ଘରେ କେଉଁ ମୂର୍ତ୍ତି ରଖିଲେ ବାସ୍ତୁଦୋଷ ଦୂର ହୋଇ ଧନବୃଦ୍ଧି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ବାସ୍ତୁ ନିୟମ

ଜୀବନକୁ ସରଳ ଏବଂ ସୁଖମୟ କରିବା ପାଇଁ ଆସନ୍ତୁ ଜାଣିବା କେତେକ ଶାସ୍ତ୍ରଲିଖିତ ଅନୁଚିନ୍ତା ତଥା ବାସ୍ତୁ ନିୟମ । ଶବଦାହର ଧୂଆଁ ନାକରେ ବାଜିବା ଉଚିତ ନୁହେଁ ଏହା ଅଶୁଭ ହେବା ସହ କ୍ଷତି ଘଟାଇଥାଏ । ଗାଲରେ ହାତ ଦେଇ ବସିବା ଉଚିତ ନୁହେଁ ଏହା ଅଶୁଭତ୍ଵ ବୃଦ୍ଧି କରିଥାଏ । ବାମ ହାତରେ ପାଣି ଗ୍ଳାସ ଧରି ପିଅନ୍ତୁ ନାହିଁ, ଏହା ମଦ ତୁଲ୍ୟ ହୋଇଥାଏ । ନିଜ ଘରେ ପୂର୍ବରୁ ଏବଂ ଶ୍ଵଶୁରଘରେ ଦକ୍ଷିଣକୁ ମୁଣ୍ଡ ଦେଇ ଶୋଇଲେ ମଙ୍ଗଳ ହୋଇଥାଏ ।

ବରଗଛ ଓ ଓସ୍ତଗଛ ବିବାହ ଦେଲେ କନ୍ୟା ଦାନର ଫଳ ପ୍ରାପ୍ତି ହୋଇଥାଏ । ପୂର୍ଣ୍ଣିମାରେ ଦିନ ଦଶଟା ପରେ ଓସ୍ତଗଛ ମୂଳେ ଲକ୍ଷ୍ମୀଙ୍କ ନାମରେ ପୂଜା କଲେ ଆର୍ଥିକ ସଙ୍କଟ ଦୂର ହୁଏ । ଝିଅମାନେ ମନସ୍କାମନା ପୂରଣ କରିବା ପାଇଁ ଗୁରୁବାର ଦିନ ଅରୁଆ ଚାଉଳରେ ହଳଦୀ ମିଶାଇ ପକ୍ଷୀଙ୍କୁ ଖାଇବା ଦିଅନ୍ତୁ । ଗ୍ରହଣ ଲାଗିଥିବା ସମୟରେ ଲବଙ୍ଗ କିମ୍ବା ଗୁଜୁରାତି ଭସ୍ମ କରି ପ୍ରସ୍ତୁତ କରି ମୁଣ୍ଡରେ ମାରିଲେ ସମସ୍ତ କାର୍ଯ୍ୟ ସଫଳ ହୁଏ ।

ଘରର ମୁଖ୍ୟ ଲୋକଙ୍କ ବେଡରୁମ୍ ଉତ୍ତର ଦିଗରେ କରନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ । ଘରର ଦକ୍ଷିଣ ଦିଗରେ ବେଡରୁମ୍ କଲେ ଏହା ବହୁତ ଶୁଭ ହୋଇଥାଏ । ବସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇଘର ଏବଂ ଗାଧୁଆଘର ସାମ୍ନାସାମ୍ନି ରଖନ୍ତୁ ନାହିଁ । ଗାଧୁଆଘର ସବୁବେଳେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରହିଲେ ଶୁଭ ହୋଇଥାଏ ।

ସନ୍ଧ୍ୟା ସମୟରେ ଘର ଝାଡୁ ମାରନ୍ତୁ ନାହିଁ ଏହା ଦରିଦ୍ରତା ଏବଂ ଋଣଭାର ବୃଦ୍ଧି କରିଥାଏ । ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ । ସନ୍ଧ୍ୟା ସମୟରେ କାହାରିକୁ ପଇସା ଉଧାର ନିଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ । ଘରେ ଆକ୍ଵାରିୟମ ରଖିଲେ ବହୁତ ଶୁଭ ହୋଇଥାଏ, ଏହା ଘରର ଉତ୍ତର କିମ୍ବା ଅପୂର୍ବ ଦିଗରେ ରଖନ୍ତୁ ।

ଘରର ରୋଷେଇଘର କିମ୍ବା ବେଡରୁମ୍ ରେ ଆକ୍ଵାରିୟମ ରଖନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ । ଘରେ ଭଙ୍ଗା କ୍ଷତ କିମ୍ବା ଭଙ୍ଗା ଚେୟାର ଟେବୁଲ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ । ଘରେ ଅଶ୍ଵଗନ୍ଧା ଗଛ ଲଗାଇଲେ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଘରର ବାସ୍ତୁଦୋଷ ଦୂର କରିବା ପାଇଁ ହେଲେ ଦୁଆର ମୁହଁରେ ସିନ୍ଦୁରରେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ ।

ସୂର୍ଯ୍ୟମୁଖୀ ଫୁଲର ଚିତ୍ର ଘରର ମୁଖ୍ୟଦ୍ଵାରରେ ଲଗାଇଲେ ବାସ୍ତୁଦୋଷ ଦୂର ହେବାସହ ଶୁଭ ହୋଇଥାଏ । ଘରର ଦକ୍ଷିଣ ପଶ୍ଚିମ କୋଣ ଓ ଉତ୍ତର ପଶ୍ଚିମ କୋଣ ସବୁବେଳେ ଆଲୋକିତ ରଖନ୍ତୁ ଏହା ଶୁଭ ହୋଇଥାଏ । ଘରର ବାଲକୋନୀରେ ଶୁଖି ଯାଇଥିବା ଗଛ ରଖନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ । ପିଲାଜନ୍ମ ପରେ କ୍ଷୀର ବୃଦ୍ଧି ପାଇଁ ଖାଦ୍ଯ ଖାଇବା ସହ କିଛି ରସୁଣ ଖାଇବା ଉଚିତ ।

ଧନପ୍ରାପ୍ତି ପାଇଁ ଘରର ଉତ୍ତର ପୂର୍ବ ଦିଗକୁ ସଫା ରଖନ୍ତୁ ସେଠାରେ କିଛିବି ଅଳିଆ ରଖନ୍ତୁ ନାହିଁ କିମ୍ବା ଜୋତାଷ୍ଟାଣ୍ଡ ରଖନ୍ତୁ ନାହିଁ । ଘରର ଡ୍ରଇଂରୁମ୍ ରେ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ବାସ୍ତୁ ସମସ୍ଯା ଦୂର ହେବା ସହ ଆର୍ଥିକ ସ୍ଥିତି ଦୃଢ ହୁଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।