କେବଳ ଥଣ୍ଡା, କାଶ, ଜ୍ଵର ହିଁ ନୁହେ, ଏହା ହେଉଛି କରୋନାର ୧୮ଟି ଲକ୍ଷଣ, ସରକାର ଜାରି କଲେ ନୂଆ ଗାଇଡଲାଇନ

ବର୍ତ୍ତମାନ ସାରା ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହି ସଙ୍କଟ ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାର କରୋନାର ଉପଚାରରୁ ନେଇ ଡିଶ୍ଚାର୍ଜ ପର୍ଯ୍ୟନ୍ତ ର ଗାଇଡଲାଇନ ଜାରି କରୁଛନ୍ତି । ଏହି ଗାଇଡଲାଇନ କୁ ବେଶଷଜ୍ଞମାନଙ୍କ ସହିତ ଭଲ ଭାବରେ କଥା ହେବା ପରେ ଏହାକୁ ଜାରି କରାଯାଇ ଥାଏ । କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବଢିଥିବାର ଦେଖି କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନରେ ସନ୍ଦିଗ୍ଧ ରୋଗୀଙ୍କ ସ୍କ୍ରିନିଙ୍ଗ, ନମୁନା ସଂଗ୍ରହ ଠାରୁ ନେଇ ଚିକିତ୍ସା କରୁଥିବା ମେଡିକାଲ କର୍ମଚାରୀଙ୍କୁ କ୍ଵରେଣ୍ଟାଇନ କୁ ନେଇ କେତେକ ପରିବର୍ତ୍ତନ କରାଯାଇଛି ।

ନୂଆ ପରିବର୍ତ୍ତନ ରେ ଏହା ଜାରି କରାଯାଇଛି କି ପିପିଇ କିଟ ପିନ୍ଧି ଯେଉଁ ଡକ୍ଟର ଏବଂ କର୍ମଚାରୀ ମାନେ କରୋନା ସଂକ୍ରମଣ ରୋଗୀଙ୍କର ସେବା କରୁଛନ୍ତି କ୍ଵାରେଣ୍ଟାଇନ ରେ ରଖାଯିବ ନାହିଁ । ଭୋପାଳ ରେ ସ୍ୱାସ୍ଥ୍ୟ ଆୟୁକ୍ତ ଙ୍କ ଆଦେଶ ପରେ ଡିଏମସୀ ର ଡୀନ କ୍ଵାରେଣ୍ଟାଇନ ରେ ରହିଥିବା କର୍ମଚାରୀ ମାନଙ୍କୁ ବହୁତ ଶୀଘ୍ର ସେଣ୍ଟର ଖାଲି କରିବା ପାଇଁ ଆଦେଶ ଦେଇଛନ୍ତି ।

ଏହା ସହିତ ସ୍ୱାସ୍ଥ୍ୟ ବିଭାଗ କରୋନା ର ଲକ୍ଷଣ ବିଷୟରେ ମଧ୍ୟ କହିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପରେ ସ୍ୱାସ୍ଥ୍ୟ ଆୟୁକ୍ତ ଫେଜ ଅହମଦ କିଦବଇ ସବୁ ଜିଲ୍ଲାର କଲେକ୍ଟର ସିଏମଏଚଓ ଏବଂ ସିବିଲ ସର୍ଜନ ଙ୍କୁ ଆଦେଶ ଜାରି କରି କରୋନା ସନ୍ଦିଗ୍ଧ ଏବଂ ପଜିଟିଭ ରୋଗୀଙ୍କ ଲକ୍ଷଣ ଆଧାରରେ ଚିହ୍ନିତ ମେଡିକାଲ କୁ ପଠାଇବା ପାଇଁ ନିର୍ଦେଶ ଦେଇଛନ୍ତି ।

ଏହା ହେଉଛି କରୋନା ଲକ୍ଷଣ

ବର୍ତ୍ତମାନ କରୋନା ର ମୁଖ୍ୟ ଲକ୍ଷଣରେ କେବଳ ଥଣ୍ଡା,କାଶ, ତଣ୍ଟି ଦରଜ ଏବଂ ଅଧିକ ଜ୍ଵର ହେବା ସହିତ ବିନା କୌଣସି ଲକ୍ଷଣରେ ବି ରୋଗୀଙ୍କର ରିପୋର୍ଟ ପଜେଟିଭ ବାହାରୁଛି । ଏହାକୁ ଧ୍ୟାନରେ ରଖି ନୂଆ ଗାଇଡଲାଇନ ରେ ବର୍ତ୍ତମାନ ପ୍ରାୟ ୧୫ ପ୍ରକାରର ନୂଆ ଲକ୍ଷଣ କରୋନାର ସନ୍ଦିଗ୍ଧ ବୋଲି କୁହାଯାଉଛି । ବର୍ତ୍ତମାନ ବାନ୍ତି, ପତଳା ଝାଡା, ସ୍ଵାଦ, ଓ ସୁଗନ୍ଧ କୁ ଚିହ୍ନି ନପାରିବା, ଚାଲିବାରେ ଅସୁବିଧା, ଚର୍ମରୋଗ, ହାତ ଗୋଡ ଆଙ୍ଗୁଠିର ରଙ୍ଗ ପରିବର୍ତ୍ତନ ହେବା, ଓଠ ନୀଳ ରଙ୍ଗ ହୋଇଯିବା ଭଳି ଅବସ୍ଥା ବି ବର୍ତ୍ତମାନ କରୋନାର ଲକ୍ଷଣ ବୋଲି ବିବେଚନା କରାଯିବ ।

ନୂଆ ଗାଇଡଲାଇନ ଅନୁସାରେ ଏହା କୁହାଯାଉଛି କି ପିପିଇ କିଟ ପିନ୍ଧି ରୋଗୀଙ୍କ ସେବା ସମୟରେ ସଂକ୍ରମଣର ସମ୍ଭାବନା ନାହିଁ । ଯଦି ନନ କୋଭିଡ ୱାର୍ଡ ରେ ଭର୍ତି ଅନ୍ୟ ରୋଗୀଙ୍କ ଭିତରେ କାହାର ବି ରିପୋର୍ଟ ପଜିଟିବ ଆସିଥାଏ ତାହେଲେ ତାର ଚିକିତ୍ସା ଏବଂ ଦେଖାଶୁଣା କରୁଥିବା କର୍ମଚାରୀ ଙ୍କୁ ହିଁ କ୍ଵାରେଣ୍ଟାଇନ କରାଯିବ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।