ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କର ବଢିବ ନାହିଁ ମହଙ୍ଗା ଭତ୍ତା

କରୋନା ଭାଇରସ ମହାମାରୀ ସହ ଜାରି ଯୁଧ୍ୟ ମଧ୍ୟରେ ଭାରତ ସରକାର କର୍ମଚାରୀ ଓ ପେନସନଧାରୀ ଲୋକମାନଙ୍କୁ ଦିଆଯାଉଥିବା DAର ବୃଦ୍ଧିକୁ ରୋକିବା ପାଇଁ ଘୋଷଣା କରିଛନ୍ତି । ଜାନୁୟାରୀ ୨୦୨୦ରେ DAକୁ ବଢାଇବାର ଯେଉଁ ଘୋଷଣା ହୋଇଥିଲା ତାହା ଉପରେ ବର୍ତ୍ତମାନ ପ୍ରତିବନ୍ଧ ଲଗାଇ ଦିଆ ଯାଇଛି । ଏହା ଛଡା ଜୁଲାଇରେ ବି ବର୍ତ୍ତମାନ DAରେ ବୁଦ୍ଧି ହେବ ନାହିଁ ।

କେବଳ ଏହି ବର୍ଷ ୨୦୨୦ ନୁହେଁ ଆସନ୍ତା ବର୍ଷ ମାନେ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ହେବାକୁ ଥିବା ବୃଦ୍ଧି ଉପରେ ବି ରୋକ ଲଗାଇବା ପାଇଁ ନିଷ୍ପତି ନିଆ ଯାଇଛି । ଯଦି ସହଜ ଭାଷାରେ କହିବା ତେବେ କେନ୍ଦ୍ର ସରକାରଙ୍କ କର୍ମଚାରିମାନଙ୍କୁ ଓ ପେନସନଧାରୀମାନଙ୍କୁ DAରେ ୧.୫ ବର୍ଷ ପର୍ଯ୍ୟନ୍ତ କୌଣସି ରାଶି ମିଳିବ ନାହିଁ । ଗୁରୁବାର ଦିନ କେନ୍ଦ୍ର ସରକାର ଏକ ଆଦେଶ ଜାରି କରି କହିଲେ କି କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଓ ପେନସନଧାରୀମାନଙ୍କୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ବର୍ତ୍ତମାନର ସ୍ଥିତିକୁ ଧ୍ୟାନରେ ରଖି ମହଙ୍ଗା ଭତ୍ତା ମିଳିବ ନାହିଁ ।

ସେମାନଙ୍କୁ ପୁରୁଣା ଦରରେ ହିଁ ମହଙ୍ଗା ଭତ୍ତା ଦିଆଯିବ । ସରକାରଙ୍କ ଅନୁସାରେ କୋବିଡ-୧୯ କାରଣରୁ ସାମ୍ନାକୁ ଆସିଥିବା ପରିସ୍ଥିତିକୁ ଦେଖି ସରକାର ଏହିଭଳି ନିଷ୍ପତି ନେଇଛନ୍ତି । ସରକାରଙ୍କ ଅନୁସାରେ ୧ ଜାନୁୟାରୀ ୨୦୨୦ରୁ କର୍ମଚାରୀମାନଙ୍କୁ ଓ ପେନସନଧାରୀମାନଙ୍କୁ ନୂଆ ଦର ଅନୁସାରେ ମହଙ୍ଗା ଭତ୍ତା ଦିଆ ଯିବ ନାହିଁ । ସେମାନଙ୍କୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ପୁରୁଣା ଦରରେ ହିଁ ଦିଆଯିବ ।

ଯାହା ତାଙ୍କୁ ୩୧ ଡିସେମ୍ବର ୨୦୧୯ ରେଟରେ ମିଳୁଥିଲା । ସରକାରଙ୍କ କହିବା ଅଟେ କି ଏହି ନିଷ୍ପତି ଉପରେ ୧ ଜୁଲାଇ ୨୦୨୧ ପରେ ପୁନଃ ବିଚାର କରାଯିବ କି ୧ ଜୁଲାଇ ୨୦୨୧ ପରେ ମହଙ୍ଗା ଭତ୍ତା ଦିଆଯିବ ନା ନାହିଁ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ୧ ଜାନୁୟାରୀ ୨୦୨୦ରୁ ନେଇ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ କୌଣସି ଏରିୟର ବି ଦିଆଯିବ ନାହିଁ । କୁହାଯାଉଛି କି ଏହାର ସିଧା ପ୍ରଭାବ ଦେଶର କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଧାରୀମାନଙ୍କ ଉପରେ ପଡିବ ।

କହିବାକୁ ଗଲେ ସବୁ ଜିନିଷର ଦାମ ବଢିବା କାରଣରୁ ପେନସନଧାରୀ ଓ କର୍ମଚାରୀମାନେ ନିଜର ଜୀବନର ସ୍ତରକୁ ସଠିକ ରଖି ପାରିବେ, ସେହି ଉଦ୍ଦେଶ୍ୟରେ ବର୍ଷକୁ ଦୁଇ ଥର ମାନେ ସବୁ ବର୍ଷ ଜାନୁୟାରୀ ୧ ଓ ଜୁଲାଇ ୧କୁ ମହଙ୍ଗା ଭତ୍ତାର ଦରରେ ଉନ୍ନତି କରାଯାଇଥାଏ । ଆପଣଙ୍କୁ କହିଦେଉଛୁ କି ଭାରତରେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ସଂଖ୍ୟା ୪୮.୩୪ ଲକ୍ଷ ଅଟେ ।

ଯେତେବେଳେ କି ପେନସନଧାରୀଙ୍କ ସଂଖ୍ୟା ୬୫.୬୨ ଲକ୍ଷ ଅଟେ । ଏହି ବର୍ଷ ମାର୍ଚ୍ଚରେ କେନ୍ଦ୍ର ସରକାର କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଧାରୀମାନଙ୍କ ମହଙ୍ଗା ଭତ୍ତା ବଢାଇ ପେନସନ ଓ ସ୍ୟାଲେରୀର ୧୭ ପ୍ରତିଶତ ବଢାଇବାର ଘୋଷଣା କରିଥିଲେ । ଏହି ଦର ଏହି ବର୍ଷ ୧ ଜାନୁୟାରୀରୁ ଲାଗୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଉପରେ ରୋକ ଲଗାଇ ଦିଆ ଯାଇଛି ।