ମୟୂରପଙ୍ଖକୁ ଘରର ଏହି ସ୍ଥାନରେ ରଖିଲେ ଦଶ ଗୁଣା ବଢିଥାଏ ଧନ

ଆଜିର ଏହି ଦୁନିଆରେ ଟଙ୍କା ହିଁ ସବୁକିଛି ଅଟେ । ଟଙ୍କା ବିନା କୌଣସି ବି କାମ ହୋଇ ନ ଥାଏ । ଆଜିକାଲି ଦୁନିଆରେ ସମସ୍ତଙ୍କୁ ଟଙ୍କା ଦରକାର । ଲୋକମାନେ ଯେତେ ବି ଆୟ କରନ୍ତୁ ତାହା ଠାରୁ ଅଧିକ ତାଙ୍କର ଖର୍ଚ୍ଚ ହୋଇ ଯାଉଛି । ବର୍ତ୍ତମାନ ସମୟରେ ବହୁତ କମ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ଟଙ୍କାର କୌଣସି ଅଭାବ ହୁଏ ନାହିଁ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ପରିଶ୍ରମ କରନ୍ତି କିନ୍ତୁ ସେମାନଙ୍କୁ ନିଜ ଇଚ୍ଛା ଅନୁସାରେ ଟଙ୍କା ମିଳେ ନାହିଁ ।

ଯଦି ଟଙ୍କା ଆୟ ହେଉଛି ତେବେ ତାହା ପାଖରେ ରହି ନ ଥାଏ । ଯଦି ଆପଣ ବି ଏହି ସମସ୍ତ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆମ ଦ୍ଵାରା କୁହାଯାଇଥିବା ଏହି ସରଳ ଉପାୟକୁ କରନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଟଙ୍କା ଆସିବାର ବାଟ ଖୋଲିଯିବ ଓ ତାହା ବହୁ ଦିନ ଆପଣଙ୍କ ପାଖରେ ବି ରହିବ ।

ଏଥିପାଇଁ ଆପଣଙ୍କୁ କେବଳ ୩ ଟି ମୟୂର ପରର ବ୍ୟବହାର କରିବାକୁ ପଡିବ । କହିବାକୁ ଗଲେ ମୟୂର ପର ବହୁତ ଶକ୍ତିଶାଳୀ ଅଟେ । ପ୍ରାଚୀନ ସମୟରୁ ଏହାର ବ୍ୟବହାର କରାଯାଉଛି । ଶାସ୍ତ୍ର ଗୁଡିକରେ ଏହାର ବ୍ୟବହାରକୁ ନେଇ ବିଭିନ୍ନ କଥା ଉଲ୍ଲେଖ ଅଛି । ଭଗବାନ କୃଷ୍ଣଙ୍କର ମୁକୁଟରେ ବି ମୟୂର ପର ବ୍ୟବହାର କରାଯାଏ । ମୟୂର ପର ବିଦ୍ୟା ଦେବୀ ସରସ୍ଵତୀ, ଧନ ଦେବୀ ମାତା ଲକ୍ଷ୍ମୀ ଇତ୍ୟାଦି ସବୁ ଭଗବାନଙ୍କ ସହ ଜଡିତ ଅଟେ ।

ମୟୂର ପରକୁ ଯଦି ଆପଣ ବଇଁଶି ସହ ରଖିବେ ତେବେ ସମ୍ପର୍କ ମଧ୍ୟରେ ମଧୁରତା ଆସିଥାଏ । ଘରେ ଯଦି ନକରାତ୍ମକ ଊର୍ଜା ଅଛି ତେବେ ଏଥିପାଇଁ ଆପଣ ସନ୍ଧ୍ୟା ସମୟରେ ଆରତୀ କରିବା ପରେ ଏକ ମୟୂର ପରକୁ ଜୋରରେ ଉଡାନ୍ତୁ । ଏହାକୁ ଯଦି ଆପଣ ପ୍ରତିଦିନ କରିବେ ତେବେ ଏହା ଦ୍ଵାରା ଘରୁ ନକରାତ୍ମକ ଊର୍ଜା ଚାଲିଯାଏ ଓ ଘରେ ସକରାତ୍ମକ ଊର୍ଜାର ବାସ ହୋଇଥାଏ ।

ଏହା ସହିତ ମାତା ଲକ୍ଷ୍ମୀ ବି ଘରେ ବାସ କରନ୍ତି । ନିଜ ଘରେ କୌଣସି ଏକ ଶୁଭ ଦିନରେ ମୟୂର ପରକୁ ଏମିତି ଏକ ଜାଗାରେ ରଖନ୍ତୁ ଯେଉଁଠି ସମସ୍ତଙ୍କର ଦୃଷ୍ଟି ପଡିବ । ଏହା ଆପଣଙ୍କ ପରିବାରର ସବୁ ବ୍ୟକ୍ତିଙ୍କ ଜୀବନରେ ସୁଖ ନେଇ ଆସିବ । ଯଦି ବିଦ୍ୟାର୍ଥୀମାନେ ନିଜ ବହିରେ ଅଭିମନ୍ତ୍ରିତ ମୟୂର ପର ରଖିବେ ତେବେ ଏହା ଦ୍ଵାରା ସେମାନେ ଭଲ ଶିକ୍ଷା ଲାଭ କରି ପାରିବେ ।

 

ଘରର ସବୁ ରୁମରେ ଗୋଟିଏ ଗୋଟିଏ ମୟୂର ପର ରଖିବା ଦ୍ଵାରା ଘରର ବାସ୍ତୁ ଦୋଷ ଶେଷ ହୋଇଯାଏ । ଏହା ଛଡା ନିଜ ପାଖରେ ଗୋଟିଏ ମୟୂର ପର ରଖିବା ଦ୍ଵାରା ଆପଣ ବହୁତ ଲାଭବାନ ହେବେ । ଯଦି ପରିବାରର ଆୟ କମ ହୋଇ ଯାଉଛି କିମ୍ବା ଟଙ୍କା ଆୟରେ ଅସୁବିଧାର ସାମ୍ନା କରିବାକୁ ପଡୁଛି ତେବେ ଘରର ଦକ୍ଷିଣ ପୂର୍ବ ଦିଗରେ ଗୋଟିଏ ମୟୂର ପର ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ଏମିତି କୁହାଯାଏ କି ମୟୁର ପର ରଖିବା ଦ୍ଵାରା ଘରେ ସାପ ପ୍ରବେଶ କରନ୍ତି ନାହିଁ । ଆସନ୍ତୁ ଜାଣିବା ଘରର ସେହି ତିନୋଟି ଜାଗା ଯେଉଁଠି ମୟୂର ପର ରଖିବା ଦ୍ଵାରା ଆପଣଙ୍କର ଧନ ୧୦ ଗୁଣା ବଢିବ ।

ପ୍ରଥମ ତ ଆପଣଙ୍କର ଆଲମାରିରେ ଯେଉଁଠି ଆପଣ ଟଙ୍କା ରଖୁଛନ୍ତି ସେହି ସ୍ଥାନରେ ମୟୂର ପର ରଖିବା ଦ୍ଵାରା ଆପଣଙ୍କର ଧନ ବଢିବ ଓ ଖର୍ଚ୍ଚ ମଧ୍ୟ କମ ହେବ । ଦ୍ଵିତୀୟରେ ଭଗବାନ ଥିବା ସ୍ଥାନରେ କିମ୍ବା ଉତ୍ତର ପଶ୍ଚିମ ଦିଗରେ ବି ମୟୂର ପର ରଖନ୍ତୁ ଓ ଏହାକୁ ସବୁଦିନ ପୂଜା କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ଚମକି ଉଠିବ ।

ତୃତୀୟରେ ମୟୂର ପରକୁ ନିଜ ବିଛଣା ତଳେ ରଖିବା ଦ୍ଵାରା ଆପଣଙ୍କ ଭିତରେ ସକରାତ୍ମକ ଊର୍ଜା ଆସିବ ଓ ଆପଣ ଜୀବନରେ ସଫଳତା ହାସଲ କରିବେ । ଯଦି ଆପଣ ଘରର ପ୍ରବେଶ ଦ୍ଵାରରେ ଗଣେଶଙ୍କର ଫଟୋ ଲଗାଇ ସେଠି ତିନୋଟି ମୟୂର ପର ରଖୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହୋଇଯିବ ।