କୋଭିଡ ଲକ୍ଷଣ ଦେଖାଗଲେ କଣ କରିବେ ? Dr Jyoti Ranjan Parida

କରୋନାର ଦ୍ଵିତୀୟ ଲହର ପ୍ରଥମ ଠୁ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଏହାର ଲକ୍ଷଣ ପ୍ରାୟତଃ ସମାନ ରହିଛି । ଏହା ଏକ ଥଣ୍ଡା କାଶ ଜନିତ ଭାଇରସ, ଯାହା ମୁଖ୍ୟତଃ ଆମ ଶ୍ୱାସନଳୀ ଓ ଫୁସଫୁସ୍ କୁ ଆକ୍ରାନ୍ତ କରୁଛି ।

ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଥଣ୍ଡା, କାଶ, ଛିଙ୍କ, ଜ୍ଵର, ଶ୍ୱାସ ନେବାରେ କଷ୍ଟ ହେବା ଆଦି । ଏହାର ଅନ୍ୟ ଲକ୍ଷଣ ଗୁଡ଼ିକ ହେଉଛି ଦେହ ହାତ ବିନ୍ଧାଛିଟା, ପତଳା ଝାଡା, ଚର୍ମରେ ଲାଲ୍ ଦାନା ଆକାରର ବାହାରିବା, ମୁଣ୍ଡ ବୁଲାଇବା ଆଦି । ଯଦି ଉପର ଲିଖିତ କୌଣସି ଲକ୍ଷଣ ଆପଣଙ୍କୁ ଠାରେ ଦେଖା ଯାଉଛି ତୁରନ୍ତ ଟେଷ୍ଟ କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାର ଦୁଇ ପ୍ରକାର ଟେଷ୍ଟ ରହିଛି । ଗୋଟିଏ ହେଉଛି ଆଣ୍ଟିଜେନ ଟେଷ୍ଟ ଓ ଅନ୍ୟଟି RT-PCR ଟେଷ୍ଟ । ଆଣ୍ଟିଜେନ୍ ଟେଷ୍ଟ ଟି ଶୀଘ୍ର ହୋଇଯାଏ ।

ଅଧା ଘଣ୍ଟା ଭିତରେ ଏହାର ରିପୋର୍ଟ ଆସିଯିବ । ଯଦି ଆପଣଙ୍କ ଲକ୍ଷଣ ଅଛି କିନ୍ତୁ ଆଣ୍ଟିଜେନ୍ ଟେଷ୍ଟରେ ଆପଣଙ୍କ ରିପୋର୍ଟ ନେଗେଟିଭ ଆସୁଛି ତେବେ ଆପଣଙ୍କର RT-PCR ଟେଷ୍ଟ କରାଯିବ । ତା ପରେ ଆପଣ ଏହାର ଚିକିତ୍ସା କରିବେ । ତେବେ କରୋନାର ଲକ୍ଷଣ ଗୁଡ଼ିକ ୪ ଭାଗରେ ବିଭକ୍ତ କରା ଯାଇଛି ।

ପ୍ରଥମ ଟି ହେଉଛି ଲକ୍ଷଣ ବିହୀନ ବା ଯାହାର ରୋଗୀ ଶରୀରରେ କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳେ ନାହିଁ । ଦ୍ୱିତୀୟଟି ହେଉଛି ସାଧାରଣ ଲକ୍ଷଣ ବା ଯାହା ଆପଣ ଘରେ ଏହି ଚିକିତ୍ସା କରି ପାରିବେ । ତୃତୀୟଟି ହେଉଛି ମଧ୍ୟମ ଧରଣର ଲକ୍ଷଣ ବା ଯେଉଁଠି ଆପଣଙ୍କ ଅକ୍ସିଜେନ୍ ସ୍ଥର ଟିକେ ଉପର ତଳ ହେଉଛି, ଆପଣ ଶୀଘ୍ର ଥକି ଯାଉଛନ୍ତି, ଆପଣଙ୍କୁ ଜ୍ଵର ୫ ଦିନରୁ ଅଧିକ ରହି ସାରିଲାଣି ଆଦି ।

ଶେଷରେ ହେଉଛି ଗମ୍ଭୀର ଲକ୍ଷଣ ବା ବିଲକୁଲ୍ ନିଜେ ନିଶ୍ୱାସ ନେଇ ନ ପାରିବା, ଯେଉଁଠି ଆପଣଙ୍କୁ ଭେଣ୍ଟିଲେଟରର ଆବଶ୍ୟକ ପଡ଼ୁଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଲକ୍ଷଣ ମଧ୍ୟମ ଧରଣର ଥିବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ଉପଲବ୍ଧ ଅଛି । ସାମାନ୍ୟ ଲକ୍ଷଣ ଦେଖା ଯାଉଥିବା ସମୟରେ ଆପଣ ବିନା ଔଷଧରେ ମଧ୍ୟ ସାମାନ୍ୟ ସଚେତନ ହୋଇ ଭଲ ହୋଇ ଯାଇ ପାରିବେ । ଗମ୍ଭୀର ଲକ୍ଷଣ ସମୟରେ ଔଷଧ ଅନେକ କ୍ଷେତ୍ରରେ ଔଷଧ କାର୍ଯ୍ୟ କରେ ନାହିଁ ।

ମଧ୍ୟମ ଧରଣର ଲକ୍ଷଣ ଥିବା ସମୟରୁ ଆପଣ ଯଦି ସଠିକ୍ ସତର୍କତା ନେଉଛନ୍ତି ତେବେ ଗମ୍ଭୀର ସ୍ତରକୁ ଯିବେ ନାହିଁ । ଯଦି ଆପଣଙ୍କୁ ୫ ଦିନରୁ ଅଧିକ ଉଚ୍ଚ ତାପମାତ୍ରା ଜ୍ଵର ରହୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କରୋନା ରେ ଆକ୍ରାନ୍ତ ହେବାର ପ୍ରଥମ ୫ ରୁ ୧୦ ସଠିକ୍ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଗୁରୁତପୂର୍ଣ୍ଣ ଅଟେ ।

ଏହି ସମୟକୁ ବିଲକୁଲ୍ ଅବହେଳା ନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ତଦ୍ୱାରା ଆପଣ ସୁସ୍ଥତା ଲାଭ କରି ପାରିବେ । କାରଣ ଗମ୍ଭୀର ସ୍ତରକୁ ଯିବା ପରେ ସେଥିରୁ ସୁସ୍ଥ ହେବା ଅତ୍ୟନ୍ତ କଷ୍ଟକର ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।