ବିବାହ ମଣ୍ଡପ ରୁ କନ୍ୟା ଗାୟବ, ସାନ ଝିଅ ସହ ଜବରଦସ୍ତି ବାହା ହେଲା ବର

ଆଜିକାଲି ଦୁନିଆରେ ଅନେକ ବିଚିତ୍ର ଘଟଣା ମାନ ଘଟୁଛି । ନିକଟରେ ତେଲେଙ୍ଗାନା ରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ବିବାହ ବେଦୀ ରେ ଘଟିଛି ଏପରି ଏକ ଘଟଣା ଯାହା କି ପୁରା ଗ୍ରାମବାସୀ ଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣା ଏହା ଘଟିଛି କି ବଡ଼ ଭଉଣୀ ବାହା ବେଦୀ ରୁ ନିଜ ପ୍ରେମିକ ସହ ଚମ୍ପଟ ମାରିବା ପରେ ବର, ସାନ ଭଉଣୀ କୁ ଜବରଦସ୍ତି ବିବାହ କରିଛି ।

ବିବାହ ପାଇଁ ସବୁ ପ୍ରସ୍ତୁତି ସରିଥିଲା, ବରଯାତ୍ରୀ ପହଞ୍ଚି ବର ଏବଂ ବର ପରିବାର ମଞ୍ଚରେ ଉପସ୍ଥିତ ଥିଲେ । ବିବାହର ରୀତିନୀତି ଆରମ୍ଭ ହେବାକୁ ଯାଉଥିଲା କିନ୍ତୁ ବିବାହରେ ଏପରି କିଛି ଘଟିଥଲା ଯାହାକୁ କେହି ମଧ୍ୟ ଭାବିନଥିଲେ । ଫିଲ୍ମର ଦୃଶ୍ୟ ପରି ବର ବିବାହ ରୀତିନୀତି ବନ୍ଦ କରି ବିବାହ କରିବାକୁ ଚାହୁଁନଥିବା ଦର୍ଶାଇ ବିବାହ ମଣ୍ଡପ ଛାଡିଥିଲେ ।

ଏହି ଘଟଣା ତେଲେଙ୍ଗାନାର ଭାନାପାର୍ଟି ଜିଲ୍ଲାର ଚାରାଲାପାଲୀ ଗାଁରେ । ଯେଉଁଠାରେ ବିବାହ ରୀତିନୀତି ଚାଲିଥିଲା ​,ବର ମଙ୍ଗଲସୁତ୍ର ବାନ୍ଧିବା ପୂର୍ବରୁ ବର କୁ ବିବାହ କରିବାକୁ ଚାହୁଁନଥିବା କହି ସମସ୍ତଙ୍କୁ ଚକିତ କରି ଦେଇଥିଲା କନିଆ । ସମ୍ପର୍କୀୟମାନେ କନ୍ୟା କୁ ମନାଇବା ପାଇଁ କଠିନ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା, ଯାହା ପରେ ଝିଅଟି ହଲରୁ ବାହାରକୁ ଚାଲି ଯାଇଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ବରର ପରିବାର କହିଛନ୍ତି ଯେ ସେ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ବିବାହରେ ଦେଖିଥିଲେ ଏବଂ ଏହା ପରେ ସେ ଏହି ପଦକ୍ଷେପ ନେଇଥିଲେ । ବିବାହର ଜଣେ ଅତିଥି କହିଥିଲେ ଯେ ଆମେ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ କରିପାରିଲୁ ନାହିଁ । ଦୁହେଁ ମଣ୍ଡପ ରୁ ଚାଲିଯାଇଥିଲେ । ଏହାପରେ ସେହି ବରକୁ କନ୍ୟାର ସାନଭଉଣୀ ସହ ବିବାହ କରିବାକୁ ପଡିଥିଲା ।

ଶୁକ୍ରବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ତେଲେଙ୍ଗାନା ର କୁଶିନଗର ଜିଲ୍ଲାର ତାରାୟା ସୁଜନ ପୋଲିସ ଷ୍ଟେସନର ଭଗବାନପୁର ଗାଁ ର ଘନଶ୍ୟାମ କୁମାରଙ୍କ ପୁଅ ସୁଧୀର କୁମାରଙ୍କୁ କନ୍ୟା ଟିର ସାନ ଭଉଣୀ ବିବାହ କରିଥିଲେ । କାରଣ ରମୟ ବିବାହ ପୂର୍ବରୁ 6 ଲକ୍ଷ ତାଙ୍କ ଯୌତୁକ ବାବଦ କୁ ଘନଶ୍ୟାମ କୁମାର ଙ୍କୁ ଦେଇଥିଲେ ।

ଏହାପରେ ଯାଇ ବିବାହ ହୋଇଥିଲା । ବିବାହ ମଣ୍ଡପରେ ହୋଇଥିବା ଅପମାନ ଯୋଗୁଁ ଘନଶ୍ୟାମ କୁମାର ଯୌତୁକ ଟଙ୍କା ଫେରାଇବା ପାଇଁ ମନା କରି ଦେଇଥିଲା । ତେଣୁ ଝିଅର ବାପା ରମୟ ବାଧ୍ୟ ହୋଇ କଲେଜ ରେ ପଢ଼ୁଥିବା ସାନ ଝିଅ ସହ ସୁଧୀର କୁମାର ଙ୍କ ବିବାହ କରାଇଥିଲେ । ଯୌତୁକ ସମ୍ପର୍କରେ ସୂଚନା ପାଇ ପୋଲିସ ଏକ ମାମଲା ରୁଜୁ କରି ବାପ ପୁଅ ଙ୍କୁ ଅଟକ ରଖିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।