ମ୍ୟାରେଜ କଥା ଶୁଣି ନିଆଁବାଣ ହୋଇଗଲେ Dinesh, ଆଉ ତା’ପରେ ଯାହା କାଣ୍ଡ କଲେ ନା… ଦେଖନ୍ତୁ video

ବ୍ରହ୍ମପୁରର ଦୀପିକା ଓ ଦିନେଶଙ୍କ ମାମଲାକୁ ନେଇ ପ୍ରତିଦିନ କିଛି ନା କିଛି ଟ୍ଵିଷ୍ଟ ଦେଖିବାକୁ ମିଳୁଛି । ଦିନେଶ ଦୀପିକାଙ୍କୁ ପ୍ରେମ ନିବେଦନ କରି ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଓ ଶାରୀରିକ ସମ୍ପର୍କ ବି ରଖୁଥିଲେ । ହେଲେ ଦୀପିକା ଯେତେବେଳେ ଗର୍ଭବତୀ ଅଛନ୍ତି ବୋଲି ଜଣାପଡିଲା ସେତେବେଳେ ବଦଳି ଯାଇଥିଲେ ଦିନେଶ । ଦୀପିକା ବାହା ହେବା ପାଇଁ ଜିଦ୍ ଧରିବାରୁ ଦିନେଶଙ୍କ ପାଇଁ ଅଡୁଆ ବଢିବାରେ ଲାଗିଲା । ତେଣୁ ସେ ଖୁବ ରାଗି ଯାଇଥିଲେ କାରଣ ଦୀପିକାଙ୍କୁ ବିବାହ କରିବାକୁ ସେ ରାଜି ନଥିଲେ ।

ସେହି ସମୟର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଥିରେ ଦିନେଶ ରାଗିଯାଇ ଦୀପିକାଙ୍କ ଆକ୍ଵାରିୟମକୁ ଭାଙ୍ଗି ଦେଉଛନ୍ତି । ଆଜିକୁ ପ୍ରାୟ ୧୫ଦିନରୁ ଉର୍ଦ୍ଧ୍ଵ ହେବ ଦୀପିକା ନ୍ୟାୟ ପାଇଁ ଦିନେଶଅଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି । ଦିନେଶଙ୍କ ସହ ଭେଶପା ଶୋ’ରୁମ୍ ରୁ ସାକ୍ଷାତ ହେବା ପରେ ଦୁହିଁଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ହୋଇଥିଲା । ଦୀପିକା ଘରର ବଡ ଝିଅ ଏବଂ ବାପା କି ଭାଇ କେହି ନଥିବାରୁ ସେ ହିଁ ନିଜ ଗୋଡରେ ଠିଆ ହୋଇ ନିଜ ପରିବାର ଚଳାଉଥିଲେ ।

ସେଥିପାଇଁ ଆରମ୍ଭରୁ ଟାଇମ ପାସ୍ ପ୍ରେମ ଦରକାର ନାହିଁ ଏବଂ ପ୍ରେମ ଯଦି କରିବେ ତେବେ ବିବାହ କରିବେ ବୋଲି ଦିନେଶଙ୍କୁ କହି ଦେଇଥିଲେ ଦୀପିକା । ଆଉ ଦିନେଶ ମଧ୍ୟ ଦୀପିକାଙ୍କୁ କଥା ଦେଇଥିଲେ ବିବାହ କରିବେ ବୋଲି । ଏପରିକି ଦୀପିକାଙ୍କ ମା’ଙ୍କୁ ମଧ୍ୟ ଝିଅକୁ ବଡ ଘରର ବୋହୂ କରି ନେବାର ସ୍ଵପ୍ନ ଦେଖାଇଥିଲେ ।

ଦୀପିକାଙ୍କ ସହ ସବୁ କାମରେ ବାହାରକୁ ମଧ୍ୟ ଯାଉଥିଲେ ଦିନେଶ । ହେଲେ ଦୀପିକା ଯେତେବେଳେ ଅନୁଭବ କଲେ କି ସେ ଗର୍ଭବତୀ ହୋଇ ସାରିଛନ୍ତି ଏକଥା ସେ ଦିନେଶଙ୍କୁ ଜଣାଇଥିଲେ । ଆଉ ବାହା ହେବା ପାଇଁ ଦିନେଶଙ୍କୁ କହିଥିଲେ । ମାତ୍ର ଦିନେଶ ଦୀପିକାଙ୍କ ଉପରେ ଖୁବ ରାଗି ଯାଇଥିଲେ ଓ ଦୀପିକାଙ୍କ ସହ ଏନେଇ କଥା ହେବାକୁ ତାଙ୍କ ଦୋକାନ ଯାଇଥିବା ବେଳେ ରାଗରେ ସେଠାରେ ରଖା ଯାଇଥିବା ଆକ୍ଵାରିୟମକୁ ଭାଙ୍ଗି ଦେଇଥିଲେ ।

ଯାହାକି ଦୀପିକା ପୂର୍ବରୁ ମିଡିଆ ଆଗରେ କହି ସାରିଥିଲେ । ଆଉ ଏବେ ସେହି ଘଟଣାର ଏକ ଭିଡିଓ ମଧ୍ୟ ଗଣମାଧ୍ୟମରେ ଆସିଥିବାର ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।