କାଉ ଦେଇଥାଏ ଧନ ଓ ମୃତ୍ୟୁ ର ସଙ୍କେତ, ଯଦି ଧ୍ୟାନ ଦେବେ ତ ମିଳିବ ଖଜାନା

ହିନ୍ଦୁ ଧର୍ମରେ କାଉକୁ ନିଜ ଆବାଜ କାରଣରୁ ଅଶୁଭ ପକ୍ଷୀ କୁହାଯାଇଥାଏ । ଏତିକି ନୁହେଁ ଶାସ୍ତ୍ରରେ ମଧ୍ୟ କାଉ କୁ ଯମଦୂତ ବୋଲି କୁହାଯାଇଛି । କୁହାଯାଏ କି କାଉ ଯମଲୋକ ଯାଇ ପୃଥିବୀବାସୀଙ୍କ ବିଷୟରେ ଯମରାଜାଙ୍କୁ ସୂଚନା ଦେଇଥାଏ ।

କିନ୍ତୁ ଶକୁନ ଶାସ୍ତ୍ର ଅନୁସାରେ କାଉଙ୍କୁ ମନୁଷ୍ୟର ଦୂତ ବୋଲି କୁହାଯାଇଛି । କୁହାଯାଇଥାଏ କି ଯମରାଜାଙ୍କ ସହିତ କାଉ ମଧ୍ୟ ମନୁଷ୍ୟଙ୍କୁ ଶୁଭ ଓ ଅଶୁଭ ସୂଚନା ପୂର୍ବରୁ ହିଁ ଦେଇ ଦେଇଥାଏ । କାଉ ମଧ୍ୟରେ ଏମିତି ଶକ୍ତି ଥାଏ କି ସେ ଆସୁଥିବା ସମୟକୁ ପୂର୍ବରୁ ହିଁ ଜାଣି ପାରିଥାଏ । ଆମର ପୂର୍ବଜ କାଉ ଜରିଆରେ ଆମ ସହିତ ସମ୍ପର୍କ କରିଥାନ୍ତି ଓ ଆମକୁ ଘଟିବାକୁ ଥିବା ଘଟଣା ବିଷୟରେ ସୂଚନା ଦେଇଥାନ୍ତି ।

କୁହାଯାଇଥାଏ କି କାଉମାନଙ୍କର ଦଳ ଯଦି ଆସି ଆପଣଙ୍କ ଘର ଉପରେ ବସି ପରସ୍ପର ମଧ୍ୟରେ ଲଢିବାକୁ ଲାଗିଥାନ୍ତି ତେବେ ବୁଝିଯିବେ କି ଘରର ମାଲିକ ଉପରେ ବିପତ୍ତି ଆସିବାର ଅଛି ।

ଭୋର ପୂର୍ବରୁ ଯଦି ଗଛରେ ବସିଥିବା କାଉର ସ୍ଵର ଉତ୍ତର ଦିଗରୁ ଶୁଣିବାକୁ ମିଳିଥାଏ ତେବେ ଆପଣଙ୍କ ଦିନ ଭଲରେ କଟିବାର ଅଛି ।
ଘରର ଛାତ ଉପରେ ବସିଥିବା କାଉ ଯଦି ଦକ୍ଷିଣ ଦିଗକୁ ମୁହଁ କରି ବୋବାଏ ତେବେ ଅଶୁଭ ହୋଇଥାଏ । ବୁଝିଯିବେ କି ଘରର କୌଣସି ସଦସ୍ୟଙ୍କର ମୃତ୍ୟୁ ହେବାର ଅଛି ।

କେଉଁଠାକୁ ଯାଉଛନ୍ତି ଓ କାଉ କୌଣସି ବାସନରେ ପାଣି ପିଉଥିବାର ନଜର ଆସେ ତେବେ ବୁଝିଯିବେ କି ଆପଣଙ୍କୁ ଧନଲାଭ ହେବାର ଅଛି ଓ ଯେଉଁ କାମରେ ଆପଣ ଯାଉଛନ୍ତି ସେହି କାମ ଆପଣଙ୍କର ସଫଳ ହେବ ।

ଯଦି କୌଣସି କାଉ ପାଟିରେ ରୁଟି ଖଣ୍ଡେ କିମ୍ବା ମାଂସ ଖଣ୍ଡେ ଧରିଥିବାର ଦେଖାଯାଏ ତେବେ ବୁଝିଯିବେ କି ଆପଣଙ୍କର କୌଣସି ବଡ ଇଚ୍ଛା ପୁରା ହେବାର ଅଛି ।

ଯଦି କୌଣସି କାଉ ବ୍ୟକ୍ତି ଉପରେ ଆସି ମଳ ତ୍ୟାଗ କରେ ତେବେ ଏହା ଅଶୁଭ ହୋଇଥାଏ ଓ ଯଦି ସେହି କାଉ କୌଣସି ବ୍ଯକ୍ତିର ମୁଣ୍ଡ ଉପରେ ଆସି ବସିଥାଏ ତେବେ ସେହି ବ୍ୟକ୍ତିର ଖରାପ ଦିନ ଆରମ୍ଭ ହୋଇଯାଇଥାଏ ଓ ସେହି ବ୍ଯକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ ।

ଯଦି ସକାଳ ସମୟରେ ଆପଣ କେଉଁଠାକୁ ଯାଉଛନ୍ତି ଓ କୌଣସି କାଉ ଉଡି ଉଡି ଆସି ଆପଣଙ୍କ ପାଦକୁ ସ୍ପର୍ଶ କରେ ତେବେ ଏହାକୁ ବଡ ଶୁଭ ସଙ୍କେତ କୁହାଯାଏ । ଏହା ଦ୍ଵାରା ଜୀବନରେ ଉନ୍ନତି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।