କେବଳ 5 ଟଙ୍କାରେ ଘରେ ବନାନ୍ତୁ ଗୋଟି ଗୋଟି ମଶା ମରଯିବେ- Mosquito Repellent

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରାୟତଃ ଘରେ ମଶା ମାନଙ୍କୁ ନେଇ ବହୁତ ପ୍ରକାର ସମସ୍ଯା ଦେଖା ଦେଇଥାଏ । ବିଶେଷ କରି ଏହି ମଶା ମାନେ ଲୋକ ମାନଙ୍କର ରାତିର ନିଦ ମଧ୍ୟ ନେଇଯାଇଥାନ୍ତି । ତେଣୁ ଏହି ମଶା ଦାଉରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଅନେକ ପ୍ରକାର ମଶା କଏଲ, ଲିକ୍ବିଡ ଆଦି ବ୍ୟବହାର କରିଥାନ୍ତି । ତେବେ ଯାହାର କି ଦାମ ଅଧିକ ରହିବା ସହ ଏହା ସ୍ଵାସ୍ଥପକ୍ଷେ ମଧ୍ୟ କେତେକାଂଶରେ କ୍ଷତିକାରକ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ମଶାଙ୍କୁ ଘରୁ ସବୁଦିନ ପାଇଁ ଘଉଡାଇ ଦେବା ପାଇଁ ଏକ ଉପାୟ କହିବା ପାଇଁ ଯାଉଛୁ । ତେବେ ଏହି ଉପଚାରଟି କରିବା ପାଇଁ ହେଲେ ଆପଣଙ୍କୁ କେବଳ ୨ ଟି ଜିନିଷର ହିଁ ଆବଶ୍ୟକ ପଡିବ । ତାହା ହେଉଛି ପ୍ରଥମରେ ତାରପିନ୍ ଅଏଲ ଓ ଅନ୍ୟଟି ହେଉଛି କର୍ପୁର । ତେବେ ଆପଣ ଯେଉଁ ୨ ଟି କର୍ପୁର ଆଣିଥିବେ । ସେହି ୨ ଟି କର୍ପୁରକୁ ଆପଣ ଛେଚିକି ତାହାର ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ ।

ତାପରେ ଆପଣଙ୍କୁ ଏକ ରିଫିଲ ଡବାର ଆବଶ୍ୟକ ପଡିବ । ତେବେ ସେହି ରିଫିଲ ଡବାକୁ ଆଣି ଆପଣ ତାହାର ଉପର ଅଂଶଟିକୁ କାଢି ଦେଇ ସେହି ଡବା ମଧ୍ୟରେ କର୍ପୁର ଗୁଣ୍ଡକୁ ପୁରାଇ ଦିଅନ୍ତୁ । ତାପରେ ସେହି ରିଫିଲ ଡବା ଭର୍ତ୍ତି ହେବା ପର୍ଯ୍ୟନ୍ତ ସେଥିରେ ଆପଣ ରଖିଥିବା ତାରପିନ ଅଏଲକୁ ସେଥିରେ ପୁରାନ୍ତୁ । ତେବେ ଆପଣଙ୍କର ଘରୋଇ ମସକ୍ୟୁଟୋ ରିପ୍ଳେଣ୍ଟ ରିଫିଲ ପ୍ରସ୍ତୁତ ହୋଇଯିବ ।

ତାପରେ ଏହାକୁ ଆପନ ବିଦ୍ୟୁତରେ ଲଗାଇ ପାରିବେ । ଯେପରି ଏହାର ବାସ୍ନା ବାହାରିବ । ଘରୁ ସବୁ ମଶା ବାହାରିକି ଚାଲି ଆସୋବ । ଯଦି ଆପନ ବିଦ୍ୟୁତରେ ଏହି ରିପ୍ଳେଣ୍ଟ ରିଫିଲ ଡବାକୁ ଲଗାଇବାକୁ ଚାହୁଁନଥାନ୍ତି । ତେବେ ଆପଣ ଏହି ପ୍ରସ୍ତୁତ କରିଥିବା ଲିକ୍ବିଡକୁ ଏକ ସ୍ପ୍ରେ ଡବାରେ ଭର୍ତ୍ତି କରି ଘରେ ସିଂଚନ କରନ୍ତୁ । ଯେଉଁ ଜାଗାରେ ଆପଣଙ୍କ ଘରେ ମଶା ହେଉଥିବ ।

ସେହି ସ୍ଥାନରେ ହିଁ ଆପନ ଏହି ସ୍ପ୍ରେ ବୋତୋଲ ଦ୍ଵାରା ଏହି ଲିକ୍ଵିଡର ସ୍ପ୍ରେ କରି ଦିଅନ୍ତୁ । ମାର୍କେଟରେ ମିଳୁଥିବା ଦାମୀକା ମସକ୍ୟୁଟୋ ରିପ୍ଳେଣ୍ଟର ବ୍ୟବହାର ନକରି ଆପଣ ବହୁତ କମ୍ ଦାମରେ ଏହି ଲିକ୍ଵିଡ ଘରୋଇ ଉପାୟରେ ଘରେ ହିଁ ପ୍ରସ୍ତୁତ କରନ୍ତୁ । ଦେଖିବେ ଏହି ଲିକ୍ବିଡର ବ୍ୟବହାର ଫଳରେ ଆପଣଙ୍କ ଘରୁ ସମସ୍ତ ମଶା ଛୁ ମନ୍ଥର ହୋଇଯିବେ ।

ଘରେ ଏହାର କୌଣସି ମଧ୍ୟ ଖରାପ ପ୍ରଭାବ ପଡିବ ନାହିଁ । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ