ରାତିସାରା ପାଣିରେ ଭିଜାଇ ସକାଳେ ଖାଆନ୍ତୁ ଏହି ସବୁ ଜିନିଷ, ଅନେକ ରୋଗ ରହିବ ଆପଣଙ୍କ ଠାରୁ ଦୂର

କେତେକ ଏମିତି ଖାଦ୍ୟ ଜିନିଷ ଅଛି ଯାହାକୁ ରାତିରେ ପାଣିରେ ରଖି ସକାଳେ ଖାଇବା ଦ୍ଵାରା ଲାଭଦାୟକ ହୋଇଥାଏ । ସକାଳେ ଏହି ଜିନିଷ ଗୁଡିକ ଖାଲି ପେଟରେ ଖାଇବା ଦ୍ଵାରା ଶରୀରକୁ ଊର୍ଜା ମିଳିଥାଏ ଓ ପେଟ ସମ୍ବନ୍ଧିତ ସମସ୍ୟାରୁ ବି ମୁକ୍ତି ମିଳିଥାଏ । ଏତିକି ନୁହେଁ ଏହି ସବୁ ଜିନିଷର ସେବନ କରିବା ଦ୍ଵାରା ଇମ୍ୟୁନିଟି ସିଷ୍ଟମ ବି ମଜବୁତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏମିତି କେଉଁ ସବୁ ଜିନିଷ ଅଛି ଯାହାକୁ ସକାଳେ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।

ରାତିସାରା ପାଣିରେ ରଖି ସକାଳେ ଖାଆନ୍ତୁ ଏହି ଜିନିଷ ଗୁଡିକ, ଅନେକ ରୋଗରୁ ରହିବେ ଦୂରେଇ –

କିସମିସ

କିସମିସରେ ମ୍ୟାଗ୍ନେସିୟମ, ପୋଟାସିୟମ ଓ ଆୟରନ ଉଚ୍ଚ ମାତ୍ରାରେ ମିଳିଥାଏ । ସବୁଦିନ କିସମିସ ଖାଇବା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ଶରୀରରେ ଆସି ପାରେ ନାହିଁ । ଏତିକି ନୁହେଁ ସକାଳେ ଖାଇବା ଦ୍ଵାରା ଚେହେରା ଉପରେ ଭଲ ପ୍ରଭାବ ବି ପଡିଥାଏ । ଏହା ଦ୍ଵାରା ଏନିମିୟା ସମସ୍ୟା ବି ଦୂର ହୋଇଯାଏ ।

ବୁଟ

ବୁଟ ଏକ ପୌଷ୍ଟିକ ଖାଦ୍ୟ ଅଟେ । ଏଥିରେ ଫାଇବର ଓ ପ୍ରୋଟିନ ଭରପୂର ମାତ୍ରାରେ ମିଳିଥାଏ । ଏହାକୁ ଖାଇବା ଦ୍ଵାରା ଶରୀରରେ ଊର୍ଜାର ସ୍ତର ସଠିକ ରହିଥାଏ । ରାତିରେ ଗୋଟିଏ ପାତ୍ରରେ ବୁଟକୁ ପାଣିରେ ଓଦା କରି ରଖି ଦିଅନ୍ତୁ ଓ ସକାଳେ ଏହାର ସେବନ କରନ୍ତୁ ।

ବାଦାମ ଓ ଅଖରୋଟ

ବିପି ଓ ମଧୁମେହ ରୋଗୀଙ୍କ ପାଇଁ ବାଦାମ ଓ ଅଖରୋଟ ବହୁତ ଲାଭଦାୟକ ହୋଇଥାଏ । ସବୁଦିନ ସକାଳେ ଏହାକୁ ଖାଲି ପେଟରେ ସେବନ କରିବା ଦ୍ଵାରା ଏହି ଦୁଇଟି ଘାତକ ରୋଗରୁ ମୁକ୍ତି ମିଳିଥାଏ ।

ମେଥି ଦାନା

ମେଥି ଦାନାରେ ଫାଇବର ଅଧିକ ମାତ୍ରାରେ ମିଳିଥାଏ ଓ ଏହା ଡାଇବେଟିସ ରୋଗୀମାନଙ୍କ ପାଇଁ ବହୁତ ଗୁଣକାରୀ ହୋଇଥାଏ । ରାତିରେ ସଫା ପାଣିରେ ଅଳ୍ପ ମେଥି ଦାନା ପକାଇ ଦିଅନ୍ତୁ ଓ ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ ।

ଖସା

ଖସାରେ ଓମେଗା – ୩  ଫ୍ୟାଟି ଏସିଡ ମିଳିଥାଏ । ରାତିରେ ଏହାକୁ ପାଣିରେ ରଖି ସକାଳେ ସେବନ କରିବା ଦ୍ଵାରା ବ୍ୟାଡ କୋଲେଷ୍ଟ୍ରୋଲ କମ ହୋଇଯାଏ ଓ ଏହା ଦ୍ଵାରା ହାର୍ଟ ବି ସଠିକ ରୂପରେ କାମ କରିଥାଏ । ଏହା ସେବନ କରିବା ଦ୍ଵାରା ହାର୍ଟଟାକ ଆସିବା ସମ୍ଭାବନା ବି କମ ହୋଇଯାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।