ବ୍ରିଜରେ ଠିଆ ହୋଇ ଲୋକେ ପାଣି ଦେଖୁଥିଲେ, ଏତିକି ବେଳେ କାନ୍ଦି କାନ୍ଦି ଆସି ବ୍ରିଜରୁ ପାଣିକୁ ଡେଇଁ ପଡିଲେ ଯୁବତୀ, ଦେଖନ୍ତୁ video

ନଦୀ ବନ୍ୟାଜଳରେ ଉବୁଟୁବୁ ହେଉଛି । ନଦୀ ଫୁଲି କୂଳ ଲଙ୍ଘି ଯାଉଛି । ଆଉ ଏହି ଅତଳ ଜଳକୁ ଡେଇଁ ଜଣେ ନାବାଳିକା ଆଖି ବୁଜି ଦେଇଛନ୍ତି । ନଦୀର ଉଛୁଳା ପାଣିକୁ ଡେଇଁ ପଡିଛନ୍ତି ଜଣେ ନାବାଳିକା ଯୁବତୀ, ଆଉ ଭାସି ଭାସି କୁଆଡେ ଉଭାନ ହୋଇଗଲେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବରପଡା ଲୁଣା ନଦୀରେ । ରାସ୍ତାରେ ଗାଡି ମଟର ସବୁ ଯିବା ଆସିବା କରୁଥିଲେ ଏବଂ ବର୍ଷା ଟିକେ ଛାଡି ଥିବାରୁ କିଛି ଲୋକେ ଲୁଣା ନଦୀ ବ୍ରିଜ ଉପରେ ଠିଆ ହୋଇ ପାଣି ଦେଖୁଥିଲେ ।

କାରଣ ଗତ କିଛିଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ରାଜ୍ୟର ପ୍ରାୟ ସବୁ ନଦୀରେ ଅଥଳ ଜଳରାଶି ଦେଖିବାକୁ ମିଳୁଛି । ହୀରାକୁଦ ଡ୍ୟାମର ଅନେକ ଗୁଡିଏ ଗେଟ୍ ଖୋଲି ଦିଆଯିବା ପରେ ସବୁ ନଦୀ ଭଳି ଲୁଣା ନଦୀରେ ମଧ୍ୟ ଭରପୁର ପାଣି ଥିଲା । ଆଉ ଠିକ ସେତିକି ବେଳେ ବ୍ରିଜ ଉପରେ ଜଣେ ନାବାଳିକା ଆସିବାର ଦେଖିବାକୁ ମିଳିଥିଲା ।

ଯୁବତୀ ଜଣକ କାନ୍ଦୁଥିଲେ ଓ କାନ୍ଦି କାନ୍ଦି ବ୍ରିଜ ଉପରେ କିଛି ସମୟ ଠିଆ ହେଲେ ମଧ୍ୟ । ଆଉ ତା’ପରେ ସମସ୍ତେ ଦେଖୁ ଦେଖୁ ସେ ହଠାତ ବ୍ରିଜ ବାଡ ଉପରେ ଠିଆ ହୋଇ ଯାଇଥିଲେ ଓ ସିଧା ପାଣିକୁ ଡେଇଁ ପଡିଥିଲେ । ଅଟକାଇବାକୁ ଚାହିଁ ବି ଲୋକମାନେ ନାବାଳିକା ମାନଙ୍କୁ ଅଟକାଇ ପାରି ନଥିଲେ ।

କ୍ଷଣିକ ମଧ୍ୟରେ ଗଭୀର ଜଳରେ କୁଆଡେ ଭାସି ଯାଇଥିଲେ ନାବାଳିକା ଜଣକ । ସେହି ଯୁବତୀ ଜଣକ ହେଉଛନ୍ତି ନିଶ୍ଚିନ୍ତକୋଇଲି ନେମାଳା ଗାଁର ମଧୁସୂଦନ ପାତ୍ରଙ୍କ ଝିଅ ମଙ୍ଗୁଳି ପାତ୍ର । ତେବେ ମଙ୍ଗୁଳି କଣ ପାଇଁ ଏଭଳି ଏକ ବଡ ନିଷ୍ପତ୍ତି ନେଇଗଲେ ତାହା ଏବେ ଯାଏଁ ମଧ୍ୟ ଜଣା ପଡିନାହିଁ । ସେ ପାଣିକୁ ଡେଇଁବା ପରେ ସ୍ଥାନୀୟ ଲୋକେ ତାଙ୍କ ଘରକୁ ଖବର ଦେବା ସହ ପୋଲିସକୁ ମଧ୍ୟ ଫୋନ କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଓଡ୍ରାଫ ଟିମ୍ କୁ ସୂଚନା ଦେଇଥିଲା । ଘଟଣାସ୍ଥଳରେ ଓଡ୍ରାଫର ଏକ ଟିମ୍ ପହଞ୍ଚି ବୋଟ ଯୋଗେ ଲୁଣା ନଦୀରେ ନାବାଳିକାଙ୍କୁ ଖୋଜୁଛି । ସ୍ଥାନୀୟ ମାଜିଷ୍ଟ୍ରେଟ ଏବଂ ସରପଞ୍ଚ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ନଜର ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।