ପ୍ରାର୍ଥୀ ହେବେ କି Tapaswini ? ଦେଖନ୍ତୁ ସଂପୂର୍ଣ୍ଣ Report

ବର୍ତ୍ତମାନ ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନର କସରତ । ସବୁଆଡେ ପ୍ରାୟତଃ ଦେଖିବାକୁ ମିଳୁଛି ଶିକ୍ଷିତ ମହିଳା ପ୍ରାର୍ଥୀ ତଥା ମହିଳା ପ୍ରତିଦ୍ଵନ୍ଦୀ । କିଏ ଉଚ୍ଚ ଶିକ୍ଷିତ ତ ଆଉ କିଏ ଚାକିରି ଛାଡି ନିର୍ବାଚନ ଲଢିବାକୁ ଆଗେଉ ଆସିଛନ୍ତି । ପଞ୍ଚାୟତ ପରେ ପାଳି ପଡିବ ପୌର ନିର୍ବାଚନର । ଯେତେବେଳେ ମହାନଗର ନିର୍ବାଚନର ପାଳି ପଡିବ ସେତେବେଳେ ପୁଣି ଥରେ ଶିକ୍ଷିତ ମହିଳା ପ୍ରତିଦ୍ଵନ୍ଦୀଙ୍କୁ ଖୋଜିବେ ରାଜନୈତିକ ଦଳ ।

ରାଜନୀତିରେ ଦକ୍ଷ ପ୍ରାର୍ଥୀଙ୍କ ଯେତିକି ଲୋଡା ଥାଏ, ତା ଠାରୁ ଅଧିକ ଲୋକପ୍ରିୟ ବା ଚିହ୍ନା ଚେହେରା ସେତିକି ଦରକାର ପଡିଥାନ୍ତି । ଆଉ ଚିହ୍ନା ଚେହେରା ଭିତରେ ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ତପସ୍ଵିନୀଙ୍କୁ କିଏ ନ ଜାଣେ ! ଆଉ ଏହି ପରିଚିତ ଚିହ୍ନା ଚେହେରାଙ୍କୁ କୌଣସି ରାଜନୈତିକ ଦଳ ବ୍ରହ୍ମପୁର ମହାନଗର ନିର୍ବାଚନ ପ୍ରାର୍ଥୀ ନ କରିବେ ସେକଥା କିଏ କହିପାରିବ ! କାରଣ ତପସ୍ଵିନୀଙ୍କୁ ପ୍ରାର୍ଥୀ କରିଲେ କିଏ ପ୍ରାର୍ଥୀ ଅଛି ଏବଂ ତାଙ୍କ ସାମର୍ଥ୍ୟ କଣ ତାହା ଲୋକଙ୍କୁ ବୁଝାଇବାକୁ ପଡିବ ନାହିଁ ।

କାରଣ ନିଜ ହକ୍ ଲଢେଇ ପାଇଁ ଯିଏ ଦେଢ ମାସ କାଳ ଦାଣ୍ଡରେ ବସି ପାରୁଛି ସେ ଯେକୌଣସି ଲଢେଇ ପାଇଁ ଅନ୍ତତଃ ପଛଘୁଞ୍ଚା ଦେବ ନାହିଁ ବୋଲି ଆଶା କରାଯିବ । ପାରିବାରିକ ବିବାଦ ଜା ବି ଥାଉ ପଛେ, ଜଣେ ଲଢୁଆ ମହିଳା ଭାବରେ ଛାପ ଛାଡି ସାରିଛନ୍ତି ତପସ୍ଵିନୀ । ସେଥିପାଇଁ ତାଙ୍କ ଠାରୁ ପ୍ରେରଣା ନେଇ ରାଜ୍ୟର ଅନେକ ମହିଳା ମାନେ ସମାନ ଢଙ୍ଗରେ ଲଢେଇ କରିବା ଆରମ୍ଭ କରିଛନ୍ତି ।

ଆଉ ତପସ୍ଵିନୀ ଯଦି ବ୍ରହ୍ମପୁର ମହାନଗର ନିଗମରୁ ପ୍ରାର୍ଥୀ ହୁଅନ୍ତି ତେବେ ମେୟର ପଦ ଯାଏଁ ଯେ କଥା ନଯିବ ସେକଥା କିଏ କହି ପାରିବ ! କାରଣ ଭୁବନେଶ୍ଵର ଭଳି ବ୍ରହ୍ମପୁରରେ ମଧ୍ୟ ମେୟର ପଦ ସର॰କ୍ଷଣ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ତେବେ ଯଦି ତପସ୍ଵିନୀ ପ୍ରାର୍ଥୀ ହୁଅନ୍ତି କେଉଁ ଦଳ ପାଇଁ ଲଢିବାକୁ ପସନ୍ଦ କରିବେ ତାହା କେବଳ ସେ ହିଁ କହିପାରିବେ ।

ପ୍ରାର୍ଥୀ ହୋଇ ଠିଆ ହେଲେ ତପସ୍ଵିନୀ ଯେ ବିରୋଧୀ ଦଳକୁ କଡା ଟକ୍କର ନଦେବେ ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ଦେଖାଯାଉ ସମୟ କଣ କହୁଛି । ଏହି ବିଷୟରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।