କନ୍ଦମୂଳ (Sweet Potato) କେମିତି ଖାଇବା ଉଚିତ ? ସିଝେଇକି ଖାଇବା ଭଲ ନା ନିଆଁରେ ପୋଡି କରି ? ଜାଣନ୍ତୁ କେଉଁ ଉପାୟ ସବୁଠୁ ବେଷ୍ଟ

କନ୍ଦମୂଳ ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଆମ ଶରୀରକୁ ଅନେକ ପ୍ରକାର ଭିଟାମିନ ଓ ମିନେରାଲ୍ସ ଯୋଗାଇଥାଏ । ଅଧିକାଂଶ ଲୋକଙ୍କୁ କନ୍ଦମୂଳ ଖାଇବା ପସନ୍ଦ ହୋଇଥାଏ । କିନ୍ତୁ ଲୋକେ ଏହାକୁ ବିଭିନ୍ନ ପ୍ରକାରରେ ସେବନ କରିଥାନ୍ତି । କେହି କନ୍ଦମୂଳକୁ ସିଝାଇ ଖାଇଥାନ୍ତି ତ ଆଉ କିଏ ନିଆଁରେ ପୋଡି ଖାଇବାକୁ ପସନ୍ଦ କରି । ଆଜିକାଲି କିଛି ଲୋକ ଏହାକୁ ଓଭେନରେ ବେକ୍ କରି ମଧ୍ୟ ଖାଉଛନ୍ତି । ତେବେ ପ୍ରଶ୍ନ ଉଠେ କନ୍ଦମୂଳ ଖାଇବାର କେଉଁ ଉପାୟ ସବୁଠୁ ଅଧିକ ଲାଭଦାୟୀ ଅଟେ ?

କଞ୍ଚା କନ୍ଦମୂଳ ଆମ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଅଧିକ ଲାଭଦାୟୀ ହୋଇଥିବା ବେଳେ ଏହାର ସ୍ଵାଦ ସେତେ ପସନ୍ଦ ହେଉ ନଥିବାରୁ ଆମେ ଏହାକୁ ସିଝାଇ କିମ୍ବା ନିଆଁରେ ପୋଡି ଖାଇଥାଉ । ଏଥିରେ ସାମାନ୍ଯ ଘିଅ ପକାଇ ରାନ୍ଧିବା ଦ୍ଵାରା ଏହାର ସ୍ଵାଦ ଆହୁରି ବଢି ଯାଇଥାଏ । ତେବେ ଆସନ୍ତୁ ଜାଣିବା ଯେଉଁ ଉପାୟରେ କନ୍ଦମୂଳ ଖାଇବା ସବୁଠୁ ଅଧିକ ଲାଭଦାୟୀ ହୋଇଥାଏ ।

ତେବେ ଏହା ଆପଣ କେଉଁଥି ପାଇଁ କନ୍ଦମୂଳ ଖାଉଛନ୍ତି ତା’ ଉପରେ ନିର୍ଭର କରିଥାଏ । ଯଦି ଆପଣ ନିଜର ବ୍ଲଡ଼ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କନ୍ଦମୂଳ ଖାଉଛନ୍ତି ତେବେ ଏହାକୁ ସିଝାଇ କରି ଖାଇବା ସବୁଠୁ ବେଷ୍ଟ । କାରଣ ପୋଡିବା ବା ବେକ୍ କରିବା ଠାରୁ ସିଝିବା ଦ୍ଵାରା ଏହାର ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ହୋଇଥାଏ ।

କନ୍ଦମୂଳର ଜିଆଇ ଇଣ୍ଡେକ୍ସ 44 ରୁ 94 ମଧ୍ୟରେ ରହିଥାଏ । ଯଦି ଆପଣ ଭିଟାମିନ-ଡି ପାଇଆନ କନ୍ଦମୂଳ ଖାଉଛନ୍ତି ତେବେ ମଧ୍ୟ ଏହାକୁ ସିଝାଇ ଖାଇବା ଉଚିତ । ପୋଡା କନ୍ଦମୂଳ ତୁଳନାରେ ସିଝିଥିବା କନ୍ଦମୂଳରେ ଭିଟାମିନ-ଡି ର ମାତ୍ରା ଅଧିକ ଥାଏ ।

କିନ୍ତୁ ଯେଉଁମାନେ କ୍ୟାଲସିୟମ ପାଇଁ କନ୍ଦମୂଳ ଖାଇଥାନ୍ତି ସେମାନେ ଏହାକୁ ନିଆଁରେ ପୋଡି କିମ୍ବା ବେକ୍ କରି ଖାଇବା ଉଚିତ । କାହିଁକି ନା କନ୍ଦମୂଳକୁ ସିଝାଇବା ଦ୍ଵାରା ଏଥିରେ ଥିବା କ୍ୟାଲସିୟମ ର ମାତ୍ରା କମି ଯାଇଥାଏ । ସେହିପରି ସିଝିଥିବା କନ୍ଦମୂଳରେ ଭିଟାମିନ-ଏ ର ମାତ୍ରା ଅଧିକ ରହିଥାଏ ।

ଏହାସହ ସିଝା ଯାଇଥିବା କନ୍ଦମୂଳରେ ଅନ୍ୟ ସବୁ ପୋଷାକତତ୍ତ୍ଵର ମାତ୍ରା ଅଧିକ ରହିଥାଏ । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଅଧିକାଂଶ ସମୟରେ ସିଝା ଯାଇଥିବା କନ୍ଦମୂଳ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ସବୁଠୁ ଖାସ କଥା ହେଲା କନ୍ଦମୂଳକୁ ସିଝେଇବା କିମ୍ବା ପୋଡିବା ସମୟରେ ଏହାର ଚୋପା ବାହାର କରିବା ଉଚିତ ନୁହେଁ ।

ଏହାଦ୍ବାରା କନ୍ଦମୂଳରେ ଥିବା ଅଧିକାଂଶ ପୋଷକତତ୍ତ୍ଵ ନଷ୍ଟ ହୋଇ ଯାଇଥାଏ । ତେବେ ଆପଣଙ୍କୁ କନ୍ଦମୂଳ କେମିତି ଖାଇବାକୁ ଅଧିକ ପସନ୍ଦ ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।