ କହିଛନ୍ତି, କରୋନା ରୋଗ ପ୍ରତିରୋଧକ କ୍ଷମତା କମ୍ କରି ଦେଇଥିବାରୁ ଫଙ୍ଗାଲ ସଂକ୍ରମଣ ବଢୁଛି । ଯେଉଁମାନେ ଷ୍ଟେରୋଇଡ୍ ଅଧିକ ନେଉଛନ୍ତି ଏବଂ ଡାଇବେଟିସ ଯାହାର ଅଛି ସେମାନଙ୍କୁ ବ୍ଲାକ ଫଙ୍ଗସ୍ ହେବାର ଭୟ ଅଧିକ ରହିଛି । ଯେଉଁମାନଙ୍କୁ କରୋନାର ସାମାନ୍ୟ ଲକ୍ଷଣ ରହିଛି ଓ ଯାହାର ବିଲକୁଲ୍ ମଧ୍ୟ ଲକ୍ଷଣ ନାହିଁ ସେମାନଙ୍କୁ ଷ୍ଟେରୋଇଡ୍ ନ ନେବାକୁ ପରାମର୍ଶ ଦେଇଛନ୍ତି ।

ଏହା ବ୍ୟତୀତ ବିଶେଷଜ୍ଞ ମାନେ କହୁଛନ୍ତି ପିଲାମାନେ ଓ ବୃଦ୍ଧ ଲୋକଙ୍କୁ ମଧ୍ୟ ବିନା କରୋନାରେ ମଧ୍ୟ ବ୍ଲାକ ଫଙ୍ଗସ୍ ସଂକ୍ରମଣର ସମ୍ଭାବନା ରହିଛି । ଏହା ନିମୋନିଆ ପରି ରୋଗର ସମ୍ଭାବନା ମଧ୍ୟ ବଢାଇ ଥାଏ । କରୋନା ବ୍ୟତୀତ ମଧ୍ୟ ଯେଉଁ ଲୋକଙ୍କୁ ଅନ୍ୟ କୌଣସି ରୋଗ ଅଛି ସେମାନଙ୍କ ପାଇଁ ମଧ୍ୟ ବ୍ଲାକ ଫଙ୍ଗସ୍ ଭୟ ରହିଛି । ଏମ୍ସ ର ଡାକ୍ତରମାନେ କହିଛନ୍ତି ସୁସ୍ଥ ବ୍ୟକ୍ତିଙ୍କୁ ବ୍ଲାକ ଫଙ୍ଗସ୍ ବିଷୟରେ ଚିନ୍ତା କରିବା କୌଣସି ଆବଶ୍ୟକ ନାହିଁ ।

ସୁଗାର, କିଡନୀ ରୋଗ, ହୃଦ୍ ରୋଗ, ଗଣ୍ଠିବାତ ଆଦି ରୋଗୀ ଏବଂ ଯେଉଁମାନେ ଅନ୍ୟ ରୋଗ ହେତୁ ଭିନ୍ନ ଭିନ୍ନ ଔଷଧ ଖାଉଛନ୍ତି ସେମାନଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ଅଛି । ତେବେ କରୋନାର ଏହି ଦ୍ଵିତୀୟ ଲହର ପରେ ବ୍ଲାକ ଫଙ୍ଗସ୍ କିପରି ହେଉଛି ତା ଉପରେ ମଧ୍ୟ ପ୍ରଦେଶର ମହାରାଜା ଯଶବନ୍ତ ରାୟ ହସ୍ପିଟାଲରେ ୨୧୦ ରୋଗୀଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଛି । ଯେଉଁ ଅଧ୍ୟୟନରେ ସମସ୍ତ ରୋଗୀଙ୍କୁ ଆଣ୍ଟିବାୟୋଟିକ ଦିଆ ଯାଇଥିଲା ।

ଏହାପରେ ସମସ୍ତେ ବ୍ଲାକ ଫଙ୍ଗସ୍ ର ଶିକାର ହୋଇ ଯାଇଥିଲେ । ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଷ୍ଟେରୋଇଡ୍ ର ବ୍ୟବହାର ବ୍ଲାକ ଫଙ୍ଗସ୍ ର ମୁଖ୍ୟ କାରଣ ବୋଲି କହୁଥିବା ବେଳେ, ଏଥିମଧ୍ୟରୁ କେବଳ ୧୪ ପ୍ରତିଶତ ରୋଗୀଙ୍କୁ ହିଁ ଷ୍ଟେରୋଇଡ୍ ଦିଆ ଯାଇଥିଲା । ତେବେ ଅଧିକ ମାତ୍ରାରେ ଷ୍ଟିମ୍ ନେବା ମଧ୍ୟ ଉଚିତ୍ ନୁହେଁ, ବୋଲି ବିଶେଷଜ୍ଞ ମାନେ କହୁଛନ୍ତି ।

ଆମ ଶରୀରରେ ଏକ ସ୍ତର ଥାଏ ଯାହା ଆମକୁ ବ୍ୟାକ୍ଟେରିଆରୁ ରକ୍ଷା କରେ । ଅଧିକ ଷ୍ଟିମ ନେବା ଦ୍ଵାରା ଏହି ସ୍ତରକୁ କ୍ଷତି ପହଞ୍ଚି ଥାଏ । ଆହୁରି ମଧ୍ୟ ଶରୀରରେ ଅଧିକ ଜିଙ୍କ ଏବଂ ଆଇରନ ର ଉପସ୍ଥିତି ମଧ୍ୟ ବ୍ଲାକ ଫଙ୍ଗସ୍ କୁ ନିମନ୍ତ୍ରଣ ଦେଇପାରେ । ସେଥିପାଇଁ ଯେକୌଣସି ଔଷଧ ମଧ୍ୟ ଡାକ୍ତରଙ୍କ ବିନା ପରାମର୍ଶରେ ଖାଆନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।