କର୍ଣ୍ଣାଟକ ହାଇକୋର୍ଟ ବଳାତ୍କାର ଆରୋପିକୁ ଦେଲେ ଜାମିନ, କହିଲେ- ରେପ ପରେ ଶୋଇ ପଡିବା ଭାରତୀୟ ନାରୀଙ୍କୁ ଶୋଭା ଦେଇନଥାଏ

କର୍ଣ୍ଣାଟକ ହାଇକୋର୍ଟ ଗୁରୁବାର ଦିନ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଜାମିନ ଦେଇ ଦେଇଛନ୍ତି । କୋର୍ଟ ଅନୁସାରେ ଗମ୍ଭୀର ଅଭିଯୋଗ କାରଣରୁ କୌଣସି ଅଭିଯୁକ୍ତଙ୍କୁ ଜାମିନ ଦେବା ପାଇଁ ମନା କରାଯାଇ ପାରିବ ନାହିଁ । ଏହା ସହିତ ହାଇକୋର୍ଟ ମହିଳାଙ୍କ ଅଭିଯୋଗ ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି । କୋର୍ଟ ମହିଳାଙ୍କ ସେହି ବୟାନ ଉପରେ ମନ୍ତବ୍ୟ ଦେଇଛନ୍ତି କି ଯେଉଁଥିରେ ସେ କହିଥିଲେ କି ସେ ବଳାତ୍କାର ପରେ ଥକି ଶୋଇଯାଇ ଥିଲେ ।

ମେ ୨ ତାରିଖରେ ଜଣେ ମହିଳା ତାଙ୍କ ସହକର୍ମଚାରିଙ୍କ ଉପରେ ବଳାତ୍କାରର ଅଭିଯୋଗ ଲଗାଇଥିଲେ । ପ୍ରଥମ ଯାଞ୍ଚ ପରେ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୩୭୬,୪୨୦,୫୦୬ ଏବଂ ଆଇଟି ଏକ୍ଟ-୨୦୦୦ ଅନୁଯାୟୀ ଏଫଆଇଆର ଲେଖାଇଥିଲେ । ପ୍ରଥମେ ମାମଲା ସ୍ଥାନୀୟ କୋର୍ଟରେ ପହଞ୍ଚିଲା ଯେଉଁଠାରେ ଅଭିଯୁକ୍ତଙ୍କୁ ଜାମିନ ମିଳିନଥିଲା । ଯାହାପରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ ଦାଖଲ କରିଥିଲେ । ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଏହାର ଶୁଣାଣି କରିଥିଲେ । ଏହି ସମୟରେ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାନିମ ଦେବା ସହିତ ମହିଳାଙ୍କ ବୟାନ ଉପରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

ସରକାରୀ ଓକିଲଙ୍କ ଜାମିନକୁ ବିରୋଧ କରି ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ କହିଛନ୍ତି କି ଅଭିଯୋଗକାରୀ ଅଭିଯୁକ୍ତଙ୍କ ଉପରେ ବିବାହର ବାହାନା କରି ବଳାତ୍କାର କରିବାର ଅଭିଯୋଗ ଲଗାଇଛନ୍ତି କିନ୍ତୁ ପରିସ୍ଥିତିକୁ ଦେଖି ଏହି କଥା ଉପରେ ବିଶ୍ଵାସ କରିବା ଟିକେ କଷ୍ଟ ଅଟେ । ଅଭିଯୋଗକାରୀ ଏହା କହି ନାହାଁନ୍ତି କି ସେ ରାତି ୧୧ଟା ବେଳେ କଣ ପାଇଁ ଅଫିସ ଯାଇଥିଲେ, ଏହା ସହିତ ଯେତବେଳେ ଅଭିଯୁକ୍ତ ତାଙ୍କୁ ଡ୍ରିଂକ ଅଫର କଲେ ସେତବେଳେ ସେ କଣ ପାଇଁ ତାହାକୁ ସ୍ଵୀକାର କଲେ । ଏହି ସମୟରେ ସେ ଅଭିଯୁକ୍ତଙ୍କୁ ସକାଳ ପର୍ଯ୍ୟନ୍ତ ନିଜ ସହିତ ରହିବା ପାଇଁ କଣ ପାଇଁ ଅନୁମତି ଦେଲେ ।

ଅଭିଯୁକ୍ତ ବିରୁଦ୍ଧରେ ଦୃଢ ପ୍ରମାଣ

ଜଷ୍ଟିସ ଦୀକ୍ଷିତ କହିଛନ୍ତି କି ପୀଡ଼ିତା କହିଛନ୍ତି କି ବଳାତ୍କାର ପରେ ସେ ଥକି ଶୋଇପଡି ଥିଲେ, ଯେତବେଳେ କି ସବୁକିଛି ନଷ୍ଟ ହେବା ପରେ ଭାରତୀୟ ମହିଳା ଏପରି ପ୍ରତିକ୍ରିୟା ଦେଇ ନଥାନ୍ତି । ନା ହିଁ ଏହା କେଉଁ ନାରୀକୁ ଶୋଭା ଦେଇଥାଏ । ଜାମିନକୁ ବିରୋଧ କରି ସରକାରୀ ଓକିଲ କହିଛନ୍ତି କି ଏଭଳି ଅପରାଧୀକୁ ଜାମିନ ଦେବା ସମାଜ ପାଇଁ ସୁରକ୍ଷିତ ହେବ ନାହିଁ ।

ଯାହା ଉପରେ ଜଷ୍ଟିସ ଦୀକ୍ଷିତ କହିଛନ୍ତି କି ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ଦୃଢ ପ୍ରମାଣ ପାଇ ନାହିଁ । ଏଭଳି ପରିସ୍ଥିତିରେ କେବଳ ଗମ୍ଭୀରତା ଆଧାର ଉପରେ କାହାକୁ ଜାମିନରୁ ବଞ୍ଚିତ କରିବା ଠିକ ନୁହେଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।