ଏଠି କେବଳ ଗୋଟିଏ ରାତି ପାଇଁ ହୋଇଥାଏ ବିବାହ, ଏମିତି ଅଜବ ଅନ୍ଦାଜରେ କନ୍ୟା ବାଛିଥାଏ ନିଜ ଜୀବନସାଥି

କହିବାକୁ ଗଲେ ସବୁ ଜାଗାରେ ବିବାହ ପରେ ଝିଅ ଓ ପୁଅ ନିଜର ପୁରା ଜୀବନ ପରସ୍ପର ସହିତ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ଏକ ଏମିତି ଦେଶ ବିଷୟରେ କହିବୁ, ଯେଉଁଠି ମାତ୍ର ଗୋଟିଏ ଦିନ ପାଇଁ ବିବାହ ହୋଇଥାଏ । ଏହି ବିବାହରେ କନ୍ୟା ନିଜେ ହିଁ ନିଜର ପସନ୍ଦର ବର ବାଛିଥାଏ । ବରକୁ ପସନ୍ଦ କରିବାର ଅନ୍ଦାଜ ବି ବହୁତ ଅଦ୍ଭୁତ ଅଟେ । କହି ଦେଉଛୁ କି ଏହି ଅଜବ ଗଜବ ପରମ୍ପରା ଚୀନର ଶିଲିଂଗ ଘାଟୀରେ ଲୋକମାନେ ପାଳନ କରିଥାନ୍ତି ।

ସେଠିକାର ଲୋକମାନେ ଏହି ପରମ୍ପରାକୁ ବହୁତ ବର୍ଷ ହେବ ନ ବଦଳାଇ ଏହାକୁ ପାଳନ କରୁଛନ୍ତି । ଏହା ଛଡା ସେଠି ବୁଲିବାକୁ ଆସୁଥିବା ଲୋକମାନେ ବି ଏହିଭଳି ଅଜବ ଗଜବ ବିବାହର ଆନନ୍ଦ ଉଠାଇଥାନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଝିଅମାନେ ନିଜ ପାଇଁ ବର ନିଜ ଗ୍ରାମରୁ କିମ୍ବା ଆଖପାଖ ଗ୍ରାମରୁ ବାଛି ନ ଥାନ୍ତି । ସେମାନେ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିଥାନ୍ତି । ଝିଅମାନେ ଡଙ୍ଗାରେ ଛତା ଧରି ପର୍ଯ୍ୟଟକମାନଙ୍କ ଅପେକ୍ଷାରେ ଛିଡା ହୋଇଥାନ୍ତି । ଯେତେବେଳେ ପର୍ଯ୍ୟଟକମାନେ ଆସିଥାନ୍ତି ସେମାନେ ତାଙ୍କୁ ନେଇ ନିଜ ଘରକୁ ଚାଲି ଯାଆନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି କେବଳ ଝିଅମାନେ ନୁହେଁ ତାଙ୍କର ପରିବାର ବାଲା ବି ଏହି ବିବାହକୁ ନେଇ ବହୁତ ଉତ୍ସାହ ଦେଖାଇଥାନ୍ତି । ସେହି ଦିନ ଘରକୁ ଭଲ ଭାବରେ ସଜାଯାଇଥାଏ । ଅଗଣାରେ ପାଲକୀ ବି ରଖାଯାଇଥାଏ । ଯେତେବେଳେ ପର୍ଯ୍ୟଟକମାନେ ଆସିଥାନ୍ତି ସେତେବେଳେ ଗୀତ ବି ବାଜିଥାଏ । ବିବାହର ଆରମ୍ଭ କନ୍ୟାର ପିତା କରିଥାନ୍ତି । ଝିଅର ପିତା ସର୍ବ ପ୍ରଥମେ ତାଙ୍କୁ ଏହି ପରମ୍ପରା ବିଷୟରେ କହିଥାନ୍ତି । ଏହା ପରେ କନ୍ୟା ଆସିଥାଏ ।

କନ୍ୟା ନିଜ ସହିତ ଏକ ନାଲି ରଙ୍ଗର କପଡା ଆଣିଥାଏ ଓ ଏହା ପରେ ସେ ଯେଉଁ ପର୍ଯ୍ୟଟକ ଉପରେ ସେହି ନାଲି କପଡାଟି ପକାଇଥାଏ, ସେହି ବ୍ୟକ୍ତିର ପୋଷାକ ପ୍ରସ୍ତୁତ କରାଯାଏ ଓ ସେହି ବ୍ୟକ୍ତି ସହିତ ସେହି କନ୍ୟାର ବିବାହ ବହୁତ ଧୁମଧାମ ସହ କରାଯାଇଥାଏ । ବିବାହର କିଛି ସମୟ ପର୍ଯ୍ୟନ୍ତ ନବ ବିବାହିତ ଯୋଡି ଏକା ସହିତ ରହି ପାରିବେ କିମ୍ବା ଗୋଟିଏ ଦିନ ବି ପରସ୍ପର ସହିତ ରହିପାରିବେ । କିନ୍ତୁ ତା’ ପରେ ଏହା ଅସମ୍ଭବ ହୋଇଥାଏ । ଏହି ବିବାହ ଶିଲିଂଗ ଘାଟୀର ଜନଜାତିର ସଂସ୍କୃତିକୁ ବୁଝାଇବା ପାଇଁ କରାଯାଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।