ରୁଦ୍ରବ୍ରତ ଶିବ ମନ୍ଦିର, ଯେଉଁଠାରେ ବେଲପତ୍ର ବୁଡିଥାଏ ଓ ଫଳ ଭାସିଥାଏ, ଜାଣନ୍ତୁ କାହିଁକି

ଭଗବାନ ଶିବ ଯାହାକୁ ଅନନ୍ତ ଓ ସ୍ଥାୟୀ କୁହାଯାଇଥାଏ ତାଙ୍କର ବହୁତ ଗୁଡିଏ ପ୍ରାଚୀନ ମନ୍ଦିର ଅଛି ଯାହା ଚମତ୍କାରରେ ଭରପୁର ଅଟେ । ଆଜି ଆମେ ଭଗବାନ ଶିବଙ୍କ ଏକ ମନ୍ଦିରର ଏମିତି ଚମତ୍କାର ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଆଖିରେ ଦେଖି ପାରିବେ । ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲା ଯେଉଁଠାରେ ରୁଦ୍ର ବ୍ରତ ମହାଦେବ ମନ୍ଦିର ଅବସ୍ଥିତ ।

ଏହା ଦେଖିବା ପରେ ଆପଣଙ୍କୁ ଏହା ଏକ ସାଧାରଣ ମନ୍ଦିର ଲାଗିବ କିନ୍ତୁ ଯେତେବେଳେ ଆପଣ ଏହାର କୁଣ୍ଡ ପାଖକୁ ଯିବେ ତେବେ ଆପଣ ନିଜ ଆଖି ଉପରେ ବିଶ୍ଵାସ କରି ପାରିବେ ନାହିଁ । ଏହାକୁ ଭଗବାନ ଶିବଙ୍କର ଚମତ୍କାରୀ କୁଣ୍ଡ କୁହାଯାଇଥାଏ । ଏଠାରେ ଯଦି ଆପଣ ବେଲ ପତ୍ର ପକାଇବେ ତେବେ ତାହା ବୁଡିଯିବ ଓ ଯଦି ଆପଣ ଏଠାରେ ଓଜନ ଫଳ ପକାଇବେ ତେବେ ସେଥିରୁ କିଛିଟା ଫଳ ପ୍ରସାଦ ରୂପରେ ଉପରକୁ ଭାସି ଆସିଥାଏ ।

ଏହା ଏକ ଏମିତିକା ଚମତ୍କାର ଅଟେ ଯାହା ଉପରେ ଆପଣ ବିଶ୍ଵାସ କରି ପାରିବେ ନାହିଁ । କାରଣ କୌଣସି ପତ୍ର ଆପଣ କୌଣସି ବି ପାଣିରେ ପକାଇଲେ ତେବେ ତାହା ଭାସୁଥିବାର ହିଁ ନଜର ଆସିବ ଓ ଫଳ କୌଣସି ବି ପାଣିରେ ବୁଡିଯିବ । କିନ୍ତୁ ଏଠାରେ କିଛି ଅଲଗା ହିଁ ହୋଇଥାଏ । ଏହା ବ୍ୟତୀତ ଯଦି ଆପଣ କ୍ଷୀର କୁ କୌଣସି ବି ପାଣିଲେ ଢାଳିବେ ତାହା ସେଥିରେ ମିଶି ଯାଇଥାଏ କିନ୍ତୁ ଏହି ପାଣିରେ କ୍ଷୀର ଢାଳିଲେ ତାହା ଏକ ପତଳା ଧାରରେ ତଳକୁ ଯାଉଥିବାର ନଜର ଆସିଥାଏ ।

ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି । କୁହାଯାଏ କି ଏହି କୁଣ୍ଡ ତଳେ ଗୋଟିଏ ଶିବଲିଙ୍ଗ ବି ଅଛି ଯାହାକୁ କେହି ଦେଖି ପାରିବେ ନାହିଁ । କାରଣ ଏହା ଏତେ ଗଭୀରରେ ଅଛି କି ଯାହାର ସନ୍ଧାନ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ଯଦି ଏଠିକାର ଲୋକଙ୍କ କଥା ମାନିବେ ତ ଏହି କୁଣ୍ଡର ଗଭୀରତା ପାତାଳ ପର୍ଯ୍ୟନ୍ତ ଯାଇଥାଏ । ଏହି କାରଣରୁ ଶିବଲିଙ୍ଗକୁ ଦେଖାଯାଇପାରେ ନାହିଁ । ଏହା ଏକ ମାତ୍ର ଶିବଲିଙ୍ଗ ଅଟେ ଯାହାକୁ ଆପଣ ଆଖିରେ ଦେଖି ପାରିବେ ନାହିଁ ।

ଏଠିକାର ମାନ୍ୟତା ଅନୁସାରେ ଏହି କୁଣ୍ଡର ନିର୍ମାଣ ସ୍ଵୟଂ ଭଗବାନ ଶିବଙ୍କ ଦ୍ଵାରା କରାଯାଇଥିଲା । ଯେତେବେଳେ ଭଗବାନ ଶିବ ତାଣ୍ଡବ କରୁଥିଲେ ତାଙ୍କ ଶରୀରରୁ ପ୍ରଚଣ୍ଡ ଅଗ୍ନି ବାହାରୁଥିଲା । ଏହି ଅଗ୍ନିକୁ ଥଣ୍ଡା କରିବା ପାଇଁ ସେ ଏହି ସ୍ଥାନରେ ଜଳକୁ ଯାଉଥିଲେ । ସେବେଠୁ ଏହି କୁଣ୍ଡର ଜଳରେ ଚମତ୍କାରୀ ଶକ୍ତି ଆସିଗଲା । ସେହି ଅଗ୍ନିକୁ ଶାନ୍ତ କରିବା କାରଣରୁ ଏହି ଜଳରେ ଅଦ୍ଭୁତ ଗୁଣ ଉତ୍ପନ୍ନ ହେଲା ଓ ଆଜି ବି ଏହି ଗୁଣ ଏହି ଜଳରେ ଅଛି ।

ଏଠାରେ ମନୋସ୍କାମନା ପୂର୍ଣ୍ଣ କରିବାକୁ ଆସୁଥିବା ଭକ୍ତମାନଙ୍କୁ ବି ଏହି କୁଣ୍ଡରେ ଭାସୁଥିବା ଫଳର ପ୍ରସାଦ ଦିଆଯାଇଥାଏ ଯାହା ଏଠିକାର ଚମତ୍କାର ର ଉଦାହରଣ ହୋଇଥାଏ । କାରଣ ଫଳ ପକାଇବା ପରେ ତାହା ପ୍ରଥମେ ଭିତରକୁ ଯାଇଥାଏ ଓ ପୁଣି ଭାସି ଭାସି ଉପରକୁ ଆସିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।