Chanakya Niti- ଶତୃ ଆସି ପାଦ ତଳେ ପଡି ଦୟାର ଭିକ ମାଗିବ, ଜାଣି ରଖନ୍ତୁ ଏହି 5 ଚାଣକ୍ୟ ନୀତି

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟଙ୍କର ଏମିତି କିଛି ମହତ୍ଵପୂର୍ଣ କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଅନେକ କାମରେ ଆସିପାରିବ ।

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ବଳରେ ମହାଶକ୍ତିଶାଳୀ ନନ୍ଦ ବଂଶର ଲୋପ କରି ମୋରୟ ବଂଶର ସ୍ଥାପନ କରିଥିଲେ । ନନ୍ଦ ବଂଶର ରାଜା ଧନାନନ୍ଦ ତାଙ୍କର ଅପମାନ କରିଥିଲେ । କିନ୍ତୁ ଚାଣକ୍ୟ କେବେ ବି ତାଙ୍କର କ୍ରୋଧକୁ ସାମନାକୁ ଆସିବାକୁ ଦେଇନଥିଲେ । କ୍ରୋଧକୁ ଅସ୍ତ୍ର କରି ସେ ନନ୍ଦ ବଂଶର ବିନାଶ କରିଥିଲେ । ମଣିଷ ନିଜ ଜୀବନରେ କିପରି ଭାବେ ନିଜ ଶତ୍ରୁକୁ ହରାଇପାରିବ ସେ ବିଷୟରେ ନିମ୍ନରେ ଦିଆଗଲା ।

୧- ଯେବେ ଆପଣଙ୍କ ଶତ୍ରୁ ଆପଣଙ୍କୁ ଅଧିକ କ୍ରୋଧିତ କରାଇବେ ସେହି ସମୟରେ ଆପଣ ନିଜ କ୍ରୋଧକୁ ନିଜ ଭିତରେ ଆୟତ୍ତ କରି ରଖନ୍ତୁ  କେବେ ବି ନିଜ ଶତ୍ରୁ ଆଗରେ ନିଜର ମନବଳ ବା ଇଚ୍ଛା ଶକ୍ତିକୁ ପ୍ରକାଶ କରନ୍ତୁ ନାହି । ଏପରି କରିବା ଦ୍ଵାରା ଆପଣଙ୍କ ଶତ୍ରୁ ଅଧିକ ଶକ୍ତିଶାଳୀ ହୋଇଯିବ । ସେଥି ପାଇଁ କେବେ ବି ନିଜ ଶତ୍ରୁକୁ କ୍ଷମା ନ କରି ଠିକ ସମୟରେ ତାକୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

୨- ଗୋଟେ ଦୁଷ୍ଟ ଶତ୍ରୁ ସହ ସେହିଭଳି ବ୍ୟବହାର କରିବା ଦରକାର ଯେପରି ଗୋଟେ ବିଷ ସାପକୁ ନି-ଧ-ନ କରାଯାଏ । ଗୋଟେ ସାପର ଦାନ୍ତରେ ବିଷ ଥାଏ, ଗୋଟେ ବିଚାର ତା ଲାଙ୍ଗୁଡରେ ବିଷ ଥାଏ ସେହିପରି ଦୁଷ୍ଟ ଶତ୍ରୁର ପ୍ରତେକ ଅଙ୍ଗରେ ବିଷ ରହିଥାଏ । ସେଥି ପାଇଁ ସେମାନଙ୍କୁ ଉଚିତ ସମୟରେ ମାତ ଦେବା ଉଚିତ ।

୩- ଭାରତର ପୃଥୀରାଜ ଚୌହାନ ଓ ମହମଦ ଅଲ୍ଲୀଙ୍କ ଉଦାହରଣ ଅନୁଯାୟୀ କେବେ ବି ନିଜ ଶତ୍ରୁକୁ ଘାୟାଲ କରି ଛାଡି ଦେବା ଉଚିତ ନୁହେ । ଯେପରି ସାପକୁ ଅଧା ମାରି ଛାଡିଦେଲେ ସେ ପୁଣି ଥରେ ଛୋଟ ମାରିବାକୁ ଉଠିଥାଏ ସେହି ପରି ଶତ୍ରୁକୁ ଅଧା ବିନାଶ କରି ଛାଡି ଦେଲେ ସେ ପୁଣି ଥରେ ପ୍ରତିଶୋଧ ନେବାକୁ ଉଠିଥାଏ । ସେଥି ପାଇଁ ନିଜ ଶତ୍ରୁକୁ କେବେ ବି ଅଧା ବିନାଶ କରି ଛାଡିଦେବା ଉଚିତ ନୁହେ ।

୪- ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ କେବେ ବି ଶତ୍ରୁକୁ ଘୃଣା କରିବା ଉଚିତ ନୁହେ । ବରଂ ଆପଣଙ୍କ ଶତ୍ରୁ କଣ କରୁଛି ସେହି ବିଷୟରେ ଖବର ରଖି ଠିକ ସମୟରେ ହରେଇବା ଉଚିତ ।

୫- ନିଜ ଶତ୍ରୁକୁ ହରାଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ପ୍ରଥମେ ତାର ସମ୍ପର୍କୀୟ ମାନକୁ ତା ଠାରୁ ଦୂର କରନ୍ତୁ । ଶତ୍ରୁ ଏକା ହୋଇଯିବ ପରେ ତା ଉପରେ ନିଜର ପ୍ରତିଶୋଧ ନିଅନ୍ତୁ ।ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।