ପୃଥିବୀ ପାଖ ଦେଇ ଯିବ ମାଉଣ୍ଟ ଏଭେରେଷ୍ଟ ପରି ବଡ ଆଷ୍ଟରଏଡ, ଆଶ୍ଚର୍ଯ୍ୟ କରିଦେବ ଏହାର ଗତି

୨୯ ଏପ୍ରିଲକୁ ଏକ ଅଦ୍ଭୁତ ଖଗୋଲିୟ ଘଟଣା ବ୍ରହ୍ମାଂଡରେ ଘଟିବାକୁ ଯାଉଛି । ମାଉଣ୍ଟ ଏଭରେଷ୍ଟର ଅଧା ଉଚ୍ଚତା ଭଳି ଏକ ବଡ ଖଗୋଲିୟ ପିଣ୍ଡ ଯାହାକି ଏକ କ୍ଷୁଦ୍ର ଗ୍ରହ ସଙ୍ଗେ ସମାନ ଅଟେ ତାହା ପୃଥିବୀ ପାର୍ଶ୍ଵ ଦେଇ ଯିବ । କହିବାକୁ ଗଲେ ନାସା ଏହା ସ୍ପଷ୍ଟ କରିଛି କି ଏହି ପାହାଡ ଖଣ୍ଡଟି କୌଣସି ବି ପରିସ୍ଥିତିରେ ପୃଥିବୀକୁ ଆସିବ ନାହିଁ । ୪.୧ କିଲୋମିଟର ବ୍ୟାସ ବିଶିଷ୍ଟ ଏହି ଖଗୋଲିୟ ପିଣ୍ଡ ସକାଳ ୪.୫୬ ସମୟରେ ୩୧୩୨୦ ପ୍ରତି ଘଣ୍ଟାରେ ଗତିଶଳୀ ଅବସ୍ଥାରେ ଏହା ପୃଥିବୀ ପାର୍ଶ୍ଵ ଦେଇ ଯିବ ।

ସେହି ସମୟରେ ଏହା ପୃଥିବୀ ଠାରୁ ୩.୯ ମିଲିୟନ ମାଇଲ୍ସ ଦୂରରେ ରହିବ । ଯାହା ପୃଥିବୀ ଓ ଚନ୍ଦ୍ରମା ମଧ୍ୟରେ ସ୍ଥିତ ୩.୮୪ ଲକ୍ଷ କିଲୋମିଟର ଦୂରରୁ ୧୬ ଗୁଣା ବଡ ହେବ । ବୀର ବହାଦୁର ସିଂହ ନକ୍ଷତ୍ରଶାଲାର ଖଗୋଲବିଦ ଅମର ପାଲ ସିଂହ କହିଲେ କି ଏହି ଖଗୋଲିୟ ଘଟଣାକୁ ଖାଲି ଆଖିରେ ଦେଖି ହେବ ନାହିଁ । ଆପଣ ଏହାକୁ ଟେଲୀସ୍କୋପ ସାହାର୍ଯ୍ୟରେ ହିଁ ଦେଖି ପାରିବେ ।

ଆମେରିକାର ଅନ୍ତରିକ୍ଷ ଶୋଧ ଅନୁସନ୍ଧାନ ଏଜେନ୍ସି ନାସାକୁ ଏହି ଖଗୋଲିୟ ପିଣ୍ଡ ବିଷୟରେ ବର୍ଷ ୧୯୯୮ରେ ହିଁ ଜଣା ପଡି ଯାଇଥିଲା ଓ ନାସାର ବୈଜ୍ଞାନିକମାନେ ଏହାର ନାମ ୫୨୭୬୮ ଓ ୧୯୯୮ ଓଆର – ୨ ଦେଇଛନ୍ତି । ଏହା ପରେ ୧୯୯୮ରୁ ନାସାର ବୈଜ୍ଞାନିକମାନେ ଏହାର ଲଗାତାର ଅଧ୍ୟୟନ କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ବ୍ରହ୍ମାଂଡୀୟ ଦୂରତା ଖଗୋଲିୟ ଇକାଈରେ ମପା ଯାଏ । ଏକ ଖଗୋଲିୟ ଇକାଈ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଦୂରତା ମାନେ ୧୫୦ ମିଲିୟନ କିଲୋମିଟର ସମାନ ହୋଇଥାଏ ।

୨୯ ଏପ୍ରିଲକୁ ହେଉଥିବା ଏହି ଖଗୋଲିୟ ଘଟଣାର ଦୂରତା ପୃଥିବୀ ଠାରୁ ୩.୯ ମିଲିୟନ ମାଇଲ୍ସ ଅଟେ । ଯାହା ଖଗୋଲିୟ ଇକାଈ ଅନୁସାରେ ବହୁତ କମ ଅଟେ । କହିବାକୁ ଗଲେ ୪.୫ ଅରବ ବର୍ଷ ପୂର୍ବେ ଯେତେବେଳେ ସୌରମଣ୍ଡଳର ନିର୍ମାଣ ହୋଇଥିଲା ତେବେ କେତେକେ ଏମିତି ଖଗୋଲିୟ ପିଣ୍ଡ ଥିଲେ ଯାହା ଗ୍ରହର ଆକାର ନେଇ ପାରିଲେ ନାହିଁ । ଅରବ ଖରବ ସଂଖ୍ୟାରେ ଏହି ଖଗୋଲିୟ ପିଣ୍ଡ ମଙ୍ଗଲ ଓ ବୃହସ୍ପତି ଗ୍ରହ ମଧ୍ୟରେ ସ୍ଥିତ ଖଗୋଲିୟ ବେଲ୍ଟରେ ଦେଖାଯାଏ ।

ନିଜର ଅନିୟମିତ ଆକାର, ଗ୍ରହ ଠାରୁ ଛୋଟ ଓ ଉଲ୍କା ପିଣ୍ଡ ଠାରୁ ବଡ ହେବା କାରଣରୁ ଏହାକୁ ଆମେ ଛୋଟ ଗ୍ରହ ବାଲା ଖଗୋଲିୟ ପିଣ୍ଡ ବି କହିଥାଉ । ଏମାନେ ବି ସୌରମଣ୍ଡଳର ଦ୍ଵିତୀୟ ଗ୍ରହମାନଙ୍କ ଭଳି ସୂର୍ଯ୍ୟଙ୍କ ଚକ୍କର ଲଗାଇଥାନ୍ତି । ଏମାନେ ପ୍ରାୟତଃ ୩ ପ୍ରକାରର ହୋଇଥାନ୍ତି । C ଟାଇପ, S ଟାଇପ ଓ M ଟାଇପ । ୨୯ ଏପ୍ରିଲ ବାଲା ଏହି ଖଗୋଲିୟ ପିଣ୍ଡ S ଟାଇପର ଅଟେ । ଏମାନଙ୍କ ପୃଥିବୀ ସହ ଧକା ହେବାର ସମ୍ଭାବନା ୨୦ ମିଲିୟନ ବର୍ଷକୁ ଥରେ ହୋଇଥାଏ ।

ଖଗୋଲିୟ କୁହନ୍ତି କି ଏହି ଖଗୋଲିୟ ପିଣ୍ଡ ଠାରୁ ଭୟଭୀତ ହେବା ଦରକାର ନାହିଁ । କିନ୍ତୁ ଆଜି ଠାରୁ ଠିକ ୫୯ ବର୍ଷ ପରେ ମାନେ ବର୍ଷ ୨୦୭୯ରେ ଏହି ଲଘୁ ଗ୍ରହ ପୃଥିବୀ ନିକଟକୁ ଆସିବାର ସମ୍ଭାବନା ଅଛି । କହିବାକୁ ଗଲେ ବୈଜ୍ଞାନିକମାନେ ଏହିଭଳି ଗଣନା କରିଛନ୍ତି । ଏହା ଅନୁସାରେ ଏହା ୧୬ ଏପ୍ରିଲ ୨୦୭୯କୁ ଆମର ପୃଥିବୀ ପାଖ ଦେଇ ପୁଣିଥରେ ଯିବ ଓ ଏହାର ଦୂରତା ମାତ୍ର ଏକ ମିଲିୟନ ମାଇଲ୍ସ ରହିବ ।

ଏହି ଖଗୋଲିୟ ପିଣ୍ଡ ୩ ବର୍ଷ ୮ ମାସ ମାନେ ୧୩୪୪ ଦିନ କୁ ଥରେ ସୂର୍ଯ୍ୟର ପରିକ୍ରମା କରିଥାଏ । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଖଗୋଲିୟ ପିଣ୍ଡ ବହୁତ ହିଁ ଭୟଙ୍କର ହୋଇଥାଏ । ଯଦି ଏହା ବାସ୍ତବରେ ପୃଥିବୀ ସହ ଧକା ହୋଇ ଯାଉଛି ତେବେ ବହୁତ ବଡ ମାତ୍ରାରେ ବିନାଶ ହୋଇପାରେ । ଦୁନିଆର ସମସ୍ତ ଅପଡେଟକୁ ସବୁ ସମୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।