କର୍କଟ ପୀଡିତଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଏହି ଓଡିଆ ପୁଅ, ଆଉ ଏଥିପାଇଁ ସେ ଯାହା କରୁଛନ୍ତି ଜାଣିଲେ ଆପଣ ବି କହିବେ ବାଃ ବାଃ, ଦେଖନ୍ତୁ ପୁରା Report

ସମାଜସେବା କରିବା ପାଇଁ ପୁଳାଏ ଟଙ୍କାର ଆବଶ୍ୟକତା ହୋଇ ନଥାଏ କି ସ୍ଥାନର । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡିଆ ପୁଅ ପ୍ରମୋଦ । ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ରେଳଯାତ୍ରା କରିଥାଉ । କିନ୍ତୁ ପ୍ରମୋଦ ରେଳଯାତ୍ରାର ସମୟକୁ ମଧ୍ୟ ସମାଜସେବାରେ ଲଗାଇ ଦିଅନ୍ତି । ହାତରେ ଏକ କୁମ୍ପି ଧରି ବଗିରୁ ବଗି ବୁଲି ଆର୍ଥିକ ସାହାଯ୍ୟ ମାଗନ୍ତି ପ୍ରମୋଦ । କର୍କଟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ କର୍କଟ ପୀଡିତଙ୍କ ପାଇଁ ଏଭଳି ଆର୍ଥିକ ସହାୟତା ମାଗନ୍ତି ପ୍ରମୋଦ ।

ସେ ହେଉଛନ୍ତି ସଙ୍ଗୀତ ସହ ବଞ୍ଚୁଥିବା ଜଣେ ମଣିଷ । ବଂଶୀ ସୁରରେ ସଙ୍ଗୀତ ପ୍ରେମୀଙ୍କୁ ଆକୃଷ୍ଟ କରିବାର କଳା ତାଙ୍କୁ ଭଲଭାବେ ଜଣା । ଏଥିପାଇଁ ଅନେକ ମଞ୍ଚ ସହ ଟିଭି ପରଦାରେ ମଧ୍ୟ ସେ ପ୍ରଶଂସା ସାଉଁଟିଛନ୍ତି । ସଙ୍ଗୀତ ସାଧନାରେ ସମୟ ବିତାଉଥିଲେ ବି ସମାଜସେବାକୁ ନିଜ ବ୍ରତ ଭାବି ନେଇଛନ୍ତି ପ୍ରମୋଦ ।

ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଭାରତୀୟ ସଂସ୍କୃତି ଉପରେ ରାଜସ୍ଥାନ ବିଶ୍ଵ ବିଦ୍ୟାଳୟରେ ଡକ୍ଟରେଟ କରୁଛନ୍ତି । ପାଠପଢା ସାଙ୍ଗକୁ ସମାଜସେବାରେ ବି ସେ ନିଜକୁ ହଜାଇ ଦେଇଛନ୍ତି । ସମାଜସେବା ପାଇଁ କୁମ୍ପି ଧରି ସେ ବିଶ୍ଵ ବିଦ୍ୟାଳୟ ଯାଉଛନ୍ତି ଏବଂ କର୍କଟ ପୀଡିତଙ୍କ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଡ କରୁଛନ୍ତି । ସେ ଯେଉଁଠାକୁ ମଧ୍ୟ ଯାତ୍ରା କଲେ ସାଥିରେ ନେଇ ଯାଉଛନ୍ତି କୁମ୍ପି ।

ତେବେ କୁମ୍ପିକୁ ସାଥିରେ ନେଇ ଯିବାବେଳେ ଅନେକ ଟାହି-ଟାପରାର ମଧ୍ୟ ସମୁଖୀନ ହେଉଛନ୍ତି ପ୍ରମୋଦ । କିନ୍ତୁ କେବେ ମଧ୍ୟ ହାର ନମାନି ସମାଜସେବା କରି ଚାଲିଛନ୍ତି । ସେ ରାଜସ୍ଥାନରେ ପଢିବା ସମୟରେ ବିଶ୍ଵ ବିଦ୍ୟାଳୟରେ କୁମ୍ପି ଧରି ସାହାଯ୍ୟ ମାଗୁଥିଲେ । ସେଠାରେ ବହୁଭାଷୀ ପିଲା ପଢନ୍ତି । ସେମାନଙ୍କୁ ସେ ନିଜର ଉଦ୍ଦେଶ୍ୟ ବିଷୟରେ ବୁଝାଇବା ପରେ ଅନେକ ପିଲା ଆଗ୍ରହୀ ହୋଇ କୁମ୍ପିରେ କିଛି ନା କିଛି ସାହାଯ୍ୟ ରାଶି ପକାଉଥିଲେ ।

ଏହା ଦେଖିବା ପରେ ପ୍ରମୋଦ ଭାବିଥିଲେ କି ସେ ଭୁବନେଶ୍ଵର ଆସିବା ବାଟରେ ଯଦି ଟ୍ରେନରେ ଏହି କୁମ୍ପି ଧରି ଆସିବେ ତେବେ ନିଶ୍ଚୟ ଭାବେ କର୍କଟ ପୀଡିତଙ୍କ ପାଇଁ କିଛି ଅଧିକ ପରିମାଣରେ ଅର୍ଥ ଯୋଗାଡ କରିପାରିବେ । ତେଣୁ ସେ ଟ୍ରେନରେ ମଧ୍ୟ ସାହାଯ୍ୟ ମାଗିବାରୁ ପଛାଇ ନଥିଲେ । ଆମେ ପ୍ରତ୍ଯେକ ଦିନ ଅନେକ ବଦଖର୍ଚ୍ଚ କରିଥାଉ ।

ସେହି ଟଙ୍କାକୁ ଯଦି କିଛି ଏଭଳି ସଂଗ୍ରହ କରି ରଖିବା ତେବେ ତାହା ସମାଜର କଲ୍ୟାଣ ନିମନ୍ତେ ବ୍ୟବହୃତ ହୋଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।