କୋବିଡର ଆତଙ୍କ ଭିତରେ ଭାରତ ପାଇଁ ଭଲ ଖବର, ଏହି ୩ଟି ରାଜ୍ୟ ହେଲେ କରୋନା ଫ୍ରୀ

କରୋନା ଭାଇରସର ଆତଙ୍କ ଦିନକୁ ଦିନ ଭାରତରେ ବଢିବାରେ ଲାଗିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଦେଶରେ କରୋନା ଭାଇରସ ଦ୍ଵାରା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ୨୩,୫୦୨ ହୋଇ ଯାଇଛି । ଅନ୍ୟ ପଟେ କୋଭିଡରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୭୨୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଓ କରୋନାର ୨୩,୫୦୨ ମାମଲାରେ ୧୭,୭୬୮ କେସ ଆକ୍ଟିବ ଅଛି ଓ ୫,୦୧୨ ଲୋକମାନେ ସମ୍ପୂର୍ଣ ସୁସ୍ଥ ହୋଇ ଯାଇଛନ୍ତି ।

ଅନ୍ୟ ପଟେ କରୋନା ଭାଇରସ ଦ୍ଵାରା ଦେଶରେ ବଢୁଥିବା ମାମଲା ମଧ୍ୟରେ ଗୋଟିଏ ଭଲ ଖବର ଶୁଣିବାକୁ ମିଳୁଛି । କହିବାକୁ ଗଲେ ଭାରତରେ ୨୮ଟି ରାଜ୍ୟ ଓ ୭ ଟି କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ୩ ଟି ରାଜ୍ୟ ଏମିତି ଅଛନ୍ତି ଯେଉଁ ରାଜ୍ୟମାନେ କରୋନା ଭାଇରସ ଠାରୁ ମୁକ୍ତ ହୋଇ ଯାଇଛନ୍ତି । ସେହି ରାଜ୍ୟ ଗୁଡିକ ହେଉଛି ଅରୁଣାଚଳ ପ୍ରଦେଶ, ମଣିପୁର ଓ ଗୋଆ ।

Image courtesy: Google

ଅରୁଣାଚଳ ପ୍ରଦେଶ, ମଣିପୁର ଓ ଗୋଆ ରାଜ୍ୟରେ କରୋନାର ମାମଲା ଆସିଛି, କିନ୍ତୁ ବର୍ତ୍ତମାନ ଗୋଟିଏ ହେଲେ ବି ପଜିଟିଭ କେସ ଏହି ରାଜ୍ୟରେ ଆସି ନାହିଁ । ଏହା ସହିତ ଏହି ରାଜ୍ୟର କରୋନାର ରୋଗୀମାନେ ଠିକ ହୋଇ ଘରକୁ ବି ଚାଲି ଯାଇଛନ୍ତି । ଏହା ଛଡା ଭାରତରେ ଏମିତି ୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଅଛି, ଯେଉଁ ସ୍ଥାନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ହେଲେ ବି କରୋନା କେସ ସାମ୍ନାକୁ ଆସି ନାହିଁ । ଯେମିତି କି ନାଗାଲାଣ୍ଡ, ସିକ୍କିମ, ଦମନ ଦିଉ, ଦାଦର ନଗର ହବେଲି ଓ ଲକ୍ଷଦ୍ଵିପ ।

ମହାରାଷ୍ଟ୍ରରେ ବ୍ୟାପୁଛି କରୋନା ଭାଇରସ

ମହାରାଷ୍ଟ୍ର ଦେଶର ସବୁଠୁ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୬,୪୩୦ ଉପରେ ପହଞ୍ଚି ଯାଇଛି । ଏହା ସହିତ ଏହି ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୮୩ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି । ଏହା ସହିତ ସୁସ୍ଥ ହୋଇଥିବା ଲୋକମାନଙ୍କ ସଂଖ୍ୟା ୮୪୦ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ଓ ରାଜ୍ୟରେ ବର୍ତ୍ତମାନ ୫୩୦୭ ସକ୍ରିୟ ମାମଲା ଅଛି ।

ଗୁଜୁରାଟରେ ବ୍ୟାପୁଛି କରୋନା ଭାଇରସ

Image courtesy: Google

ଗୁଜୁରାଟରେ ସବୁଠୁ ଜଲ୍ଦି ଏହି ଭାଇରସ ବ୍ୟାପୁଛି । ଏହାର ଅନ୍ଦାଜ ଆପଣ ଏହି କଥାରୁ ଲଗାଇ ପାରିବେ କି, କେବଳ ୫ ଦିନରେ ହିଁ ଏହି ରାଜ୍ୟ ଦେଶର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ଲିସ୍ଟରେ ଷଷ୍ଠ ସ୍ଥାନରୁ ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇଛି । ୧୭ ଏପ୍ରିଲରେ ଗୁଜୁରାଟ ଦେଶର ଷଷ୍ଠ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ଥିଲା । କିନ୍ତୁ ୨୨ ଏପ୍ରିଲକୁ ଗୁଜୁରାଟ ଦେଶର ସବୁଠୁ ପ୍ରଭାବିତ ରାଜ୍ୟରେ ସାମିଲ ହୋଇଗଲା ।

Image courtesy: Google

ଗୁଜୁରାଟରେ ରୋଗୀମାନଙ୍କ ଠିକ ହେବାର ପ୍ରତିଶତ ମାତ୍ର ୬.୩ % ଅଟେ । ମାନେ ଏହି ରାଜ୍ୟରେ ୨୫୮ ଜଣ ଲୋକ ଠିକ ହୋଇସାରିଛନ୍ତି । ଯେତେବେଳେ କି ଭାରତରେ ୨୩,୫୦୨ ପଜିଟିଭ କେସ ମଧ୍ୟରୁ ୫,୦୧୨ ଲୋକମାନେ ଭଲ ହୋଇ ଯାଇଛନ୍ତି । ମାନେ ଭାରତରେ ରିକଭରୀ ରେଟ ୧୯ ପ୍ରତିଶତ ଅଟେ । ଦେଶ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।