ବନ୍ୟା ପାଣିରେ ଭାସିଗଲା କାର୍, କାର୍ ଭିତରେ ଥିଲେ 4 ଜଣ… ଦେଖନ୍ତୁ video

ବନ୍ୟା ପାଣିରେ ଭାସିଗଲା କାର୍ । ଆଉ ସେହି କାର୍ ଭିତରେ ଥିଲେ ଚାରି ଜଣ ଲୋକ । ହେଲେ ଏହି ୪ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ଲଘୁଚାପ ଜନିତ ବର୍ଷା ଅନେକ ଦିନ ଧରି ଲାଗି ରହିବା ପରେ ରାଜ୍ୟର ତଳିଆ ଅଞ୍ଚଳ ମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ । ସେଠାରେ ବନ୍ୟା ପାଣି ମାଡି ଆସିବା ଫଳରେ ଅନେକ ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ବନ୍ଦ ହୋଇ ପଡିଛି ।

ତେବେ ସେଠାରେ କିନ୍ତୁ ବନ୍ୟା ପାଣିରେ ଏକ କାର୍ ଟିଏ ଭାସିଯିବା ଖବର ସାମ୍ନାକୁ ଆସିଛି । ଅଗ୍ନିଶମ ବାହିନୀ ସେହି କାର୍ ରେ ଥିବା ଚାରି ଜଣଙ୍କୁ ଉଦ୍ଧାର କରିଛି । ପୁରୁଣା କଟକ ସମ୍ବଲପୁର ରାସ୍ତାର ଘଣ୍ଟିଖାଲରେ କାର୍ ଟି ଫସି ଯାଇଥିବା ଜଣାପଡିଛି । ରାତି ପ୍ରାୟ ୧୧ଟାରୁ ୨ଟା ପର୍ଯ୍ୟନ୍ତ ସେମାନେ ପାଣିରେ ଫସି ରହିଥିଲେ । ରାସ୍ତାର ନିଧିପୂର ଗଡାରେ କାର୍ ଟି ଫସି ଯାଇଥିଲା । ସେଥିରେ ଥିବା ୪ ଯାତ୍ରୀ ପାଣିରୁ ବାହାରି ଆସିଥିଲେ ବି କାର୍ ରେ ଫସି ରହିଥିଲେ ।

ଯେଉଁମାନଙ୍କୁ ପରେ ଉଦ୍ଧାର କରାଯାଇଛି । ଏନେଇ ଅଗ୍ନିଶମ ବାହିନୀ ଅଧିକାରୀ ଦୁଷ୍ମନ୍ତ କୁମାର ସ୍ଵାଇଁ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ରାତି ସାଢେ ୧୧ଟା ବେଳକୁ ଜରୁରୀକାଳୀନ କଲ୍ ସେଣ୍ଟର ଭୁବନେଶ୍ବରରୁ ସେମାନେ ସୂଚନା ପାଇଥିଲେ ଯେ ଗୋଟିଏ କାର୍ ନିଧିପୂର ଘଣ୍ଟିଖାଲ ରେଲୱେ ଷ୍ଟେସନ ପାଖରେ ଭାସି ଯାଉଛନ୍ତି । ସେମାନରେ ତୁରନ୍ତ ଖୁଣ୍ଟୁଣୀ ଦେଇ ସେହି ସ୍ଥାନରେ ପହଞ୍ଚିଥିଲେ ।

ପହଞ୍ଚିବା ପରେ ସେମାନେ ଦେଖିଥିଲେ ଯେ ଅନ୍ଧାର ରାତିରେ କେବଳ ଗୋଟିଏ ମୋବାଇଲ ଲାଇଟରେ ସେମାନେ ଈଷାରା କରୁଥିଲେ । ସେହି ଛୋଟ ଲାଇଟକୁ ଅନୁସରଣ କରି ସେମାନେ ବୋଟ ନେଇ ସେହି ଚାରିଜଣ ଯାତ୍ରୀଙ୍କ ନିକଟରେ ପହଞ୍ଚିଥିଲେ । ପହଞ୍ଚିବାକୁ ବେଳକୁ ଦେଖିଥିଲେ କି ସେମାନେ ବେକ ଯାଏଁ ପାଣିରେ କାର୍ ଉପରେ ରହିଛନ୍ତି । ଅଗ୍ନିଶମ ବାହିନୀ ତୁରନ୍ତ ବାପା, ପୁଅ, ସ୍ତ୍ରୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ଜଣ ଜଣ କରି ଉପରକୁ ଆଣିଥିଲେ ଓ ପାଖରେ ଥିବା ଜଣଙ୍କ ଘରେ ସମସ୍ତଙ୍କୁ ରଖିଥିଲେ ।

ସେଠାରେ ଏବେ ମଧ୍ୟ ପାଣି ଖୁବ ଜୋରରେ ବଢିଚାଲିଛି । ସୂଚନାନୁଯାୟୀ ସେହି ପରିବାର ଅନୁଗୁଳରୁ ପୁରୀ ଯାଇଥିଲେ କାଳିଆ ଦର୍ଶନ କରିବା ପାଇଁ । ଫେରିବା ବାଟରେ ଏଭଳି ଅସୁବିଧାର ସମୁଖୀନ ହୋଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।