କେମିତି ହେବ ଆପଣଙ୍କ ସ୍ତ୍ରୀ’ଙ୍କ ସ୍ଵଭାବ ? ଆପଣଙ୍କ ରାଶିରୁ ଜାଣିପାରିବେ କେମିତି ହେବେ ଆପଣଙ୍କ ସ୍ତ୍ରୀ, ଶୀଘ୍ର ଦେଖନ୍ତୁ…

ମେଷ: ଏହି ରାଶିର ପୁରୁଷ ମାନଙ୍କୁ ସବୁବେଳେ ଶାନ୍ତ ସ୍ଵଭାବ ଏବଂ ସୁନ୍ଦର ସ୍ତ୍ରୀ ମିଳିଥାନ୍ତି । ତାଙ୍କର ଏହି ସ୍ଵଭାବ ପାଇଁ ସେମାନଙ୍କ ଭିତରେ ଝଗଡା କମ ହୋଇଥାଏ । ବୃଷ: ଏହି ରାଶିର ପୁରୁଷଙ୍କୁ ରାଗି ସ୍ତ୍ରୀ ମିଳିଥାନ୍ତି ଯିଏ କି ଟିକେଟିକେ କଥାରେ ବହୁତ ରାଗି ଯାଇଥାନ୍ତି । ଏଥିପାଇଁ ସ୍ଵାମୀକୁ ସବୁବେଳେ ନିଜ ତାଙ୍କ ସ୍ତ୍ରୀ ଙ୍କ କଥାରେ ରହିବାକୁ ପଡିଥାଏ । ମିଥୁନ:  ଏହି ରାଶିର ପୁରୁଷ ମାନଙ୍କୁ ଅଧିକ କଥା କହୁଥିବା ସ୍ତ୍ରୀ ମିଳିଥାନ୍ତି । ସେମାନେ ଅଧିକ କଥା ହେବା ପାଇଁ ପସନ୍ଦ କରିଥାନ୍ତି ଏବଂ ଆପଣ ତାଙ୍କ କଥାରେ ରାଗିବେ କି ଖୁସି ହେବେ ତାହା ଆପଣଙ୍କ ଉପରେ ନିର୍ଭର କରିଥାଏ ।

କର୍କଟ: ଏହି ରାଶିର ବ୍ୟକ୍ତି ମାନଙ୍କୁ ମେଳାପି ସ୍ତ୍ରୀ ମିଳିଥାନ୍ତି ଯିଏ କି ଅତି ସହଜରେ ତାଙ୍କ ପରିବାରର ସବୁ ସଦସ୍ୟଙ୍କ ସହିତ ମିଶି ଯାଇଥାନ୍ତି । ସେମାନେ ନିଜର ବ୍ୟବହାର ଏବଂ କଥାରେ ସମସ୍ତଙ୍କ ହୃଦୟ ଜିତି ପାରନ୍ତି । ସିଂହ: ଏହି ରାଶି ପୁରୁଷ ମାନଙ୍କର ସ୍ତ୍ରୀ ସବୁବେଳେ ଝଗଡା କରିଥାନ୍ତି । ଭଲ କଥା ଏହା କି ସେ ଆପଣଙ୍କ ପାଇଁ ଅନ୍ୟ ସହିତ ଲଢିବା ପାଇଁ ମଧ୍ୟ ସବୁବେଳେ ପ୍ରସ୍ତୁତ ହୋଇ ଥାନ୍ତି । କନ୍ୟା: ଏହି ରାଶିର ପୁରୁଷ ମାନଙ୍କୁ ବୁଦ୍ଧିମାନ ସ୍ତ୍ରୀ ମିଳିଥାନ୍ତି । ସେ ପରିବାରକୁ ଏକାଠି ରଖି ଚଳିବା ପାଇଁ ପସନ୍ଦ କରନ୍ତି । ସେ କାହା ପାଇଁ ବି ଖରାପ ଚିନ୍ତା କରନ୍ତି ନାହିଁ ।

ତୁଳା: ଏହି ରାଶିର ପୁରୁଷ ମାନଙ୍କର ସ୍ତ୍ରୀ ବହୁତ ହସଖୁସି ସ୍ଵଭାବର ହୋଇଥାନ୍ତି ଏବଂ ଏମାନେ କାହାକୁ ଟେନସନ ଦିଅନ୍ତି ନାହିଁ କି ନିଜେ ମଧ୍ୟ ବେଶି ଟେନସନ ନିଅନ୍ତି ନାହିଁ । ବିଛା: ଏହି ରାଶିର ଲୋକଙ୍କୁ ଚତୁର ସ୍ଵଭାବର ସ୍ତ୍ରୀ ମିଳିଥାନ୍ତି । ତାଙ୍କ ସ୍ତ୍ରୀ କୌଣସି ବି ସମସ୍ୟାକୁ ବହୁତ ଚତୁରତାର ସହିତ ସମାଧାନ କରିଥାନ୍ତି । ଏମାନଙ୍କୁ କେହି ହେଲେ ବି ବୋକା ବନାଇ ପାରନ୍ତି ନାହିଁ ।

ଧନୁ: ଏମାନଙ୍କର ସ୍ତ୍ରୀ ବହୁତ ଖର୍ଚି ହୋଇଥାନ୍ତି । ତାଙ୍କୁ କିଣାକିଣି କରିବା, ବୁଲିବା ଏବଂ ଅନାବଶ୍ୟକ ଜିନିଷ କିଣିବା ପାଇଁ ବହୁତ ପସନ୍ଦ ହୋଇଥାଏ । ମକର: ଏହି ରାଶିର ବ୍ୟକ୍ତିଙ୍କୁ ଆଜାଦ ରହିବା ସ୍ତ୍ରୀ ମିଳିଥାନ୍ତି ଏବଂ ତାଙ୍କୁ ନିଜ ହିସାବରେ କାମ କରିବାକୁ ପସନ୍ଦ ହୋଇଥାଏ । କୁମ୍ଭ: ଏହି ରାଶିର ପୁରୁଷ ମାନଙ୍କୁ ଅଭିନୟ କରୁଥିବା ସ୍ତ୍ରୀ ମିଳିଥାନ୍ତି ଯେଉଁ ମାନେ କି ନିଜର ଅଭିନୟ ଦ୍ଵାରା ଅନ୍ୟର ମନୋରଞ୍ଜନ କରିଥାନ୍ତି ।

ସେମାନେ ମଧ୍ୟ ସ୍ଵପ୍ନ ଦୁନିଆରେ ରହିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ମୀନ: ଏମାନଙ୍କୁ ଲାଜକୁଳି ସ୍ଵଭାବର ସ୍ତ୍ରୀ ମିଳିଥାନ୍ତି । ସେମାନେ କାହା ସହିତ ଅଧିକ କଥା ହେବା ପାଇଁ ପସନ୍ଦ କରି ନଥାନ୍ତି ଏବଂ ତାଙ୍କ ଦୁନିଆ କହିଲେ କେବଳ ତାଙ୍କ ସ୍ଵାମୀ ଏବଂ ପିଲା । ଏଥିପାଇଁ ତାଙ୍କୁ ଲୋକମାନେ ଗର୍ବୀ ବୋଲି କହିଥାନ୍ତି ।