ଭାଇର ଡେ-ଥ, ପ୍ଯାରେଣ୍ଟ ସଂକ୍ରମିତ, ନିଜେ ଅଛନ୍ତି ଭେଣ୍ଟିଲେଟର ରେ, ତଥାପି ହାରି ନାହାଁନ୍ତି, କନ୍ଦେଇ ଦେବ ଏହି ଡକ୍ଟର ଙ୍କ କାହାଣୀ

ଉତ୍ତରପ୍ରଦେଶର ଲକ୍ଷ୍ନୌର ଏକ ହସ୍ପିଟାଲରେ ଜଣେ ଯୁବ ସର୍ଜନ ଅଟନ୍ତି ଡାକ୍ତର ନିରଜ ମିଶ୍ର । ସେ ୬ ମାସ ମଧ୍ୟରେ ଦୁଇ ଥର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ଦ୍ଵିତୀୟ ଲହରରେ ବିଗୁଡୁ ଥିଲା ଡାକ୍ତର ନିରଜଙ୍କ ସ୍ବାସ୍ଥ୍ୟାବସ୍ଥା ।

ଏହା ପରେ ସେ କରୋନା ରୋଗୀ ଓ ଯେଉଁମାନେ ଆକ୍ରାନ୍ତ ହୋଇ ଭଲ ହୋଇ ସାରିଛନ୍ତି ସେ ସମସ୍ତଙ୍କ ପାଇଁ ଏକ ଭିଡିଓ ମାଧ୍ୟମରେ ନିଜର ଅନୁଭୂତି ସେୟାର କରିଛନ୍ତି ଓ ସମସ୍ତ ହସ୍ପିଟାଲ ଅଧିକାରୀ ମାନଙ୍କୁ ମଧ୍ୟ କିଛି ଅନୁରୋଧ ଜଣାଇଛନ୍ତି । ଡାକ୍ତର ନିରଜ ମିଶ୍ର ଏବେ ମଧ୍ୟ କରୋନା ପରର ସମସ୍ୟା ଦେଇ ଗତି କରୁଛନ୍ତି ଓ ଏବେ ମଧ୍ୟ ଅକ୍ସିଜେନ୍ ସପୋର୍ଟ ରେ ସେ ଅଛନ୍ତି । ସେ ତାଙ୍କ ଭିଡିଓ ମାଧ୍ୟମରେ ହସ୍ପିଟାଲ ଅଧିକାରୀ ମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ମେସେଜ ଦେବାକୁ ଚାହିଁଥିଲେ ।

ସେ କହିଥିଲେ କି ସେ ଯେତେବେଳେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ଓ ଏବେ ମଧ୍ୟ କରୋନା ପରର ସମସ୍ୟା ଦେଇ ଯାଉଛନ୍ତି, ସେ ଜଣେ ବିଜ୍ଞାନ ଛାତ୍ର ହୋଇ ମଧ୍ୟ ସେ ଏହି ସମସ୍ତ ଦେଇ ଯିବା ମଧ୍ୟରେ ଅନୁଭବ କରିଛନ୍ତି କି ଏହି ସମୟରେ ରୋଗୀକୁ ସବୁଠୁ ଅଧିକ ମାନସିକ ସମର୍ଥନର ଆବଶ୍ୟକ ହୋଇଥାଏ । କରୋନା ଚିକିତ୍ସା ଚାଲିଥିବା ସମୟରେ ଏହା ଆପଣଙ୍କୁ ମାନସିକ ସ୍ତରରେ ବହୁତ ଦୁର୍ବଳ କରି ଦିଏ|

ଏହା ଫଳରେ ରୋଗୀକୁ ରାତିରେ ନିଦ ହୁଏ ନାହିଁ, ମନରେ ଖୁବ୍ ଭୟ ଆସେ, ଆତ୍ମହତ୍ୟା ମନୋବୃତ୍ତି ମଧ୍ୟ ଆସେ । ଆଉ ସୁସ୍ଥ ହେବା ନିମନ୍ତେ ଏହି ବିଷୟ ଗୁଡ଼ିକ ଜମା ବି ଠିକ୍ ନୁହେଁ । ରୋଗୀର ଏହି ମାନସିକ ସମସ୍ୟାକୁ ମଧ୍ୟ ଗୁରୁତ୍ଵ ଦିଆଯିବା ନିହାତି ଆବଶ୍ୟକ । କାରଣ ରୋଗୀ ଯେତେ ମାନସିକ ସ୍ତରରେ ଚିନ୍ତା କରେ ସେତେବେଳେ ତାର ଶରୀରରେ ଅକ୍ସିଜେନ୍ ସ୍ଥର ମଧ୍ୟ ଏହାଦ୍ବାରା ଅନେକ ମାତ୍ରାରେ ପ୍ରଭାବିତ ହୁଏ ।

କାରଣ ଅନେକ ଦିନ ଧରି ରୋଗୀକୁ ଏକାକୀ କେବଳ ମେସିନ ଗୁଡ଼ିକ ମଧ୍ୟରେ ରହି ତା ମନରେ ନକାରାତ୍ମକ ଚିନ୍ତା ବଢ଼ିବାକୁ ଲାଗେ । ଡାକ୍ତର ନିରଜ ନିଜେ ଅନୁଭବ କରିଥିଲେ କି ଯେତେ ବେଳେ ମଧ୍ୟ ତାଙ୍କ ଚତଃପାଶ୍ୱର୍ରେ ସକାରାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିଲା, ତାଙ୍କ ମନ ସକାରାତ୍ମକ ରହୁଥିଲା ସେତେବେଳେ ତାଙ୍କ ଶରୀରରେ ସବୁକିଛି ଠିକ ଲାଗୁଥିଲା ଓ ସେ ଆରାମ ଅନୁଭବ କରୁଥିଲେ ।

ଯେତେବେଳେ ମଧ୍ୟ ସେ ଅସ୍ତବ୍ୟସ୍ତ ଅନୁଭବ କରୁଥିଲେ, ମନରେ ନକାରାତ୍ମକ ଚିନ୍ତା କାବୁ କରୁଥିଲା ଏହିପରି ସମୟରେ ତାଙ୍କୁ କେତେକ ସକାରାତ୍ମକ ବିଷୟ ଖୁବ୍ ମନୋବଳ ଯୋଗାଉଥିଲା । ପ୍ରଥମଟି ହେଉଛି ଆତ୍ମିକ ଭାବ । ଯେତେବେଳେ ମଧ୍ୟ ତାଙ୍କ କାନରେ କେଉଁ ପୂଜା, ଭଜନ ଆଦି ବାଜୁଥିଲା ସେ ଟିକେ ଡାଇଭର୍ଟ ହେଉଥିଲେ । ସେଥିପାଇଁ ହସ୍ପିଟାଲରେ ରୋଗୀକୁ ଏପରି ସୁବିଧା ଯୋଗାଇ ଦେବା ଉଚିତ୍ ।

ଦ୍ଵିତୀୟରେ ହସ୍ପିଟାଲର ମାନସିକ ବିଭାଗକୁ ଏହି ଚିକିତ୍ସାରେ ସାମିଲ କରାଯିବା ଉଚିତ୍ । ଯାହାଦ୍ବାରା ରୋଗୀକୁ ମାନସିକ ସମର୍ଥନ ମିଳିବ । ଆଉ ରୋଗୀକୁ ନିୟମିତ ତା ପରିବାର ଲୋକ ଓ ସାଙ୍ଗ ସାଥିଙ୍କ ସହ ମଧ୍ୟ ବାର୍ତ୍ତାଳାପର ସୁଯୋଗ ମିଳିବା ଆବଶ୍ୟକ । ଏହି ରୋଗର ଚିକିତ୍ସା ପାଇଁ ମାନସିକ ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହା ରୋଗୀର ଚିକିତ୍ସା ସମୟରେ ଧ୍ୟାନ ରଖାଯିବା ନିହାତି ଆବଶ୍ୟକ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।