ଏହି ୪ଟି କାମ ପରେ ସାଙ୍ଗେ ସାଙ୍ଗେ ଭୁଲରେ ବି ଗାଧାନ୍ତୁ ନାହିଁ, ନହେଲେ ସ୍ୱାସ୍ଥ୍ୟ ହେଇଯିବ ଖରାପ

ଶରୀରକୁ ସଫା ରଖିବା ପାଇଁ ଗାଧୋଇବା ବହୁତ ଆବଶ୍ୟକ ଅଟେ ଖାସ କରି ଗରମ ଦିନରେ । କିନ୍ତୁ ଏହା ସହିତ ଏହା ମଧ୍ୟ ଜାଣିବା ଆବଶ୍ୟକ କି କେତେବେଳେ ଗାଧୋଇବା ଦରକାର । ସବୁବେଳେ ଅଜଣାରେ ବ୍ୟକ୍ତି କିଛି ଏମିତି କାମ ପରେ ଗାଧୋଇବା ପାଇଁ ଯାଆନ୍ତି ଯାହା ଶରୀର ପାଇଁ ଠିକ ନୁହେଁ ଏବଂ ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡିଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି କାମ ବିଷୟରେ କହିବାକୁ ଯାଉଛୁ ଯେଉଁ କାମ ପରେ ଗାଧୋଇବା ଉଚିତ ନୁହେଁ ।

ଖାଇବା ପରେ

ଖାଇବା ପରେ ସାଙ୍ଗେ ସାଙ୍ଗେ କେବେ ଗାଧୋଇବା ଉଚିତ ନୁହେଁ କାରଣ ଏହା ଆମର ପାଚନ ପ୍ରକ୍ରିୟା ଉପରେ ବାଧା ସୃଷ୍ଟି କରିଥାଏ । କାରଣ ଖାଇବା ପରେ ଆମର ପାଚନ ଶକ୍ତି ଅଧିକ ହୋଇଥାଏ କିନ୍ତୁ ଆମେ ସାଙ୍ଗେ ସଙ୍ଗେ ଗାଧୋଇବା ଦ୍ଵାରା ଆମ ଶରୀରର ତାପମାତ୍ରା କମ ହୋଇଯାଇଥାଏ ଯାହା ଫଳରେ ଏମିତି ହୋଇଥାଏ । ଏମିତି କରିବା ଦ୍ଵାରା ଅଜିନ୍ନ ଭଳି ସମସ୍ୟା ଦେଖାଯାଇ ଥାଏ । ଏହା ସହିତ ବ୍ୟକ୍ତିଙ୍କୁ ଜୋର ରେ ଜ୍ଵର ଆସିଥାଏ କିମ୍ବା ବହୁତ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ ।

ଯୋଗ-ଏକ୍ସରସାଇଜ କିମ୍ବା ଡ୍ୟାନ୍ସ ପରେ

ଯୋଗ, ଏକ୍ସରସାଇଜ ଏବଂ ଡ୍ୟାନ୍ସ କରିବା ସମୟରେ ରକ୍ତ ସଂଚାଳନ ବହୁତ ଦ୍ରୁତଗତିରେ ହୋଇଥାଏ । ଏହାଦ୍ୱାରା ଆମକୁ ଗରମ ଲାଗିଥାଏ । ଏହି କାମ କରିବା ପରେ ଶରୀରର ତାପମାତ୍ରା କମ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଏବଂ ନିଜକୁ ଶାନ୍ତ ଅନୁଭବ କରିବା ପରେ ଗାଧୋଇବାକୁ ଯାଆନ୍ତୁ ।

ଶୋଇକି ଉଠିବା ପରେ

ଯଦି ଆପଣ ସକାଳୁ ଉଠି ସାଙ୍ଗେ ସାଙ୍ଗେ ଗାଧୋଇବାକୁ ଯାଉଛନ୍ତି ତାହେଲେ ଏମିତି କରିବା ବନ୍ଦ କରନ୍ତୁ କାରଣ ଏମିତି କରିବା ଦ୍ଵାରା ଆପଣଙ୍କୁ ହୃତଘାତ ଏବଂ ରକ୍ତଚାପ ହେବାର ଆଶଙ୍କା ଅଧିକ ଥାଏ । କାରଣ ଶୋଇବା ସମୟରେ ମଧ୍ୟ ଆମ ଶରୀରର ତାପମାତ୍ରା ଅଧିକ ହୋଇଥାଏ ଏବଂ ରକ୍ତ ସଂଚାଳନ ମଧ୍ୟ ବହୁତ ଜୋରରେ ହୋଇଥାଏ । ଯଦି ଶୋଇକି ଉଠିବାର ପରେ ଗାଧୋଇବା ତାହେଲେ ଆମକୁ ଥଣ୍ଡା ମଧ୍ୟ ହୋଇପାରେ ।

ବାହାରୁ ଆସିବା ପରେ

ବାହାରୁ ଚାଲିଚାଲି ଆସିବା ପରେ କିମ୍ବା ଲମ୍ବା ଡ୍ରାଇଭିଙ୍ଗ ପରେ ଗାଧୋଇବା କିମ୍ବା ମୁହଁ ଧୋଇବା ଉଚିତ ନୁହେଁ । କାରଣ ଏହି ସମୟରେ ଆମ ଶରୀର ବହୁତ ଉଷୁମ ଥାଏ ଯଦି ଆମେ ସେହି ସମୟରେ ଆମ ଉପରେ ପାଣି ପକାଇ ଥାଉ ତାହେଲେ ଆମକୁ ଥଣ୍ଡା ଏବଂ ମୁଣ୍ଡବିନ୍ଧା ଭଳି ରୋଗର ସାମନା କରିବାକୁ ପଡିଥାଏ । ଏଥିପାଇଁ ବାହାରୁ ଆସିବାର ୩୦ ମିନିଟ ପରେ ଗାଧୋଇବା ଉଚିତ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।