କାଙ୍ଗାଳ ହୋଇଯାଇଛନ୍ତି ସଞ୍ଜୟ ଦତ୍ତଙ୍କ ପ୍ରଥମ ପତ୍ନୀ, ଝିଅର ଚିକିତ୍ସା ପାଇଁ ନାହିଁ ଟଙ୍କା

ବଲିଉଡ୍ ଖଳନାୟକ ସଞ୍ଜୟ ଦତ୍ତ ୧୯୮୭ ମସିହାରେ ପ୍ରଥମେ ରୀଚା ଶର୍ମାଙ୍କ ସହ ବିବାହ କରିଥିଲେ । ହେଲେ ବିବାହର କିଛି ବର୍ଷ ପରେ ରୀଚାଙ୍କୁ କ୍ୟାନ୍ସର ହୋଇଗଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସଞ୍ଜୟ ଦତ୍ତ ୧୯୯୭ ମସିହାରେ ରେହାଙ୍କ ସହ ବିବାହ କରିଥିଲେ । ହେଲେ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ଚାଲି ନଥିଲା । ଯାହାଫଳରେ ସଞ୍ଜୟ ୨୦୦୨ରେ ରେହାଙ୍କ ଠାରୁ ଡିଭୋର୍ସ ନେଇଥିଲେ । ଏହାପରେ ରେହା ଲିଏଣ୍ଡରଙ୍କ ସହ ରହିଥିଲେ .

ମାସକୁ ଏତିକି ଟଙ୍କା ଦିଅନ୍ତି ଲିଏଣ୍ଡର

ଲିଏଣ୍ଡର କେବଳ ତାଙ୍କ ଝିଅର ମେଡିକାଲ ଖର୍ଚ୍ଚ ପାଇଁ ରେହାଙ୍କୁ ଦେଢ ଲକ୍ଷ ଟଙ୍କା ଦିଅନ୍ତି । ହେଲେ ବର୍ତ୍ତମାନ ରେହା ଲିଏଣ୍ଡର ନିଜ ଝିଅର ମେଡିକାଲ ଖର୍ଚ ପାଇଁ ୧.୮୭ ଲକ୍ଷ ଓ ନିଜ ପାଇଁ ୭୫ ହଜାର ଟଙ୍କା ମାଗିଛନ୍ତି । ଅର୍ଥାତ ୨.୬୨ ଲକ୍ଷ ଟଙ୍କାର ଡିମାଣ୍ଡ କରା ଯାଇଛି । ଯେତେବେଳେ ତାଙ୍କ ପାଖରେ ଟଙ୍କା ଥିଲା ସେ ତାଙ୍କ ଝିଅର ଚିକିତ୍ସା ପାଇଁ ଖର୍ଚ୍ଚ କରୁଥିଲେ, ହେଲେ ବର୍ତ୍ତମାନ ସେ କଙ୍ଗାଳ ହୋଇସାରିଛନ୍ତି ।

କଙ୍ଗାଳ ହୋଇସାରିଛନ୍ତି ରେହା

 

ବାନ୍ଦ୍ରାର ଅଦାଲତରେ ଶୁଣାଣୀ ସମୟରେ ରେହା ନ୍ୟାୟାଧୀଶଙ୍କୁ କହିଛନ୍ତି କି, ବହୁତ ସମୟ ହେବ ସେ ତାଙ୍କ ସାଙ୍ଗ ଠାରୁ ଟଙ୍କା ଉଧାରରେ ଆଣୁଛନ୍ତି । ସେ କହିଛନ୍ତି କି, ‘ମୁଁ ଏକ ମାସ ପୂର୍ବରୁ ନିଜ ସାଙ୍ଗ ପାଖରୁ ୫୦ ହଜାର ଟଙ୍କା ଉଧାର ଆଣିଥିଲି’ । ବର୍ତ୍ତମାନ ତାଙ୍କର ସବୁ ସଞ୍ଚୟ ଖର୍ଚ ହୋଇସାରିଛି । ଶୁଣାଣୀ ସମୟରେ ଲିଏଣ୍ଡର କୋର୍ଟକୁ ଆସି ନଥିଲେ । ୨୦୦୯ରୁ, ରେହା ତାଙ୍କ ଝିଅର ଯତ୍ନ ବହୁତ ଭଲ ଭାବରେ ନେଉଛନ୍ତି । ଲିଏଣ୍ଡର ୨୦୧୪ରୁ ରେହାଙ୍କୁ ଟଙ୍କା ଦେବା ଆରମ୍ଭ କରିଥିଲେ ।

ଝିଅକୁ ହୋଇଛି ଏହି ରୋଗ

୨୦୧୬ରେ ଝିଅର ଚିକିତ୍ସା ଲିଏଣ୍ଡର ଓ ରେହା ଉଭୟ କରୁଥିଲେ । ତାଙ୍କ ଝିଅର ବ୍ରେନ ହାମ୍ରେଜ ହୋଇଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା କି ରେହା ଓ ଲିଏଣ୍ଡର ଏକ ହୋଇଯିବେ । ହେଲେ ଲିଏଣ୍ଡରଙ୍କୁ ରେହା ଓ ତାଙ୍କ ପରିବାର ସହ ମିଶିବା ପାଇଁ କୌଣସି ଇଛା ନାହିଁ । ଲିଏଣ୍ଡର ଏହା ମଧ୍ୟ କହିଛନ୍ତି କି, ସେ ରେହାଙ୍କ ସହ ବିବାହ କରିନାହାନ୍ତି । ସେଥିପାଇଁ ସେ ରେହାଙ୍କୁ କୌଣସି ପ୍ରକାରର ସାହାର୍ଯ୍ୟ କରିବେ ନାହିଁ ।

ଲିଏଣ୍ଡର ଆଜିକାଲି ଏହାଙ୍କୁ କରୁଛନ୍ତି ଡେଟ

ରେହାଙ୍କର ସାଙ୍ଗ କହିଛନ୍ତି କି କିଛି ଦିନ ହେବ ଯାହା ଲିଏଣ୍ଡର କରୁଛି ସେ ସବୁ ଠିକ କରୁନି । ଲିଏଣ୍ଡର ୨୦୦୫ରୁ ରେହାଙ୍କ ସହ ରହୁଥିଲେ । ହେଲେ ବର୍ତ୍ତମାନ ଲିଏଣ୍ଡର କହୁଛନ୍ତି କି ରେହାଙ୍କର ପତି ନୁହନ୍ତି । ରେହାଙ୍କ ପାଖରେ ତାଙ୍କ ସମ୍ପର୍କ ସମ୍ବନ୍ଧିତ କୌଣସି ପ୍ରମାଣ ନାହିଁ । ହେଲେ ଦୁଇଜଣ ବହୁତ ସମୟ ପର୍ଯ୍ୟନ୍ତ ସାଥିରେ ରହିଥିଲେ । ହେଲେ ବର୍ତ୍ତମାନ ଲିଏଣ୍ଡର ଜୁନିଅର ଟେନିସ ଖେଳାଳି ତନବୀ ଶାହଙ୍କୁ ଡେଟ କରୁଛନ୍ତି ।