“ପ୍ରଶାସନିକ ଅଧିକାରୀ Tapaswini ଙ୍କୁ ଜବରଦସ୍ତ ଆଣି…”- ବୋହୂ ଘରେ ପ୍ରବେଶ କରିବା ବେଳେ ବୟାନ ବଦଳାଇଲେ ଶ୍ଵଶୁର Pramod Kumar Sahu, କହିଲେ ଏମିତି…ଦେଖନ୍ତୁ video

ବ୍ରହ୍ମପୁରର ତପସ୍ଵିନୀ ଏବଂ ସୁମିତଙ୍କ ପାରିବାରିକ ବିବାଦରେ ପ୍ରତିଦିନ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି । କୋର୍ଟଙ୍କ ଆଦେଶ କ୍ରମେ ବୋହୂ ତପସ୍ଵିନୀକୁ ଘରେ ଜାଗା ଦେବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ଶ୍ଵଶୁର ପ୍ରମୋଦ କୁମାର ସାହୁ । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ସେ ଦେଇଛନ୍ତି ଓଲଟା ବୟାନ । ସେ କହିଛନ୍ତି କି ତପସ୍ଵିନୀଙ୍କ ଘରେ ରହିବା ନେଇ କୋର୍ଟଙ୍କ ଆଦେଶରେ ସେ କନଫ୍ୟୁଜ ଥିଲେ ।

କାଳେ କୋର୍ଟଙ୍କ ଆଦେଶରେ ବିରୁଦ୍ଧାଚରଣ ହେବ ସେଥିପାଇଁ ସେ ମନା କରିଥିଲେ, ତଥାପି ପ୍ରଶାସନିକ ଅଧିକାରୀ ତପସ୍ଵିନୀଙ୍କୁ ଜବରଦସ୍ତ ନେଇ ଘରେ ରଖିଲେ । କୋର୍ଟଙ୍କ ଆଦେଶକୁ ନେଇ ସେ ଏବଂ ତାଙ୍କ ଓକିଲ ଯାହା ବୁଝାଇଲେ ତାହାକୁ ପ୍ରୋଟେକ୍ସନ ଅଫିସର ଗ୍ରହଣ କରିଲେ ନାହିଁ । କାରଣ କୋର୍ଟ ତପସ୍ଵିନୀଙ୍କୁ ସେହି ଘରେ ରହିବା ପାଇଁ ନିର୍ଦ୍ଧିଷ୍ଟ କୌଣସି ଆଦେଶ ଦେଇଥିଲେ ।

ଯାହାକୁ ନେଇ ସେ ପ୍ରଥମରୁ କନଫ୍ୟୁଜ ଥିଲେ ଓ ଇତିମଧ୍ୟରେ ପ୍ରଶାସନିକ ଅଧିକାରୀ ତପସ୍ଵିନୀଙ୍କୁ ନେଇ ସେହି ଘରେ ରଖିଲେ । କୋର୍ଟଙ୍କ ଆଦେଶକୁ ନେଇ ସେ ପ୍ରଥମରୁ ସମସ୍ତ ସହଯୋଗ କରୁଥିଲେ ମଧ୍ୟ ପରେ ଏହାକୁ ନେଇ ଦ୍ଵନ୍ଦ ଉଠିଥିଲା । କିନ୍ତୁ ପରେ ଯେତେବେଳେ ସେ ବୁଝି ପାରିଥିଲେ କି ତପସ୍ଵିନୀ ଏହି ଘରେ ରହିବେ ବୋଲି କୋର୍ଟ ନିର୍ଦ୍ଧିଷ୍ଟ ଭାବେ କିଛି ଉଲ୍ଲେଖ କରି ନାହାନ୍ତି, ଏହାକୁ ସେ ବିରୋଧ କରିଥିଲେ ।

କୋର୍ଟଙ୍କ ଆଦେଶକୁ ନେଇ ପ୍ରଶାସନିକ ଅଧିକାରୀ ଏବଂ ତାଙ୍କ ଓକିଲ ବୁଝାଇବାକୁ ଚେଷ୍ଟା କରିଥିଲେ ପ୍ରମୋଦ ଏବଂ ତାଙ୍କ ଓକିଲ । କିନ୍ତୁ ସେମାନେ କିଛି ମଧ୍ୟ ଶୁଣି ନଥିଲେ । ପ୍ରଶାସନିକ ଅଧିକାରୀ କୋର୍ଟଙ୍କ ଆଦେଶକୁ ପୁଙ୍ଖାନୁପୁଙ୍ଖ ଭାବେ ଚିନ୍ତା କରିଲେ ନାହିଁ ବୋଲି ସେ କହିଛନ୍ତି । ତେବେ ଏନେଇ ସେ ଆଗକୁ କେଉଁ ପଦକ୍ଷେପ ନେବେ ତାହା ଚିନ୍ତା କରି ନଥିବା କହିଛନ୍ତି ।

ଦୀର୍ଘ ଦେଢ ମାସ ଧରି ତପସ୍ଵିନୀ ସୁମିତଙ୍କ ଘର ଆଗରେ ଧାରଣା ଦେଉଥିଲେ ଏବଂ ଏହାସହ ଆଇନଗତ ଲଢେଇ ମଧ୍ୟ ଜାରି ରଖିଥିଲେ । ତେବେ ବହୁ ବାଦବିବାଦ ପରେ କୋର୍ଟ ତପସ୍ଵିନୀଙ୍କୁ ସୁମିତଙ୍କ ଘରେ ରଖିବା ପାଇଁ ଅନୁମତି ଦେଇଥିଲେ । ଆଉ ସେହି ଅନୁସାରେ ଘରେ ମଧ୍ୟ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଥିଲେ ତପସ୍ଵିନୀ । ତାଙ୍କ ଶ୍ଵଶୁର ମଧ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ।

କିନ୍ତୁ ପରେ ମନରେ କିଛି ଦ୍ଵନ୍ଦ ଥିବା କଥା କହି ତପସ୍ଵିନୀଙ୍କୁ ଜବରଦସ୍ତ ଘରେ ପ୍ରବେଶ କରାଯାଇଛି ବୋଲି ଅଭିଯୋଗ କରୁଛନ୍ତି ଶ୍ଵଶୁର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।