କନ୍ୟାକୁ ଘୋଡୀ ଉପରେ ବସାଇ ନାଚୁଥିଲେ ଘରଲୋକମାନେ, ଅଚାନକ ହେଲା ଗୋଟିଏ ଦୁର୍ଘଟଣା ଓ ରାସ୍ତା ଉପରେ ଏଠି ସେଠି ପଡିଲା ୧୩ଟି ମୃତ ଶରୀରର ଓ ମଣ୍ଡପ ଜାଗାରେ ହସ୍ପିଟାଲରେ ପହଞ୍ଚିଲା କନ୍ୟା ଆଉ ତା ପରେ

ଏହି କଥା ତ ଆପଣ ସମସ୍ତେ ଜାଣିଛନ୍ତି କି ଗୋଟିଏ ପରିବାର ପାଇଁ ସବୁଠୁ ବଡ ଖୁସିର ସମୟ ସେତେବେଳେ ଆସେ ଯେତେବେଳ ତାଙ୍କ ଘରେ କାହାର ବାହାଘର ହୋଇଥାଏ । କିନ୍ତୁ ବାହାଘରରେ ଯଦି କୌଣସି ଅପ୍ରିୟ ଘଟଣା ଘଟି ଯାଏ ତେବେ ପରିବାର ଲୋକ ମାନଙ୍କୁ ଦୁଖର ସାମନା କରିବାକୁ ପଡିଥାଏ । ଏହି ସମୟରେ ଏକ ଏମିତି ହିଁ ଖବର ସାମନାକୁ ଆସିଛି ।

ଯାହା ଅନୁସାରେ କନ୍ୟାକୁ ଘୋଡିରେ ବସାଇ ଘରଲୋକମାନେ ନାଚିବାରେ ମସ୍ତ ଥିଲେ, ସେତେବେଳେ ହିଁ ଏକ ଏମିତି ଘଟଣା ହେଲା କି ୧୩ ଜଣଙ୍କର ସେହି ସ୍ଥାନରେ ହିଁ ମୁର୍ତ୍ୟୁ ହୋଇଗଲା ।

ଆପଣଙ୍କୁ କହି ଦେଉଛୁ ଯେ ଯେଉଁ ଘଟଣା ବିଷୟରେ ଆମ କଥାବାର୍ତ୍ତା କରୁଛୁ ତାହା ଚିତ୍ତୌଡଗଢ – ପ୍ରତାପଗଢ ନେଶନଲ ହାଈୱେ ୧୧୩ର ଅଟେ, ଯେଉଁଠି ଏକ ବାହାଘର କାର୍ଯ୍ୟକ୍ରମରେ ନାଚୁଥିବା ଲୋକମାନଙ୍କୁ ଟ୍ରକ ଚଢାଇ ଦେଇଥିଲା । ଏହି ଦୁର୍ଘଟଣାରେ ୧୩ ଜଣ ଲୋକଙ୍କର ମୁର୍ତ୍ୟୁ ହୋଇଗଲା । ଅନ୍ୟ ପଟେ କନ୍ୟା ସମେତ ୧୯ ଜଣ ଲୋକମାନେ ଗମ୍ଭୀର ରୂପରେ ଆଘାତ ହୋଇଛନ୍ତି । ଏମାନଙ୍କୁ ଉଦୟପୁର ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା ।

ଜାଣିବା ନିମନ୍ତେ କହି ଦେଉଛୁ ଯେ ଏସପୀ ଅନିଲ କୁମାର ବେନିବାଲଙ୍କ ଅନୁସାରେ ଏହି ଘଟଣା ଥାନା କ୍ଷେତ୍ରର ଛୋଟୀସାଦୀ ଠାରୁ ସାତ କିଲୋମୀଟର ଦୂରରେ ରାମଦେବଜୀ ପାଖରେ ହୋଇଛି । ଗାଡୋଲିୟା ଲୋହାର ସମାଜର ଲୋକମାନେ ଝିଅକୁ ଘୋଡୀ ଉପରେ ବସାଇ ବିଂଦୋଲୀ ବାହାରୁଥିଲେ । ସେତେବେଳେ ହିଁ ତାଙ୍କୁ ଗୋଟିଏ ଟ୍ରକ ଚଢାଇ ଦେଲା । ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇ ଯାଇଛି ।

ଆପଣଙ୍କର ଜାଣିବା ନିମନ୍ତେ କହି ଦେଉଛୁ ଯେ ଚିତ୍ତୌଡଗଡ ଜିଲ୍ଲାର ଆକୋଲାର ସଟେ ଈଟାଲୀରୁ ବରଯାତ୍ରୀ ଆସୁଥିଲେ । ଯେଉଁଠି ୧୧ ଟା ସମୟରେ ପହଞ୍ଚିବାର ଥିଲା । ଘଟଣା ପରେ ତାହାକୁ ସେହି ରାସ୍ତାରୁ ହିଁ ଫେରାଇ ଦିଆଗଲା । ଏମବୀ ହସ୍ପିଟାଲରେ ନିଜର ପିତାର ଚିକିସ୍ଛା କରୁଥିବା ହରିରାମ କହିଛନ୍ତି କି ବିଂଦୋଲୀରେ ୧୦୦ରୁ ୧୫୦ ଲୋକମାନେ ଥିଲେ ।

ଗାଡି ଗୁଡିକ ସହଜରେ ଯେମିତି ଯାଇ ପାରିବେ ସେଥିପାଇଁ ଆମେ ରାସ୍ତାର ଗୋଟିଏ ପଟେ ହିଁ ଯାଉଥିଲୁ । ସେହି ସମୟରେ ପଛରୁ ଗୋଟିଏ ଟ୍ରକ ଆସି ଲୋକମାନନାକ ଉପରେ ଗାଡି ଚଢାଇ ଦେଇ ଚାଲିଗଲା । ହରିରାମଙ୍କର ପିତା ଗମ୍ଭୀର ରୂପରେ ଆଘାତ ଅଛନ୍ତି । ବର୍ତ୍ତମାନ ସେ ଭେଣ୍ଟିଲେଟର ଅଛନ୍ତି ।