କଣ ଆପଣ ଜାଣିଛନ୍ତି କି IAS – IPSର ସ୍ୟାଲେରୀ କେତେ ହୋଇଥାଏ

ଦେଶର ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲାକୁ ସଠିକ ରୂପରେ କାର୍ଯ୍ୟକାରୀ କରିବା ପାଇଁ ଏକ ବଡ ଅଧିକାରୀଙ୍କ ନିଯୁକ୍ତି କରାଯାଇଥାଏ । ଯାହା ଅନୁସାରେ ପୁରା ଜିଲ୍ଲା ସେହି ଅଧିକାରୀ ତଳେ କାମ କରିଥାଏ । ତାହାର ନାମ ଜିଲ୍ଲା ଅଧିକାରୀ ହୋଇଥାଏ । ଏହା ସହିତ ଅନ୍ୟ ଏକ ଅଧିକାରୀ ତାଙ୍କ ସହ ସମାନ କାର୍ଯ୍ୟ କରିଥାଏ ଯିଏ ଅପରାଧକୁ ନିୟନ୍ତ୍ରଣ କରିଥାଏ । ଯାହାକୁ ପୋଲିସ ଅଧିକାରୀ କୁହାଯାଏ । ଯିଏ ପୋଲିସ ବିଭାଗର ସବୁଠୁ ବଡ ଅଧିକାରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଦୁଇ ପଦ ଉପରେ କାମ କରୁଥିବା IAS ଓ IPS ଅଧିକାରୀମାନଙ୍କ ବିଷୟରେ କହିବୁ ଓ ତାଙ୍କର ସ୍ୟାଲେରୀ ବିଷୟରେ ବି କହିବୁ ।

ସଂଘ ଲୋକ ସେବା ଆୟୋଗ ଅର୍ଥାତ UPSC ପରୀକ୍ଷା ପୁରା ଭାରତରେ ସବୁଠୁ କଷ୍ଟ ପରିକ୍ଷା ମଧ୍ୟରୁ ଗୋଟିଏ ହୋଇଥାଏ । ସବୁ ବର୍ଷ ଲକ୍ଷ ଲକ୍ଷ ଛାତ୍ରମାନେ ଏହି ପରୀକ୍ଷାରେ ବସିଥାନ୍ତି । IAS ଅର୍ଥାତ Indian Administration Service । ଏଥିରେ ଆପଣଙ୍କ ଚୟନ ହୋଇଗଲା ପରେ ଆପଣଙ୍କ ନିଯୁକ୍ତି ବିଭିନ୍ନ ମନ୍ତ୍ରାଳୟ, ବିଭାଗ କିମ୍ବା ଜିଲ୍ଲା ଗୁଡିକର ମୁଖିଆ ରୂପରେ ହୋଇଥାଏ ।

ସେହିଭଳି IPS Indian Police Serviceରେ ଚୟନ ହେବା ପରେ ଆପଣ ସବୁଠୁ ବଡ ପୋଲିସ ଅଧିକାରୀ ହୋଇଯିବେ । UPSC ପରୀକ୍ଷା ତିନୋଟି ଚରଣରେ ହୋଇଥାଏ । ଯେଉଁଥିରେ ପ୍ରଥମ Prelims, ଦ୍ଵିତୀୟ Mains ଓ ତୃତୀୟ Interview ହୋଇଥାଏ ।

ଗୋଟିଏ IAS ଅଧିକାରୀକୁ ସରକାରୀ ବିଭାଗ ଓ ଅନ୍ୟ କେତେକ ମନ୍ତ୍ରାଳୟର କାମ ଦିଆ ଯାଇଥାଏ । ତେବେ ଅନ୍ୟ ପଟେ IPS ଅଧିକାରୀ ପୋଲିସ ବିଭାଗର ହିଁ କାମ କରିଥାଏ । ଯଦି ଆମେ IAS ଓ IPSଙ୍କ ସ୍ୟାଲେରୀ ବିଷୟରେ କହିବୁ ତେବେ IASଙ୍କ ସ୍ୟାଲେରୀ IPS ଠାରୁ ଅଧିକ ହୋଇଥାଏ । ୭ମ ପେ କମିଶନ ପରର କଥା କହିବା ତ ଜଣେ IASର ସ୍ୟାଲେରୀ ୨.୫ ଲକ୍ଷ ଟଙ୍କା ପ୍ରତି ମାସକୁ ହୋଇଥାଏ ।

ଏହା ସହିତ ଅଧିକାରୀକୁ ବିଭିନ୍ନ ପ୍ରକାରର ସୁବିଧା ବି ଦିଆଯାଏ । ଅନ୍ୟ ପଟେ IPS ଅଧିକାରୀର ସ୍ୟାଲେରୀ ୨ ଲକ୍ଷ ୨୫ ହଜାର ଟଙ୍କା ପ୍ରତି ମାସକୁ ହୋଇଥାଏ । ଆପଣଙ୍କୁ କହିଦେଉଛୁ କି ଗୋଟିଏ ଅଞ୍ଚଳରେ IAS ଜଣେ ହୋଇଥାଏ । ଅନ୍ୟ ପଟେ IPS ୧ ରୁ ଅଧିକ ହୋଇ ପାରନ୍ତି । ଯଦି ପଦ ବିଷୟରେ କଥାବାର୍ତ୍ତା କରିବା ତେବେ IAS ସର୍ବୋଚ୍ଚ ପଦ ଅଟେ । IAS ଓ IPSର କାମ କଥା କହିଲେ ଦୁଇ ଜଣଙ୍କ ସେବା ବହୁତ ହିଁ ସର୍ବୋଚ୍ଚ ହୋଇଥାଏ । ଦୁଇ ଟି ଯାକ ବହୁତ ଶକ୍ତିଶାଳୀ ପଦ ଅଟେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।