ଚେହେରାକୁ ଚାନ୍ଦ ଭଳି ଚମକାନ୍ତୁ ! ସବୁବେଳେ କରନ୍ତୁ ଏହି କାମ… Skin Care Tips

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନ୍ଦର, ଚମକଦାର ଓ ସୁସ୍ଥ ଚେହେରା କାହାକୁ ଅବା ପସନ୍ଦ ହୋଇନଥାଏ । ସମସ୍ତେ ନିଜର ଚେହେରାକୁ ସୁନ୍ଦର ଓ ସ୍ପଟଲେସ କରି ରଖିବାକୁ ଚାହିଁଥାନ୍ତି । ହେଲେ ଅନେକ ଲୋକଙ୍କର ନିଜ ସ୍କିନ ବା ଚେହେରାକୁ ସବୁବେଳେ କିଛି ନା କିଛି ସମସ୍ଯାମାନ ଲାଗି ରାହୁଥାଏ । ଯେପରି ମୁହଁରେ ବ୍ରଣ, ଦାଗ, ଚେହେରା କଳା ହୋଇ ମୁହଁରୁ ଗ୍ଲୋ କମିଯିବା ଭଳି ସମସ୍ଯା ରହିଥାଏ । ତେବେ ଆପଣ ଯଦି ନିଜେ ଚେହେରାକୁ ସବୁବେଳେ ହେଲଦି କରି ରଖିବାକୁ ଚାହୁଁଥାନ୍ତି ।

ତେବେ ନିହାତି ଭାବେ ଏହି ସବୁ ଟିପ୍ସ ଉପରେ ଧ୍ୟାନ ରଖିବାକୁ ପଡିବ । ବନ୍ଧୁଗଣ ଆମ ଶରୀରର ଜଳର କେତେ ମାତ୍ରାରେ ଆବଶ୍ୟକତା ରହିଛି । ତାହା ତ ନିହାତି ଭାବେ ଆପଣଙ୍କୁ ଜଣା ଥିବ । ତେବେ ଜଳର ଆମ ଚେହେରାକୁ ସୁନ୍ଦର ବନାଇବାର ମଧ୍ୟ ବହୁତ ବଡ ଭୂମିକା ରହିଥାଏ । ତେଣୁ ଆପଣ ଦିନମାନ ଅତି କମ୍ ରେ ୮ ରୁ ୧୦ ଗ୍ଳାସ ଶୁଦ୍ଧ ପାଣିର ନିହାତି ଭାବେ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍ଵାସ୍ଥ ସହିତ ଆପଣଙ୍କ ଚେହେରା ଉପରେ ବହୁତ ହିଁ ଭଲ ପ୍ରଭାବ ପକାଇବ ।

ତେବେ ରାତିରେ ଶୋଇବା ମଧ୍ୟ ସମସ୍ତଙ୍କ ପାଇଁ ନିହାତି ଭାବରେ ଦରକାର ହୋଇଥାଏ । ଯଦି ଆମେ ରାତିରେ ୭ ରୁ ୮ ଘଣ୍ଟା ଭଲ ଭାବରେ ଶୋଇବା । ତେବେ ଏହାର ଭଲ ପ୍ରଭାବ ଆପଣଙ୍କ ଚେହେରା ଉପରେ ମଧ୍ୟ ନିହାତି ପକାଇବ । ଯଦି ଡାଏଟ ଉପରେ କହିବାକୁ ଯିବା । ତେବେ ଆପଣ ଯେତେ ମାତ୍ରାରେ ସବୁଜ ଓ ତାଜା ପନିପରିବା ଖାଇବେ । ସେତେ ହିଁ ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ । ତେବେ ଶରୀର ମଧ୍ୟରେ ଯେତେ ସୁସ୍ଥତା ରହିବ । ତାହାର ପ୍ରଭାବ ଫୁଟି କରି ଆପଣଙ୍କ ଚେହେରାରେ ଦେଖିବାକୁ ମିଳିବ ।

ଆପଣଙ୍କ ସ୍କିନ ଦିନକୁ ଦିନ ଚମକଦାର ହୋଇବାରେ ଲାଗିବ । ଆପଣ ଯଥା ସମ୍ଭବ ବାହାରର ତେଲ, ମସଲା ଯୁକ୍ତ ଖାଦ୍ୟ ଠାରୁ ନିଜକୁ ବଞ୍ଚିତ କରି ରଖିବା ଉଚିତ । ଯଦି ଆପଣ ବହୁ ସମୟ ନିଜର କାମ ପାଇଁ ଖରାରେ ରାହୁଥାନ୍ତି । ତେବେ ନିଜର ଚେହେରାକୁ ସେହି ସମୟରେ ଅତି ଯତ୍ନରେ ରଖିବା ଉଚିତ । କାରଣ ଆପଣ ଅଧିକ ସମୟ ବାହାରେ ରଖିବା ଦେୟାର ଚେହେରାରେ ଧୁଳି, ମଇଳା ଜମିବା ସହ ସିଧାସଳଖ ମୁହଁରେ ଖରାର ପ୍ରଭାବ ପଡିଥାଏ ।

ଯାହାକି ମୁହଁର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ । ତେଣୁ ଯଦି ଆପଣ ବାହାରେ ଅଧିକ ସମୟ ରାହୁଥାନ୍ତି । ମୁହଁକୁ ଢାଙ୍କିକି ରଖିଲା ଭଳି ରଖିବା ସହ ଛଟାର ମଧ୍ୟ ବ୍ୟବହାର କରନ୍ତୁ । ଏହା ସହ ଭଲ କୌଣସି ଏକ ବ୍ରାଣ୍ଡର ସନ୍ସକ୍ରିମ ମଧ୍ୟ ବ୍ୟବହାର କରନ୍ତୁ । ଯାହା ଆପଣଙ୍କ ସ୍କିନର ଗଭୀର ମଧ୍ୟକୁ କୌଣସି ଖରାପ ପ୍ରଭାବ ପ୍ରବେଶ କରିବାକୁ ଦେବ ନାହିଁ । ତେବେ ମୁହଁକୁ ସୁନ୍ଦର ଓ ଚମକଦାର କରିବା ପାଇଁ ଆପଣ ଏହି ପ୍ରାକୃତିକ ରେମିଡିର ମଧ୍ୟ ବ୍ୟବହାର କରିପାରିବେ ।

ଆପଣ ଅଧ ଚାମଚ ହଳଦୀ, ୧ ଚାମଚ ଦହି, ୧ ଚାମଚ ମହୁ ଆଣନ୍ତୁ । ତାପରେ ଏହି ୩ ଟି ସାମଗ୍ରୀକୁ ଭଲ ଭାବେ ଗୋଳାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ଏହି ରେମିଡିକୁ ଆପଣ ଆପଣଙ୍କ ମୁହଁରେ ଭଲ ଭାବେ ମାଲିସ କରି ଲଗାନ୍ତୁ । ୧୫ ରୁ ୨୦ ମିନିଟ ପରେ ଆପଣ ଭଲ ତାଜା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।