ସମାଜକୁ ଖାତିର ନକରି ନିର୍ବନ୍ଧ କଲେ ଦୁଇ ମହିଳା ଡାକ୍ତର ଆଉ ଏମିତି ହେବ ବାହାଘର, ଏହାକୁ ନେଇ କଣ କୁହନ୍ତି ସେମାନେ ? ଦେଖନ୍ତୁ ଏହି video

ପ୍ରେମ ଆଗରେ ଦୁନିଆର ସବୁ ପ୍ରତିବନ୍ଧକ ହାର ମାନିଛି । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଶେଷରେ ପ୍ରେମୀଯୁଗଳଙ୍କ ଜିତାପଟ ହୋଇଛି । ଏମିତି ଏକ ଅପ୍ରତ୍ଯାଶିତ ପ୍ରେମ କାହାଣୀକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଏହା ଏମିତି ଏକ ପ୍ରେମ ଯାହାକୁ ସମାଜ ସହଜରେ ଗ୍ରହଣ କରିପାରେ ନାହିଁ । ସମାଜର ଭୁକ୍ଷେପକୁ ଖାତିର ନକରି ସାତଜନ୍ମ ପାଇଁ ସାଥି ହେବାକୁ ନିଷ୍ପତ୍ତି ନେଇଛନ୍ତି ଦୁଇ ଝିଅ । ମହାରାଷ୍ଟ୍ର ନାଗପୁରର ପେଷାରେ ଡାକ୍ତର ଥିବା ଏହି ଦୁଇ ମହିଳାଙ୍କୁ ନେଇ ଏବେ ଚାରିଆଡେ ଆଲୋଚନା ହେଉଛି ।

ଏହି ଦୁଇ ମହିଳା ଡାକ୍ତର ନିକଟରେ ନିର୍ବନ୍ଧ କରିଛନ୍ତି, ଆଉ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ଏହି ଦୁଇ ମହିଳା ଡାକ୍ତର ହେଉଛନ୍ତି ଡାକ୍ତର ପାରୋମିତା ମୁଖାର୍ଜୀ ଏବଂ ଡାକ୍ତର ସୁରଭି ମିତ୍ରା । ପୁଅଙ୍କ ଭଳି ଦେଖା ଯାଉଥିବା ଡାକ୍ତର ପାରୋମିତା କହିଛନ୍ତି କି ୨୦୧୩ ମସିହାରେ ତାଙ୍କ ବାପାମା ତାଙ୍କର ଜେଣ୍ଡର ଓରିଏଣ୍ଟେଶନ ସମ୍ପର୍କରେ ଜାଣିଥିଲେ ।

କିନ୍ତୁ ସେ ଜଣେ ଝିଅ ବନ୍ଧୁଙ୍କ ସହ ବିବାହ କରିବାକୁ ନେଇ ଜାଣିବା ପରେ ସେମାନେ ମାନସିକ ଭାବେ ଆଘାତ ପାଇଥିଲେ । କିନ୍ତୁ ଅନେକ ବୁଝାସୁଝା କରିବା ପରେ ସେମାନେ ଏହି ବିବାହ ପାଇଁ ସହମତି ଜଣାଇଛନ୍ତି । ଅନ୍ୟପଟେ ଡାକ୍ତର ସୁରଭି ମିତ୍ରାଙ୍କ ପରିବାର ଏହି ବିବାହ ପାଇଁ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଡାକ୍ତର ସୁରଭି ଜଣେ ମନସ୍ତତ୍ତ୍ଵବିତ ।

ତେଣୁ ନିଜ ମନକୁ ଦ୍ଵନ୍ଦରେ ନ ପକାଇ ଏପରି ଏକ ବଡ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଉଚିତ ମନେ କରିଥିବା ସେ କୁହନ୍ତି । ଆରମ୍ଭରେ ସେମାନଙ୍କ ବିବାହକୁ ଉଭୟଙ୍କ ପରିବାର ଲୋକେ ସାମାନ୍ଯ ଚିନ୍ତିତ ଥିଲେ । କାରଣ ଡର ଥିଲା କି କିଛି ଲୋକେ ଏହାକୁ ବିରୋଧ କରିପାରନ୍ତି । କିନ୍ତୁ ସେମାନଙ୍କ ପରିବାର ଓ ସମାଜର ସମର୍ଥନ କ୍ରମେ ସେମାନେ ନିର୍ବନ୍ଧ କରିବାକୁ ଆଗେଇ ଆସିଥିଲେ ।

ତେବେ ଉଭୟଙ୍କୁ ସମୁଦ୍ରକୁଳ ଖୁବ ପସନ୍ଦ ଥିବାରୁ ଗୋଆରେ ବିଚ୍ ୱେଡିଙ୍ଗ କରିବା ପାଇଁ ଦୁହେଁ ଭାବୁଛନ୍ତି । ଗତ ମାସରେ ତେଲେଙ୍ଗାନାର ଦୁଇ ପୁରୁଷ ବନ୍ଧୁ ଧୁମଧାମରେ ବିବାହ କରିଥିଲେ । ଯାହା ତେଲେଙ୍ଗାନାର ପ୍ରଥମ ସମଲିଙ୍ଗୀ ବିବାହ ଥିଲା । ଦୁହିଁଙ୍କ ପରିବାର ଲୋକେ ଏହି ବିବାହରେ ସାମିଲ ହୋଇଥିଲେ ।

ସେମାନଙ୍କ ପରେ ଡାକ୍ତର ପାରୋମିତା ଏବଂ ସୁରଭିଙ୍କ ସମଲିଙ୍ଗୀ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସମର୍ଥନ ମିଳିବା ପରଠାରୁ ଏବେ ଧୀରେ ଧୀରେ ଏହିପରି ପ୍ରେମୀମାନେ ସେମାନଙ୍କ ସମ୍ପର୍କକୁ ସାମାଜିକ ସ୍ବୀକୃତି ଦେବାକୁ ଆଗେଇ ଆସୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।